Advertisment

ରଥଯାତ୍ରା ନେଇ ପାଖେଇ ଆସୁଛି ତିଥି, ହେଲେ ସ୍ପଷ୍ଟ ହୋଇନି ନିଷ୍ପତ୍ତି

ଭୁବନେଶ୍ୱର: ପାଖେଇ ଆସୁଛି ତିଥି, ହେଲେ ସ୍ପଷ୍ଟ ହୋଇନି ନିଷ୍ପତ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଭକ୍ତ ଓ ସେବାୟତଙ୍କ ସଂଶୟ ବଢୁଥିଲେ ବି ଚଳଚଞ୍ଚଳ ରଥଖଳା ଓ ଶୃଙ୍ଖଳିତ ଅଣସର ନୀତିକୁ ଦେଖିଲେ ବଢୁଛି ସମ୍ଭାବନା। ଏପଟେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପରିଚାଳନା କମିଟି ସଦସ୍ୟ ଓ ସେବାୟତଙ୍କ ସହ ଆଲୋଚନା କରି ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିବା କୁହାଯାଉଛି। ତେବେ ଦିନ କମ୍ ଥିବାରୁ ସରକାର ଶୀଘ୍ର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି […]

author-image
Abinash Pati
ରଥଯାତ୍ରା ନେଇ ପାଖେଇ ଆସୁଛି ତିଥି, ହେଲେ ସ୍ପଷ୍ଟ ହୋଇନି ନିଷ୍ପତ୍ତି

er

ଭୁବନେଶ୍ୱର: ପାଖେଇ ଆସୁଛି ତିଥି, ହେଲେ ସ୍ପଷ୍ଟ ହୋଇନି ନିଷ୍ପତ୍ତି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ଭକ୍ତ ଓ ସେବାୟତଙ୍କ ସଂଶୟ ବଢୁଥିଲେ ବି ଚଳଚଞ୍ଚଳ ରଥଖଳା ଓ ଶୃଙ୍ଖଳିତ ଅଣସର ନୀତିକୁ ଦେଖିଲେ ବଢୁଛି ସମ୍ଭାବନା। ଏପଟେ ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପରିଚାଳନା କମିଟି ସଦସ୍ୟ ଓ ସେବାୟତଙ୍କ ସହ ଆଲୋଚନା କରି ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଥିବା କୁହାଯାଉଛି। ତେବେ ଦିନ କମ୍ ଥିବାରୁ ସରକାର ଶୀଘ୍ର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦାବି କରିଛନ୍ତି ବିରୋଧୀ।

Advertisment

publive-image

କିନ୍ତୁ ବଡ଼ଦାଣ୍ଡରେ ରଥ ନିର୍ମାଣରେ ବ୍ୟସ୍ତ ମହାରଣା ଓ ପାର୍ଶ୍ୱ ଦେବଦେଦୀଙ୍କୁ ଜୀବନ୍ତ ରୂପ ଦେବାରେ ନିମଗ୍ନ ରୂପକାର ସେବାୟତଙ୍କୁ ଦେଖିଲେ ରଥଯାତ୍ରା ଆଶା ଦୃଢ଼ ହେଉଛି। ଯେହେତୁ ସ୍ନାନଯାତ୍ରା ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇସାରିଛି, ଶ୍ରୀଜିଉଙ୍କ ଅଣସର ନୀତି ବି ଠିକ୍ ଠାକ୍ ଚାଲିଛି ତେଣୁ ରଥ ଗଡ଼ିବାର ସମ୍ଭାବନା ବି ଉଜ୍ଜଳ ହେଉଛି।

publive-image

ଯଦିଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏଯାଏଁ ରଥଯାତ୍ରା ନୀତି ନିର୍ଘଣ୍ଟ ସ୍ଥିର ହୋଇ ନାହିଁ। ତେବେ ଆଜି ମୁଖ୍ୟ ପ୍ରଶାସକ ପୁରୀରେ ପରିଚାଳନା କମିଟି ସଦସ୍ୟ, ଦଇତାପତି ନିଯୋଗ କର୍ମକର୍ତ୍ତା ଓ ମହାପ୍ରଭୁଙ୍କ ବାଡ଼ଗ୍ରାହୀଙ୍କ ସହ ଆଲୋଚନା କରି ଏକ ପ୍ରକାର ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା କୁହାଯାଉଛି।ଯାହାକୁ ସେବାୟତମାନେ ମଧ୍ୟ ଅଧିକ ଆଶାବାଦୀ ଅଛନ୍ତି।

Advertisment

publive-image

ମଝିରେ ଆଉ ମାତ୍ର ୧୨ ଦିନ ରହିଲା। ମହାମାରୀ କରୋନା ସଂକ୍ରମଣ ଚିନ୍ତା ଭିତରେ ଏବର୍ଷ ରଥଯାତ୍ରା ହେବ କି ନାହିଁ, ଅବସ୍ଥା ଦେଖି ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ଓ ହାଇକୋର୍ଟ ରାଜ୍ୟ ସରକାରଙ୍କ ଉପରେ ନିଷ୍ପତ୍ତି ଛାଡ଼ି ସାରିଛନ୍ତି।

publive-image

ତେଣୁ କହିବାକୁ ଗଲେ ଏବେ ବଲ୍ ରାଜ୍ୟ ସରକାରଙ୍କ କୋର୍ଟରେ। ତେବେ ଅଦ୍ୟାବଧି ଆରଡିସି, ଆଇନମନ୍ତ୍ରୀ କି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ବି ରଥ ସମନ୍ୱୟ ବୈଠକ ବସିନାହିଁ। ତେଣୁ ଘୋଷଯାତ୍ରା ହେବ କି ନାହିଁ ସେକଥା ରାଜ୍ୟ ସରକାର ସ୍ପଷ୍ଟ କରିବାକୁ ଦାବି କରିଛି ବିଜେପି। କଂଗ୍ରେସ ବି ବିନା ଭକ୍ତରେ ଯାତ୍ରା ସପକ୍ଷରେ ମତ ଦେଇଛି। ବିଜେଡି କହିଛି, ଗଜପତି ମହାରାଜା, ଶଙ୍କରାଚାର୍ଯ୍ୟ ଓ ଶ୍ରୀମନ୍ଦିର ପରିଚାଳନା କମିଟି ମତ ନେଇ ସରକାର ପଦକ୍ଷେପ ନେବେ।

Advertisment
Advertisment