Advertisment

ସାକାର ହେବ ନାମୀ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ପାଠପଢ଼ା ସ୍ୱପ୍ନ

ସାକାର ହେବ ନାମୀ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ପାଠପଢ଼ା ସ୍ୱପ୍ନ ଏଣିକି ଅନଲାଇନ ଜରିଆରେ ସ୍କୁଲରେ ଆଡମିଶନ କରିବେ EWS ପିଲା rteparadarshi.odisha.gov.in ପୋର୍ଟାଲରେ କରିବେ ଆବେଦନ ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କଲେ ଗଣଶିକ୍ଷା ଅତିରିକ୍ତ ସଚିବ ଭୁବନେଶ୍ୱର: ନାମୀଦାମୀ ଘରୋଇ ସ୍କୁଲ୍‌ରେ ଗରିବ ପିଲାଙ୍କର ପାଠପଢ଼ା ସ୍ୱପ୍ନ ସାକାର ହେବ। ଏଥିପାଇଁ ୨୦୦୯ରୁ  ଆର୍ଥିକ ଅନଗ୍ରସର ବର୍ଗ ବା EWS କୋଟାର ବ୍ୟବସ୍ଥା ଥିଲେ ବି ଏହାକୁ କଡ଼ାକଡ଼ି ଭାବେ ଲାଗୁ […]

author-image
Abinash Pati
ସାକାର ହେବ ନାମୀ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ପାଠପଢ଼ା ସ୍ୱପ୍ନ

sameer mohanty

  • ସାକାର ହେବ ନାମୀ ଘରୋଇ ସ୍କୁଲରେ ଗରିବ ପିଲାଙ୍କ ପାଠପଢ଼ା ସ୍ୱପ୍ନ
  • ଏଣିକି ଅନଲାଇନ ଜରିଆରେ ସ୍କୁଲରେ ଆଡମିଶନ କରିବେ EWS ପିଲା
  • rteparadarshi.odisha.gov.in ପୋର୍ଟାଲରେ କରିବେ ଆବେଦନ
  • ଏନେଇ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି କଲେ ଗଣଶିକ୍ଷା ଅତିରିକ୍ତ ସଚିବ
Advertisment

ଭୁବନେଶ୍ୱର: ନାମୀଦାମୀ ଘରୋଇ ସ୍କୁଲ୍‌ରେ ଗରିବ ପିଲାଙ୍କର ପାଠପଢ଼ା ସ୍ୱପ୍ନ ସାକାର ହେବ। ଏଥିପାଇଁ ୨୦୦୯ରୁ  ଆର୍ଥିକ ଅନଗ୍ରସର ବର୍ଗ ବା EWS କୋଟାର ବ୍ୟବସ୍ଥା ଥିଲେ ବି ଏହାକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଏବେ ଅଣ୍ଟା ଭିଡ଼ିଛି ସ୍କୁଲ୍ ଓ ଗଣଶିକ୍ଷା ବିଭାଗ। ଏଣିକି EWS କୋଟାରେ ଆଡମିଶନ ପାଇଁ ଖୋଦ୍ ଗଣଶିକ୍ଷା ବିଭାଗ ସିଟ୍ ଆଲଟମେଣ୍ଟ କରିବ। ଆର୍ଥିକ ଅନଗ୍ରସର ବର୍ଗ କୋଟାରେ ଆଡମିଶନ୍ ଲାଗି ଏଣିକି ଆଉ ସ୍କୁଲ୍‌ରେ ଆବେଦନ କରିବାକୁ ପଡ଼ିବ ନାହିଁ। ଏଥିପାଇଁ ଏକ ପୋର୍ଟାଲ୍‌ ଜାରି କରିଛନ୍ତି ରାଜ୍ୟ ସରକାର।

RTE PARADARSHI.ODISHA.GOV.IN ପୋର୍ଟାଲ୍‌ରେ ଆର୍ଥିକ ଅନଗ୍ରସର ବର୍ଗ ବା EWS କୋଟାରେ ଛାତ୍ରଛାତ୍ରୀମାନେ ତାଲିକାରେ ଥିବା ସ୍କୁଲ୍‌ରେ ଆବେଦନ କରିବେ। ଆସନ୍ତା ୨୪ ତାରିଖରୁ ସ୍କୁଲଗୁଡ଼ିକ ପୋର୍ଟାଲରେ ପଞ୍ଜିକରଣ କରିପାରିବେ। ଏହି ପୋର୍ଟାଲ୍‌ରେ ସ୍କୁଲ୍‌ଗୁଡ଼ିକର ତାଲିକା ରହିବ। ଆର୍ଥିକ ଅନଗ୍ରସର ବର୍ଗର ଛାତ୍ରଛାତ୍ରୀମାନେ ଏଥିରେ ହିଁ ଆବେଦନ କରିବେ। ପରେ ଅନଲାଇନ୍ ଲଟେରୀ ମାଧ୍ୟମରେ ଦୁଇଟି ପର୍ଯ୍ୟାୟରେ ଆଡମିଶନ ହେବ।

Advertisment

[caption id="attachment_246577" align="aligncenter" width="1014"]publive-image rteparadarshi.odisha.gov.in ପୋର୍ଟାଲ ହୋମ୍‌ ପେଜ୍[/caption]

ଶିକ୍ଷା ଅଧିକାର ଆଇନ୍ ଅନୁଯାୟୀ ଘରୋଇ ସ୍କୁଲ୍‌ଗୁଡ଼ିକରେ ପ୍ରବେଶ ସ୍ତରରେ ୨୫ ପ୍ରତିଶତ ସିଟ୍ ଆର୍ଥିକ ଅନଗ୍ରସର ପିଲାଙ୍କ ପାଇଁ ସଂରକ୍ଷଣ ରହିବା ବାଧ୍ୟତାମୂଳକ। ୨୦୦୯ରୁ କେନ୍ଦ୍ର ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।

ତେବେ ଘରୋଇ ସ୍କୁଲ୍‌ଗୁଡ଼ିକ EWS କୋଟା ଆଡମିଶନ୍ ନିଷ୍ପତ୍ତି ନେଉଥିବାରୁ ବ୍ୟାପକ ଅନିୟମିତତା ହେଉଥିବା ନଜରକୁ ଆସିଥିଲା। ଏହାକୁ ନେଇ ବିରୋଧ ହେବା ପରେ ଏହି ପ୍ରକ୍ରିୟାରେ ସ୍ୱଚ୍ଛତା ଆଣିବା ଲାଗି ପୋର୍ଟାଲ ମାଧ୍ୟମରେ ସିଟ୍ ଆଲଟମେଣ୍ଟ କରିବାକୁ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି।

ଗଣସିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ ପିଲାମାନେ ପୂର୍ବରୁ ସ୍କୁଲ୍‌ରେ ଆବେଦନ କରୁଥିଲେ। କିନ୍ତୁ ଏବେ ଯିଏ ଯେଉଁ ସ୍କୁଲ୍‌ରେ ପଢ଼ିବାକୁ ଚାହିଁବେ ସେମାନେ ଅନ୍‌ଲାଇନ୍‌ ପୋର୍ଟାଲ୍‌ରେ ଆବେଦନ କରିବେ। ସେଇ ଅନୁସାରେ ସେମାନଙ୍କର ସିଲେକ୍ସନ୍ ପ୍ରକ୍ରିୟାରେ କରାଯିବ। ଏଥିପାଇଁ ଇଣ୍ଡକ୍ସ ଆକ୍ସନ ସହିତ ଚୁକ୍ତି ହୋଇଛି।

ତେବେ ଏହା ସମ୍ପୂର୍ଣ୍ଣ ମାଗଣା ହୋଇଛି। ଏଥିପାଇଁ ଶିକ୍ଷା ବିଭାଗକୁ କୌଣସି ଖର୍ଚ୍ଚ କରିବାକୁ ପଡ଼ିନାହିଁ। ୨୪ ତାରିଖରେ ଦିନ ଆମେ ଏହାକୁ ଓସେପାରେ ଅନୁଷ୍ଠାନିକ ଲଞ୍ଚ କରିବୁ ଓ ୨୫ ତାରିଖ ପିଲାମାନେ ଏଥିପାଇଁ ଆବେଦନ କରିପାରିବେ।  ଆର୍‌ଟିଇ ଆକ୍ଟରେ ସେସ୍କନ୍‌ ୧୨ ଅନୁସାରେ ଯାହା ଅଛି ତାହା କରାଯିବ।

publive-image

ସେହିଭଳି ଯେଉଁ ଜୁନିଅର ଶିକ୍ଷକମାନେ କଣ୍ଟ୍ରାକ୍ଟ ବେସିସ୍‌ରେ ଥିଲେ ସେମାନଙ୍କୁ ନିୟମିତ କରାଯିବ ବୋଲି ଗଣଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି। ୯ ହଜାର ୯୬୫ ଜୁନିଅର ଶିକ୍ଷକଙ୍କୁ ରେଗୁଲାର କରିବାକୁ ଯାଉଛୁ ବୋଲି ସମୀର ଦାଶ କହିଛନ୍ତି। ଏଥିପାଇଁ ଫାଇଲ୍‌ ଆସିଥିଲା, ଓ ମୁଁ ଆପ୍ରୁଭ୍ କରିସାରିଛି। ବିଭାଗକୁ ଚିଠି ଗଲା ପରେ ନିର୍ଦ୍ଦେଶକମାନେ ତାହା କାର୍ଯ୍ୟକାରୀ କରିବେ ବୋଲି ସମୀର ଦାଶ କହିଛନ୍ତି।

[caption id="attachment_246494" align="aligncenter" width="1021"]publive-image ଓଡ଼ିଶା ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ[/caption]

ସରକାରଙ୍କର ଏପରି ନିଷ୍ପତ୍ତିରେ ଛାତ୍ରଛାତ୍ରୀ ଓ ଅଭିଭାହକମାନେ ଖୁସୀ ଥିବା ବେଳେ ଘରୋଇ ସ୍କୁଲ୍‌ଗୁଡ଼ିକ ତର୍କ ରଖିଛନ୍ତି। ଘରୋଇ ସ୍କୁଲ୍‌ଗୁଡ଼ିକର କହିବା କଥା, ସିଟ୍ ପ୍ରତି ଆଡମିଶନ୍ ବାବଦକୁ ସରକାର ଯେଉଁ ଭରଣା ଅର୍ଥ ଦେବାର ବ୍ୟବସ୍ଥା ରହିଛି ତାହା ଦିଆଗଲେ ଆହୁରି ଅଧିକ ସ୍କୁଲ୍ ଆଗ୍ରହୀ ହୋଇପାରିବେ ସେମାନେ କହିଛନ୍ତି।

ଓଡ଼ିଶା ଅଭିଭାବକ ମହାସଂଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି ଯେ ରାଜ୍ୟ ସରକାର ଏହାକୁ ଏକ କ୍ୟାମ୍ପେନ୍ ଭଳି ନେଲେ ଭଲ ହୁଅନ୍ତା। ଅନ୍ୟ ପଟେ ବାଲେଶ୍ୱର ସୁଲଗ୍ନା ପବ୍ଲିକ୍ ସ୍କୁଲ୍‌ର ଅଧ୍ୟ ଜଗଦୀଶ ସିଂହ କହିଛନ୍ତି ଯେ ସରକାରଙ୍କୁ ଯେଉଁ ଆମେ ୨୫ ପ୍ରତିଶତ ଦେଉଛୁ ସରକାର ତାର ଭରଣା କଲେ ଭଲ। ତେବେ ଏହାର ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ଜଗଦୀଶ ସିଂହ କହିଛନ୍ତି।

ଆମ ରାଜ୍ୟରେ ୭ ହଜାରରୁ ଅଧିକ  ଘରୋଇ ସ୍କୁଲ୍ ଅଛି ୨୦୦୯ରୁ EWS କୋଟା ନିୟମ ଲାଗୁ ହୋଇଥିଲେ ସୁଦ୍ଧା ଏଯାଏ ସଠିକ୍ ଭାବେ ପାଳନ ହୋଇପାରୁନିସେପଟେ ପଞ୍ଜାବ ଓ କର୍ଣ୍ଣାଟକ ସରକାର ଶିକ୍ଷା ଅଧିକାର ଆଇନ ଲାଗୁ କରିବାକୁ ରୋକ୍ ଠୋକ୍ ମନା କରିଦେଇଛନ୍ତି। ଏଭଳି ସ୍ଥିତିରେ ଗଣଶିକ୍ଷା ବିଭାଗ ଆରମ୍ଭ କରିଥିବା ଅନ୍ ଲାଇନ୍ ବ୍ୟବସ୍ଥା ଆର୍ଥିକ ଅନଗ୍ରସର ବର୍ଗ ପିଲାଙ୍କ ଘରୋଇ ସ୍କୁଲ୍‌ରେ ପଢ଼ିବା ସ୍ୱପ୍ନକୁ କେତେଦୂର ପୂରଣ କରୁଛି ତା’ଉପରେ ନଜର।

ରିପୋର୍ଟ:- ରଶ୍ମିରଞ୍ଜନ ଦାସ, ସୌମ୍ୟରଞ୍ଜନ ସାହୁ, ହରିହର ଚାନ୍ଦ ଓ ଜଗଦୀଶ ଦାସ

Advertisment
Advertisment