Advertisment

ସଂସଦର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ବାତିଲ୍‌କୁ ନେଇ ଜୋର୍‌ଦାର୍‌ ରାଜନୀତି

ଭୁବନେଶ୍ୱର: ସଂସଦର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ବାତିଲ୍‌କୁ ନେଇ ରାଜନୀତି ଜୋର୍ ଧରିଛି। ବିବାଦ ତେଜୁଥିବାରୁ ସରକାର କେବଳ ଅଣତାରକା ପ୍ରଶ୍ନର ଉତ୍ତର ଦେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଅଧିବେଶନ ପୂର୍ବରୁ ସମସ୍ତ ସଦସ୍ୟଙ୍କ RT-PCR ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ଏପଟେ ରାଜ୍ୟରେ ବି ଅଧିକରୁ ଅଧିକ ବିଧାୟକ ଓ ମନ୍ତ୍ରୀ କୋଭିଡ୍‌ରେ ଆକ୍ରାନ୍ତ ହେଉଥିବାରୁ ଆଗାମୀ ବିଧାନସଭା ଅଧିବେଶନ କିପରି ଚାଲିବ ତାକୁ ନେଇ କସରତ ଚାଲିଛି। ତେବେ ସେପ୍ଟେମ୍ବର ୩୦ ପୂର୍ବରୁ […]

author-image
Abinash Pati
ସଂସଦର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ବାତିଲ୍‌କୁ ନେଇ ଜୋର୍‌ଦାର୍‌ ରାଜନୀତି

parliamnet

ଭୁବନେଶ୍ୱର: ସଂସଦର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ବାତିଲ୍‌କୁ ନେଇ ରାଜନୀତି ଜୋର୍ ଧରିଛି। ବିବାଦ ତେଜୁଥିବାରୁ ସରକାର କେବଳ ଅଣତାରକା ପ୍ରଶ୍ନର ଉତ୍ତର ଦେବାକୁ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଅଧିବେଶନ ପୂର୍ବରୁ ସମସ୍ତ ସଦସ୍ୟଙ୍କ RT-PCR ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ଏପଟେ ରାଜ୍ୟରେ ବି ଅଧିକରୁ ଅଧିକ ବିଧାୟକ ଓ ମନ୍ତ୍ରୀ କୋଭିଡ୍‌ରେ ଆକ୍ରାନ୍ତ ହେଉଥିବାରୁ ଆଗାମୀ ବିଧାନସଭା ଅଧିବେଶନ କିପରି ଚାଲିବ ତାକୁ ନେଇ କସରତ ଚାଲିଛି। ତେବେ ସେପ୍ଟେମ୍ବର ୩୦ ପୂର୍ବରୁ ବିଧାନସଭା ଅଧିବେଶନ ବସିବ ବୋଲି ବାଚସ୍ପତି କହିଛନ୍ତି।

Advertisment

ଆସନ୍ତା ୧୪ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧ ତାରିଖ ଯାଏଁ ଚାଲିବ ଲୋକସଭା ଓ ରାଜ୍ୟସଭା ଅଧିବେଶନ। ତେବେ ଅଧିବେଶନ ବସିବା ପୂର୍ବରୁ ଦେଖାଦେଲାଣି ବିବାଦ। ଦେଶରେ କରୋନା ସ୍ଥିତି ଭୟଙ୍କର ଥିବାରୁ ମୌସୁମୀ ଅଧିବେଶନକୁ କାଣ୍ଟଛାଟ କରିଛନ୍ତି କେନ୍ଦ୍ର ସରକାର। ଅଧିବେଶନର ଦ୍ୱିତୀୟ ଦିନଠାରୁ ରାଜ୍ୟସଭା ସକାଳ ୯ଟାରୁ ଦିନ ଗୋଟାଏ ଏବଂ ଲୋକସଭା ଅପରାହ୍ଣ ୩ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଅଧିବେଶନରେ ପ୍ରଶ୍ନକାଳ ଓ ପ୍ରାଇଭେଟ୍ ମେମ୍ବରସ୍ ବିଜନେସ୍ ରହିବ ନାହିଁ। ସେହିପରି ଶୂନ୍ୟକାଳକୁ ଅଧଘଣ୍ଟା କରାଯିବ। ଅନ୍ୟପକ୍ଷରେ ପୂର୍ବରୁ ସପ୍ତାହକୁ ଦୁଇ ଦିନ ଛୁଟି ରହୁଥିବା ବେଳେ ଏଥର କିନ୍ତୁ ସପ୍ତାହାନ୍ତ ଛୁଟି ରହିବ ନାହିଁ, ଅର୍ଥାତ୍ ପୂରା ୭ ଦିନ ପାର୍ଲାମେଣ୍ଟ ଚାଲିବ। ଏସବୁ ପ୍ରସଙ୍ଗ ସହିତ ବିରୋଧୀଙ୍କ ମୁଖ୍ୟ ଉଦବେଗର ବିଷୟ ହେଲା- ପ୍ରଶ୍ନକାଳ ନରହିବା।

Advertisment

ବିରୋଧୀ କଂଗ୍ରେସ ସମେତ ଅନ୍ୟ ଦଳମାନେ ଅଭିଯୋଗ କରିଛନ୍ତି କରୋନା ଆଳରେ ସଦସ୍ୟଙ୍କ ଅଧିକାରକୁ ଛଡ଼ାଇ ନିଆଯାଉଛି। ପ୍ରଶ୍ନକାଳ ହୋଇଥିଲେ କୋଭିଡ୍ ପରିଚାଳନା ଅବ୍ୟବସ୍ଥା, ଅର୍ଥନୀତିର ମାନ୍ଦାବସ୍ଥା, ଜିଡିପିର ହ୍ରାସ, ଲଦାଖରେ ଚୀନର ଅନୁପ୍ରବେଶ ସମେତ ଅନେକ ପ୍ରସଙ୍ଗ ଉଠାଯାଇପାରିଥାନ୍ତା ବୋଲି ବିରୋଧୀ କହିଛନ୍ତି। ପ୍ରଶ୍ନକାଳକୁ ନେଇ ବିବାଦ ବଢ଼ିବା ପରେ ଅଣତାରକା ପ୍ରଶ୍ନ ଗ୍ରହଣ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ତେଣେ କରୋନା ସ୍ଥିତିକୁ ଦେଖି ସଂସଦ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ସାଂସଦମାନଙ୍କ RTPCR ଟେଷ୍ଟ ହେବ। ସଦସ୍ୟମାନେ ମାସ୍କ ପିନ୍ଧିବା ସହ ବସିବା ବେଳେ ସାମାଜିକ ଦୂରତ୍ୱ ବଜାୟ ରଖିବେ। ସେପଟେ ରାଜ୍ୟରେ ବି ଅଧିକରୁ ଅଧିକ ବିଧାୟକ ଓ ମନ୍ତ୍ରୀ କରୋନା ଆକ୍ରାନ୍ତ ହେଉଥିବାରୁ ବିଧାନସଭା କାର୍ଯ୍ୟ କିପରି ଚାଲିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା।

ଏ ସଂପର୍କରେ ବାଚସ୍ପତି କହିଛନ୍ତି ଯେ, ଚଳିତ ମାସ ୩୦ ତାରିଖ ପୂର୍ବରୁ ଅଧିବେଶନ ବସିବ। କେମିତି ଓ କିଭଳି ବୈଠକ ବସିବ, କେଉଁଠାରେ ଅଧିବେଶନ କାର୍ଯ୍ୟ ଚାଲିବ ସେନେଇ ବିଚାର ବିମର୍ଶ ଚାଲିଛି। ଏ ସଂପର୍କରେ ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ ସେ ଆଲୋନା କରିଥିବା ବାଚସ୍ପତି କହିଛନ୍ତି।
କୋଭିଡ୍ ପରିଚାଳନାରେ ଅବ୍ୟବସ୍ଥା, ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା, ଫସଲ ନଷ୍ଟ, ବଗଲା ଧର୍ମଶାଳା ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିବାରୁ ଶୀଘ୍ର ଅଧିବେଶନ ଡାକି ଏ ସଂପର୍କରେ ଆଲୋଚନା କରିବାକୁ ବିରୋଧୀ ଦାବି କରିଛନ୍ତି। ଶାସକ ଦଳ ମଧ୍ୟ କୋଭିଡ୍ ଓ ବନ୍ୟା ପରିଚାଳନାରେ ସରକାର ସଫଳ ହୋଇଥିବା କହି ଉତ୍ତର ରଖିବାକୁ ପ୍ରସ୍ତୁତ ହେଉଛନ୍ତି।

Advertisment
Advertisment