Advertisment

Poor Hotel Infrastructure Stalls Tourism Potential: ଉଦୟପୁର ଓ ତାଳସାରି ବେଳଭୂମିରେ ନାହିଁ ଭଲ ହୋଟେଲ୍, ପର୍ଯ୍ୟଟନ ଶିଳ୍ପର ବିକାଶ ହେବ କେମିତି ?

ପର୍ଯ୍ୟଟକ ବୁଲୁଛନ୍ତି ଓଡିଶାରେ ହେଲେ ରହୁଛନ୍ତି ପଶ୍ଚିମବଙ୍ଗରେ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଯୋଜନା ପରେ ଯୋଜନା ହେଉଛି ସତ ହେଲେ ପର୍ଯ୍ୟଟକଙ୍କ ମୌଳିକ ସୁବିଧା ପ୍ରତି କେହି ଧ୍ୟାନ ଦେଉନାହାନ୍ତି।

author-image
Tapan Swain
Tourism

Tourism Photograph: (OTV)

ବାଲେଶ୍ବର ଉଦୟପୁର ଓ ତାଳସାରି ବେଳଭୂମିର ଦୟନୀୟ ଚିତ୍ର। ପର୍ଯ୍ୟଟକ ବୁଲୁଛନ୍ତି ଓଡିଶାରେ ହେଲେ ରହୁଛନ୍ତି ପଶ୍ଚିମବଙ୍ଗରେ। ବିଡମ୍ବନାର ବିଷୟ ସ୍ଥାନୀୟ ଅଞ୍ଚଳରେ ଭଲ ହୋଟେଲ ଟିଏ ନାହିଁ। ହୋଟେଲ ସନ୍ଧାନରେ ଉଭୟ ଓଡିଶା ଓ ପଶ୍ଚିମବଙ୍ଗର ପର୍ଯ୍ୟଟକ ଦିଘାକୁ ବାଛୁଛନ୍ତି। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଯୋଜନା ପରେ ଯୋଜନା ହେଉଛି ସତ ହେଲେ ପର୍ଯ୍ୟଟକଙ୍କ ମୌଳିକ ସୁବିଧା ପ୍ରତି କେହି ଧ୍ୟାନ ଦେଉନାହାନ୍ତି। 

Advertisment

ବାଲେଶ୍ବର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଉଦୟପୁର ଓ ତାଳସାରି ବେଳାଭୂମି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି। ଦିନ ତମାମ ଏଠି ବୁଲୁଛନ୍ତି, ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେଉଛନ୍ତି। କିନ୍ତୁ ବିଡମ୍ବନାର ବିଷୟ ସ୍ଥାନୀୟ ଅଞ୍ଚଳରେ ଭଲ ହୋଟେଲ ଟିଏ ନାହିଁ। ପର୍ଯ୍ୟଟକ ବୁଲୁଛନ୍ତି ଓଡିଶାରେ ହେଲେ ରହୁଛନ୍ତି ପଶ୍ଚିମବଙ୍ଗରେ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବାକୁ ଯୋଜନା ପରେ ଯୋଜନା ହେଉଛି ସତ ହେଲେ ପର୍ଯ୍ୟଟକଙ୍କ ମୌଳିକ ସୁବିଧା ପ୍ରତି କେହି ଧ୍ୟାନ ଦେଉନାହାନ୍ତି।

କିନ୍ତୁ ପଶ୍ଚିମବଙ୍ଗର ଦୀଘାରେ ଆଖି ଝଲସି ଗଲା ଭଳି ଶହ ଶହ ହୋଟେଲ। ଛୋଟ ବଡ଼ ସବୁ ପ୍ରକାର ହୋଟେଲ ସବୁ ବଜେଟ୍ ଭିତରେ ମିଳିଯାଉଛି। ହେଲେ ଦୀଘାକୁ ଲାଗିଥିବା ଉଦୟପୁର, ତାଳସାରିରେ OTDCକୁ ଛାଡ଼ି ଦେଲେ ହାତ ଗଣତି ହୋଟେଲ, ସେ ବି କାମଚଳା। ଭଲ ହୋଟେଲ ସନ୍ଧାନରେ ଉଭୟ ଓଡିଶା ଓ ପଶ୍ଚିମବଙ୍ଗର ପର୍ଯ୍ୟଟକ ଦିଘାକୁ ବାଛୁଛନ୍ତି।
 

Advertisment

 କଣ୍ଟା ସାଜିଛି ଜଙ୍ଗଲ ଜମି

ସେପଟେ ହୋଟେଲ ଶିଳ୍ପ ପାଇଁ ଆଗ୍ରହୀ ହୋଟେଲ ବ୍ୟବସାୟୀ କିନ୍ତୁ ସମୁଦ୍ର କଡ଼ରେ ଜଙ୍ଗଲ ଜମି କଣ୍ଟା ସାଜିଛି। ଓଡିଶାରେ ହୋଟେଲ ପ୍ରତିଷ୍ଠା ପାଇଁ ବ୍ୟବସାୟୀ ଇଚ୍ଛାପ୍ରକାଶ କରିଛନ୍ତି ହେଲେ ଭିତ୍ତିଭୂମିର ଅଭାବ ରହିଥିବା ଅଭିଯୋଗ ଆଣିଛନ୍ତି।

ଉଦୟପୁର ଓ ତାଳସାରିର ଅଧିକାଂଶ ସ୍ଥାନ ବନ ବିଭାଗ ଅଧିନରେ ଆସୁଥିବା ବେଳେ ହୋଟେଲ ନିର୍ମାଣ ପାଇଁ ଅନୁମତିରେ ବାଧା ହେଉଛି। ଏନେଇ ସରକାରୀ ପ୍ରଚେଷ୍ଠା ଓ ସ୍ଥାନ ଦେଲେ ଭଲ ଓ ବଡ଼ ବଡ଼ ହୋଟେଲ ଶିଳ୍ପ ଗଢ଼ି ଉଠି ପାରନ୍ତା ବୋଲି କହିଛନ୍ତି ହୋଟେଲ ବ୍ୟବସାୟୀ। 

ସେପଟେ ଗତ କିଛିଦିନ ତଳେ ପର୍ଯ୍ୟଟନ ସଚିବ ବଲବନ୍ତ ସିଂ ବାଲେଶ୍ୱର ଗସ୍ତରେ ଆସି ଉଭୟ ତାଳସାରି, ଉଦୟପୁର ବେଳାଭୂମି ବୁଲି ଦେଖିଛନ୍ତି। ଏନେଇ ଜିଲ୍ଲାପାଳ କହିଛନ୍ତି, ଯେଉଁ ହୋଟେଲ ଶିଳ୍ପ ପାଇଁ ସମସ୍ୟା ରହିଛି ସେନେଇ ଆଲୋଚନା ହୋଇଛି। ବନ ବିଭାଗର ନିୟମ ଭିତରେ ରହି କିପରି ଅନୁମତି ଅନୁଯାୟୀ କାର୍ଯ୍ୟ ହୋଇ ପାରିବ ସେନେଇ ପ୍ରଚେଷ୍ଟା କରାଯିବ। 


Tourism
Advertisment
Related Articles
Advertisment