Advertisment

କମିଶନରେଟ୍ ପୋଲିସର ଇଏ କି ନୀତି? ବିଏମ୍‌ସି ବେଳକୁ ନିଦ ନାହିଁ, ଅନ୍ୟ କାହା ପାଇଁ ଚିନ୍ତା ନାହିଁ

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଇଏ କି ନୀତି? ବିଏମସି ବେଳକୁ ନିଦ ନାହିଁ, ହେଲେ ଅନ୍ୟ କାହା ପାଇଁ ଚିନ୍ତା ନାହିଁ। ସୋସିଆଲ ମିଡିଆରେ କୋଭିଡ୍ ଚିକିତ୍ସା ସମ୍ପର୍କିତ ଅଡିଓ ଭାଇରାଲ ଘଟଣାରେ ଓଟିଭି କର୍ତ୍ତୃପକ୍ଷଙ୍କ ବିରୋଧରେ ବିଏମସି ଏତଲା ଦେବାର ଦୁଇ ଘଣ୍ଟା ଭିତରେ ମାମଲା ରୁଜୁ ସହ ରାତି ୧୨ଟା ସୁଦ୍ଧା ନୋଟିସ ପହଞ୍ଚିଥିଲା। ହେଲେ ଓଟିଭି ପକ୍ଷରୁ ଏତଲା ଦେବାର ୨୪ ଘଣ୍ଟା ବିତିଯାଇଥିଲେ ବି ଏଯାଏଁ ରେଜିଷ୍ଟ୍ରେସନ୍ କରିନି କମିଶନରେଟ୍ ପୋଲିସ। […]

author-image
Abinash Pati
କମିଶନରେଟ୍ ପୋଲିସର ଇଏ କି ନୀତି? ବିଏମ୍‌ସି ବେଳକୁ ନିଦ ନାହିଁ, ଅନ୍ୟ କାହା ପାଇଁ ଚିନ୍ତା ନାହିଁ

odisha

ଭୁବନେଶ୍ୱର: କମିଶନରେଟ୍ ପୋଲିସର ଇଏ କି ନୀତି? ବିଏମସି ବେଳକୁ ନିଦ ନାହିଁ, ହେଲେ ଅନ୍ୟ କାହା ପାଇଁ ଚିନ୍ତା ନାହିଁ। ସୋସିଆଲ ମିଡିଆରେ କୋଭିଡ୍ ଚିକିତ୍ସା ସମ୍ପର୍କିତ ଅଡିଓ ଭାଇରାଲ ଘଟଣାରେ ଓଟିଭି କର୍ତ୍ତୃପକ୍ଷଙ୍କ ବିରୋଧରେ ବିଏମସି ଏତଲା ଦେବାର ଦୁଇ ଘଣ୍ଟା ଭିତରେ ମାମଲା ରୁଜୁ ସହ ରାତି ୧୨ଟା ସୁଦ୍ଧା ନୋଟିସ ପହଞ୍ଚିଥିଲା। ହେଲେ ଓଟିଭି ପକ୍ଷରୁ ଏତଲା ଦେବାର ୨୪ ଘଣ୍ଟା ବିତିଯାଇଥିଲେ ବି ଏଯାଏଁ ରେଜିଷ୍ଟ୍ରେସନ୍ କରିନି କମିଶନରେଟ୍ ପୋଲିସ।

Advertisment

କ୍ୟାପିଟାଲ ଥାନା IICଙ୍କ ବିରୋଧରେ ଭୁବନେଶ୍ୱର ଡିସିପିଙ୍କ ପାଖରେ ଗତକାଲି କାଲି ଅପରାହ୍ଣରେ ଏତଲା ଦେଇଥିଲା ଓଡ଼ିଶା ଟେଲିଭିଜନ ଲିମିଟେଡ୍। ଆଇଆଇସି ରାତି ଅଧିଆ ନୋଟିସ କରି ରିପ୍ଲାଇ ପାଇଁ ସମୟ ଦେଇ ନଥିବା ଏବଂ ନୋଟିସ୍ ମୁତାବକ ଓଟିଭି ଲୋକ ସଂପର୍କ ଅଧିକାରୀ କ୍ୟାପିଟାଲ୍ ଥାନାକୁ ଡକ୍ୟୁମେଣ୍ଟ ନେଇ ଯାଇଥିଲେ ମଧ୍ୟ ଥାନାଧିକାରୀ ରଖି ନଥିବା ଆଦି ଏତଲାରେ ଉଲ୍ଲେଖ କରାଯାଇଥିଲା।

IICଙ୍କ ଏତାଦୃଶ ଆଚରଣ ନୋଟିସ ପ୍ରାପକଙ୍କୁ ଆଘାତ ଦେବା ସହ ଏଭଳି ଆଚରଣ ଧର୍ତ୍ତବ୍ୟ ଅପରାଧକୁ ଆମନ୍ତ୍ରଣ କରୁଥିବା ଆବେଦନରେ ଦର୍ଶାଯାଇଥିଲା। ତେଣୁ ଏହି ଆଧାରରେ ଆଇଆଇସିଙ୍କ ବିରୋଧରେ ମାମଲା ରୁଜୁ ପାଇଁ ଡିସିପିଙ୍କ ନିକଟରେ ଅପିଲ୍ କରିଥିଲା ଓଡ଼ିଶା ଟେଲିଭିଜନ୍ ଲିମିଟେଡ୍। ତେବେ ବିଏମସି କ୍ଷେତ୍ରରେ ପୋଲିସ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଇଥିବା ବେଳେ, ଓଟିଭି କ୍ଷେତ୍ରରେ ନୀରବତାକୁ ନେଇ କମିଶନରେଟ୍ ପୋଲିସର ନିରପେକ୍ଷତାକୁ ଉପରେ ପ୍ରଶ୍ନ ଉଠିଛି।

Advertisment
Advertisment
Advertisment