Advertisment

ବିଜେଡି ଛାଡ଼ିଲେ ବିଧାୟକ ସୁକାନ୍ତ ନାୟକ

ନୀଳଗିରି (ବିଶ୍ୱମ୍ବର ଦାସ): ଜଣେ ପରେ ଜଣେ ନେତା ବିଜେଡି ଛାଡ଼ୁଛନ୍ତି। ଗତକାଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଦଳ ଛାଡ଼ିଥିବା ବେଳେ ଆଜି ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସୁକାନ୍ତ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ମୋତେ ନୀଳଗିରି ବିଧାୟକ କରିଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ। କିନ୍ତୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ଏକ […]

author-image
Jyotsnamayee Pradhan
ବିଜେଡି ଛାଡ଼ିଲେ ବିଧାୟକ ସୁକାନ୍ତ ନାୟକ

MLA

ନୀଳଗିରି (ବିଶ୍ୱମ୍ବର ଦାସ): ଜଣେ ପରେ ଜଣେ ନେତା ବିଜେଡି ଛାଡ଼ୁଛନ୍ତି। ଗତକାଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଦଳ ଛାଡ଼ିଥିବା ବେଳେ ଆଜି ନୀଳଗିରି ବିଧାୟକ ଇଂ. ସୁକାନ୍ତ ନାୟକ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଦଳୀୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି।

Advertisment

ସୁକାନ୍ତ ତାଙ୍କ ଇସ୍ତଫାପତ୍ରରେ ଲେଖିଛନ୍ତି, ମୋତେ ନୀଳଗିରି ବିଧାୟକ କରିଥିବାରୁ ମୁଁ ଆପଣଙ୍କ ନିକଟରେ କୃତଜ୍ଞ। କିନ୍ତୁ ମୋ ବିରୋଧରେ ଷଡ଼ଯନ୍ତ୍ର କରାଯାଇଛି। ଏକ ମିଶ୍ରଣପର୍ବରେ ମୋତେ ଅଣଦେଖା କରାଯାଇଛି। ଯାହାଙ୍କ ମିଶ୍ରଣ ପର୍ବରେ ମୋତେ ଅଣଦେଖା କରାଯାଇଥିଲା, ସେ ୨୦୧୪ରେ ୧୩,୦୦୦ ଭୋଟ୍‌ରେ ହାରିଥିଲେ।

ଏହା ସହିତ ସେ ବାଲେଶ୍ୱର ଜିଲ୍ଲା ବିଜେଡି ସଭାପତିଙ୍କ ନାଁରେ ବି ଅଭିଯୋଗ କରିଛନ୍ତି। ସୁକାନ୍ତ ଲେଖିଛନ୍ତି, ଜିଲ୍ଲା ବିଜେଡି ସଭାପତି ଦେଉଥିବା ମାନସିକ ନିର୍ଯାତନା ଦିନକୁ ଦିନ ଅସହ୍ୟ ହୋଇଯାଇଥିଲା। ଏହା ମୋତେ ଖୁବ୍ ବାଧିଛି। ତେଣୁ ମୁଁ ଦଳର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଉଛି।

Advertisment
Advertisment
Advertisment