Advertisment

Death Case: ଆଇନକୁ ବି ଛାଡ଼ୁନି କିଟ୍-କିସ୍ ! ଗୁମର ଖୋଲିଲେ ପ୍ରିୟଙ୍କ କାନୁନଗୋ

ଛାତ୍ରୀ ନିର୍ଯାତିତା ହୋଇ ଜୀବନ ହାରନ୍ତୁ କି କ୍ୟାମ୍ପସରେ ଛାତ୍ରଙ୍କୁ ହତ୍ୟା କରାଯାଉ। ମାମଲାକୁ ଚପାଇବା କିଟ୍ ଓ କିସ୍ ପାଇଁ ବାଁ ହାତର ଖେଳ। କିଟ୍-କିସ୍ କେଳେଙ୍କାରୀର ମୁଖା ଖୋଲି ଏଭଳି ବିସ୍ଫୋରକ ଖୁଲାସା କରିଛନ୍ତି ମାନବାଧିକାର କମିଶନ ସଦସ୍ୟ ପ୍ରିୟଙ୍କ କାନୁନଗୋ।

author-image
OTV Bureau
KISS

KISS Photograph: (OTV)

ଛାତ୍ରୀ ନିର୍ଯାତିତା ହୋଇ ଜୀବନ ହାରନ୍ତୁ କି କ୍ୟାମ୍ପସରେ ଛାତ୍ରଙ୍କୁ ହତ୍ୟା କରାଯାଉ। ମାମଲାକୁ ଚପାଇବା କିଟ୍ ଓ କିସ୍ ପାଇଁ ବାଁ ହାତର ଖେଳ। କିଟ୍-କିସ୍ କେଳେଙ୍କାରୀର ମୁଖା ଖୋଲି ଏଭଳି ବିସ୍ଫୋରକ ଖୁଲାସା କରିଛନ୍ତି ମାନବାଧିକାର କମିଶନ ସଦସ୍ୟ ପ୍ରିୟଙ୍କ କାନୁନଗୋ। କିଟ୍ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାର ତଦନ୍ତ କରିଥିବା ପ୍ରିୟଙ୍କ ଖୋଲିଦେଇଛନ୍ତି ଅଚ୍ୟୁତଙ୍କ ମେଣ୍ଟେନ୍ ପଲିଟିକ୍ସ ଗୁମର । ସଂଘାତିକ ଅଭିଯୋଗ ଆଣି କହିଛନ୍ତି- ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାକୁ ଚପାଇବାକୁ ସବୁ ଦମ୍ ଲଗାଇ ଦେଇଥିଲେ କିଟ୍ କର୍ତ୍ତୃପକ୍ଷ । କୋର୍ଟରେ କିଟ୍ ତରଫରୁ ଲଢିଥିଲେ ନାମୀଦାମୀ ଓକିଲ। ସ୍ଥିତି ଏଭଳି ହେଲା, ଗଳାବାଟକୁ ଅସ୍ତ୍ର କରି ସରକାରଙ୍କ ଯାଞ୍ଚ ଉପରେ ବି ଷ୍ଟେ ଅର୍ଡର ନେଇଆସିଲେ । ଅର୍ଥ ଓ ବାହୁ ବଳ ଲଗାଇ ପୂରା ତଦନ୍ତ ପ୍ରକ୍ରିୟାକୁ କରିଦେଲେ ବାଟବଣା । କିଟ୍ କାରସାଦି ଆଗରେ ରାଜ୍ୟ ସରକାର ମଧ୍ୟ ନିରୁପାୟ । ମାମଲାରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲାନି । ଫଳରେ ମାନବାଧିକାର କମିଶନଙ୍କ ସୁପାରିସର ଆଉ କୌଣସି ଗୁରୁତ୍ବ ରହିଲାନି।

କିସ୍ ଛାତ୍ର ହତ୍ୟା ମାମଲାରେ ବି ଉଦବେଗ ପ୍ରକାଶ କରିଛନ୍ତି ପ୍ରିୟଙ୍କ କାନୁନଗୋ। ଦୋଷ ଲୁଚାଇବାକୁ କିଟ୍ ଓ କିସ କର୍ତ୍ତୃପକ୍ଷ ଦାମୀ ଓକିଲଙ୍କୁ ଅସ୍ତ୍ର କରିଛନ୍ତି । ଫଳରେ କୌଣସି ତଦନ୍ତକୁ ସେମାନେ ଖାତିର କରୁନାହାନ୍ତି। କେବଳ ଏଇ ଗୋଟିଏ ଘଟଣା ନୁହେଁ, ବିଭିନ୍ନ ସମୟରେ ଏକାଧିକ ମାମଲାକୁ ଚପାଇଦିଆଯାଇଛି କିସ୍-କିଟ୍ ସାମ୍ରାଜ୍ୟ ଭିତରେ । ଯାହାର ପରିଣାମ ସ୍ବରୂପ କିସ୍ ସାଜିଛି ଆଦିବାସୀ ପିଲାଙ୍କ ପାଇଁ ମୃତ୍ୟୁକୂପ । ଅପରପକ୍ଷେ କିସ୍ ଛାତ୍ର ହତ୍ୟା ଘଟଣାରେ ମାନବାଧିକାର କମିଶନ ପୋଲିସକୁ ରିପୋର୍ଟ ମାଗିଥିବାବେଳେ ଖୁବଶୀଘ୍ର ସ୍ବତନ୍ତ୍ର ଟିମ୍ କିସ୍ ଗସ୍ତ କରିବା ସମ୍ଭାବନା ରହିଛି।...

Advertisment



କିସ୍ ଛାତ୍ର ହତ୍ୟାର ବଡ଼ ଖୁଲାସା କରିଥିଲା କମିଶନରେଟ୍ ପୋଲିସ। ଗତ ସପ୍ତାହରେ ପୋଲିସ କମିଶନର ଦେଇଥିବା ସୂଚନା ଅନୁସାରେ, କିସରେ ସକ୍ରିୟ ‘ଜୋକର ଗ୍ୟାଙ୍ଗ’। ଯିଏକି ତଣ୍ଟି ଚିପି ଛାତ୍ରଙ୍କୁ ମାରିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ବେକ ଚାପି ହତ୍ୟାର ପ୍ରମାଣ ମିଳିଛି । ଏ ସଂପର୍କରେ ପୋଲିସକୁ ‘କିସ୍’ କର୍ତ୍ତୃପକ୍ଷ କୌଣସି ସୂଚନା ନଦେଇ ବିନା ପୋଷ୍ଟମର୍ଟମରେ ମୃତଦେହକୁ ପଠାଇଦେଇଥିଲେ। 

କିଟ୍-କିସ୍ କର୍ତ୍ତୃପକ୍ଷଙ୍କ ଚାଲାକି ଭିତରେ ଆଗକୁ କଣ ହେବା ଆବଶ୍ୟକ ସରକାରଙ୍କ ଆଭିମୁଖ୍ୟ, କିଭଳି ତଥ୍ୟ ପ୍ରମାଣ ସହିତ କୋର୍ଟରେ ଲଢେଇ କରାଯିବା ଦରକାର, ସେନେଇ ମତ ରଖିଛନ୍ତି ଆଇନଜୀବୀ ।

ତେବେ କେବେଠୁ ଏଭଳି ଆଇନକୁ ଆଖିଠାର ଚଳାଇଛନ୍ତି ଅଚ୍ୟୁତ ଆଉ ତାଙ୍କ ଅନୁଷ୍ଠାନ ? ପାଣିଭଳି ଟଙ୍କା ବୁହାଇ ତଦନ୍ତକୁ ବାଟବଣା କରି କାହିଁକି ପିଲାଙ୍କ ଜୀବନ ସହ ଖେଳୁଛନ୍ତି ? ମ୍ୟାନେଜ କରିବାରେ ସଫଳ ହେଉଥିବାରୁ ତଦନ୍ତକୁ ଡରୁନାହାନ୍ତି କି ଅଚ୍ୟୁତ ? କାହିଁକି କାର୍ଯ୍ୟାନୁଷ୍ଠାନ ନେବାରେ ପଛଘୁଞ୍ଚା ଦେଉଛନ୍ତି ସରକାର ? କାହିଁକି ସରକାରଙ୍କ ତରଫରୁ ଅଦାଲତରେ ଷ୍ଟ୍ରଙ୍ଗ ଏଭିଡେନ୍ସ ଦାଖଲ କରାଯାଉନି ?  ତେବେ ଅଭିଯୋଗ ନେଇ ଅଚ୍ୟୁତ କିମ୍ବା କିଟ୍ ଓ କିସ୍ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

Advertisment
Related Articles
Advertisment