Advertisment

ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲ୍‌ ରେଜିଷ୍ଟ୍ରେସନ୍ ରଦ୍ଦ କରିବାକୁ ପୁଣି ନିର୍ଦ୍ଦେଶ

ଭୁବନେଶ୍ୱର: କିଡନୀ ଚୋରି ମାମଲାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ପାଇଁ ଅଡ଼ୁଆ ବଢ଼ିଲା। ଆପୋଲୋର ରେଜିଷ୍ଟ୍ରେସନ୍ ରଦ୍ଦ କରିବାକୁ ପୁଣି ଥରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ୍। ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ହୋଇଥିବା ଆପୋଲର ଯୁକ୍ତିକୁ ଖାରଜ କରିଛନ୍ତି କମିଶନ୍। ୨୦୧୩ରେ ବରଗଡ଼ର ଅନୀଲ କୁମାର ସ୍ୱାମୀଙ୍କ କିଡନୀକୁ ତାଙ୍କ ପଡ଼ୋଶୀ ରାଘବ ରାମ ଦୋରାଙ୍କଠାରେ ପ୍ରତିରୋପଣ ହୋଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ୩ ଜାନୁଆରୀ ୨୦୧୬ରେ ବରଗଡ଼ […]

author-image
Abinash Pati
ଭୁବନେଶ୍ୱର ଆପୋଲୋ ହସ୍‌ପିଟାଲ୍‌ ରେଜିଷ୍ଟ୍ରେସନ୍ ରଦ୍ଦ କରିବାକୁ ପୁଣି ନିର୍ଦ୍ଦେଶ

appllo

ଭୁବନେଶ୍ୱର: କିଡନୀ ଚୋରି ମାମଲାରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲ୍ ପାଇଁ ଅଡ଼ୁଆ ବଢ଼ିଲା। ଆପୋଲୋର ରେଜିଷ୍ଟ୍ରେସନ୍ ରଦ୍ଦ କରିବାକୁ ପୁଣି ଥରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନବାଧିକାର କମିଶନ୍। ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ହୋଇଥିବା ଆପୋଲର ଯୁକ୍ତିକୁ ଖାରଜ କରିଛନ୍ତି କମିଶନ୍।

Advertisment

୨୦୧୩ରେ ବରଗଡ଼ର ଅନୀଲ କୁମାର ସ୍ୱାମୀଙ୍କ କିଡନୀକୁ ତାଙ୍କ ପଡ଼ୋଶୀ ରାଘବ ରାମ ଦୋରାଙ୍କଠାରେ ପ୍ରତିରୋପଣ ହୋଇଥିବା ଅଭିଯୋଗ ହୋଇଥିଲା। ଯାହାକୁ ନେଇ ୩ ଜାନୁଆରୀ ୨୦୧୬ରେ ବରଗଡ଼ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ ଅନୀଲ ସ୍ୱାମୀ। ଏହାସହ ଏନେଇ ଜାତୀୟ ମାନବାଧିକାର କମିଶନ୍‌ଙ୍କ ନିକଟରେ ଆବେଦନ କରାଯାଇଥିଲା। ମାମଲାର ଶୁଣାଣି କରି ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ରେଜିଷ୍ଟ୍ରେସନ୍ ରଦ୍ଦ କରିବା ସହ ପୀଡ଼ିତଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ହୋଇଥିଲେ କମିଶନ।

Advertisment
Advertisment