Advertisment

ଢେଙ୍କାନାଳ ୭ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କଲା ଏନ୍‌ଜିଟି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ୭ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କଲା ଏନ୍‌ଜିଟି (ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌)। ଏନ୍‌ଜିଟିଙ୍କ ୪ ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ଅରମ୍ଭ କରିଛନ୍ତି। ଏହି ଟିମ୍ ସହିତ ପିସିସିଏଫ୍, ଡିଏଫ୍ଓ, ବିଦ୍ୟୁତ୍ ବିଭାଗ ବରିଷ୍ଠ ଅଧିକାରୀ ମଧ୍ୟ ଅଛନ୍ତି। ଗତ ୨୮ ତାରିଖରେ ଢେଙ୍କାନାଳ କମଳାଙ୍ଗଠାରେ ଓହଳି ପଡ଼ିଥିବା ବିଦ୍ୟୁତ ତାର ଲାଗି ୭ଟି ହାତୀଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଗତ ୩ ତାରିଖରେ  କ୍ରାଇମବ୍ରାଞ୍ଚ […]

author-image
Abinash Pati
ଢେଙ୍କାନାଳ ୭ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କଲା ଏନ୍‌ଜିଟି

ele

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କମଳାଙ୍ଗରେ ୭ ହାତୀ ମୃତ୍ୟୁ ଘଟଣାର ଅନୁଧ୍ୟାନ କଲା ଏନ୍‌ଜିଟି (ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌)। ଏନ୍‌ଜିଟିଙ୍କ ୪ ଜଣିଆ ଟିମ୍‌ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ଅରମ୍ଭ କରିଛନ୍ତି। ଏହି ଟିମ୍ ସହିତ ପିସିସିଏଫ୍, ଡିଏଫ୍ଓ, ବିଦ୍ୟୁତ୍ ବିଭାଗ ବରିଷ୍ଠ ଅଧିକାରୀ ମଧ୍ୟ ଅଛନ୍ତି।

Advertisment

ଗତ ୨୮ ତାରିଖରେ ଢେଙ୍କାନାଳ କମଳାଙ୍ଗଠାରେ ଓହଳି ପଡ଼ିଥିବା ବିଦ୍ୟୁତ ତାର ଲାଗି ୭ଟି ହାତୀଙ୍କ ମୃତ୍ୟୁ ଘଟିଥିଲା।

ଏହି ଘଟଣାକୁ ନେଇ ଗତ ୩ ତାରିଖରେ  କ୍ରାଇମବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଥିଲା। ସେମାନେ ହେଲେ ସେସୁର ବହିଷ୍କୃତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ଡଳୀ ସେକ୍ସନ୍‌ ଫରେଷ୍ଟର୍‌ ପ୍ରଭାକର ରଣା ଓ ମେରାମଣ୍ଡଳୀ ବିଟ୍ ଫରେଷ୍ଟ ଗାର୍ଡ ଗିରିଶ ଦେହୁରୀ।

Advertisment
Advertisment
Advertisment