Advertisment

ଆଗାମୀ ୧୨ ଘଣ୍ଟା ମୟୂରଭଂଜ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC

ଭୁବନେଶ୍ୱର: ବାତ୍ୟାର ପବନ କମୁଛି ହେଲେ ପ୍ରକୋପ କମିନି। ଆଗାମୀ ୧୨ ଘଣ୍ଟା ମୟୂରଭଂଜ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ଅପଡେଟ ସଂପର୍କରେ SRC ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ଉପକୂଳ ଅତିକ୍ରମ କରିଛି। ସର୍ବାଧିକ ୧୩୦/୧୪୦ ପବନ ହୋଇଛି। ନୀଳଗିରି ଅଞ୍ଚଳରେ ବ୍ୟାପକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି। ତେବେ ବିଦ୍ୟୁତ ଭିତ୍ତିଭୂମି ବିଶେଷ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା ମିଳିଛି। ପବନ କ୍ରମେ ମୟୂରଭଂଜ ଜିଲ୍ଲାରେ ବଢ଼ିବାକୁ ଲାଗିବ। ଆଗାମୀ ୧୨ ଘଣ୍ଟା […]

author-image
Chandan Shishu
ଆଗାମୀ ୧୨ ଘଣ୍ଟା ମୟୂରଭଂଜ ପାଇଁ ଗୁରୁତ୍ୱପୂର୍ଣ୍ଣ: SRC

budhabalang

ଭୁବନେଶ୍ୱର: ବାତ୍ୟାର ପବନ କମୁଛି ହେଲେ ପ୍ରକୋପ କମିନି। ଆଗାମୀ ୧୨ ଘଣ୍ଟା ମୟୂରଭଂଜ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ। ବାତ୍ୟା ଅପଡେଟ ସଂପର୍କରେ SRC ପ୍ରଦୀପ ଜେନା କହିଛନ୍ତି ଯେ ବାତ୍ୟା ଉପକୂଳ ଅତିକ୍ରମ କରିଛି। ସର୍ବାଧିକ ୧୩୦/୧୪୦ ପବନ ହୋଇଛି। ନୀଳଗିରି ଅଞ୍ଚଳରେ ବ୍ୟାପକ ଗଛ ଉପୁଡ଼ି ପଡ଼ିଥିବା ସୂଚନା ମିଳିଛି। ତେବେ ବିଦ୍ୟୁତ ଭିତ୍ତିଭୂମି ବିଶେଷ କ୍ଷତିଗ୍ରସ୍ତ ହୋଇନଥିବା ସୂଚନା ମିଳିଛି। ପବନ କ୍ରମେ ମୟୂରଭଂଜ ଜିଲ୍ଲାରେ ବଢ଼ିବାକୁ ଲାଗିବ। ଆଗାମୀ ୧୨ ଘଣ୍ଟା ମୟୂରଭଂଜ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ। ମୟୂରଭଞ୍ଜରେ ୧ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ଏସଆରସି କହିଛନ୍ତି।

Advertisment

ବାତ୍ୟା ୟାସ୍ ର ସମସ୍ତ ଲାଇଭ ଉପଡେଟ୍ ପଢନ୍ତୁ

ୟାସର ପ୍ରଭାବ ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ କହିଛନ୍ତି ଯେ- ଯେଉଁଠି ପାଣି ଜମିଛି, ସେଇଠି ଅଫିସରମାନେ ସଜାଗ ଅଛନ୍ତି। ମୟୂରଭଞ୍ଜ ଶିମିଳିପାଳରେ ୧୪୬ ମିମି ବର୍ଷା ହୋଇଛି। ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖାରେ ପାଣି ନାହିଁ, ମିଡିଅମ ରିଜର୍ଭର ଖାଲି ଅଛି। ସୁବର୍ଣ୍ଣରେଖାରେ ବନ୍ୟା ଆଶଙ୍କା ନାହିଁ, ସେଥିପ୍ରତି ନଜର ରଖାଯାଇଛି।

ଯଦି ହେବ ତଳିଆ ଅଞ୍ଚଳକୁ ଖାଲି କରିବାକୁ ପ୍ରାଥମିକତା ଦିଆଯିବ। ଗତକାଲି ୩୭ଟି ବ୍ଲକରେ ୧୦୦ ମିମି ବର୍ଷା ରେକର୍ଡ ହୋଇଛି। ତଳିଆ ଅଞ୍ଚଳକୁ ଟିମ୍ ଯାଇଛି, ବର୍ଷା କମିବା ପରେ କାମ ଆରମ୍ଭ ହେବ। ବାଲିଆପାଳ, କେନ୍ଦ୍ରାପଡ଼ାରେ କିଛି ସ୍ଥାନରେ ୱାଟର ଲଗିଙ୍ଗ୍ ଅଛି। ଆଜି ପୂର୍ଣ୍ଣିମା ଯୋଗୁଁ ପାଣି ଠେଲିବ, କିଛି ସମସ୍ୟା ହୋଇପାରେ।

Advertisment
Cyclone Yass
Advertisment
Advertisment