Advertisment

Record-Breaking New Year Bash: ନୂଆବର୍ଷ ମଉଜରେ ରେକର୍ଡ ଭାଙ୍ଗିଲା ମଦବିକ୍ରି, ରାଜଧାନୀବାସୀ ପିଇଦେଲେ ୩୨ କୋଟି ୫୫ ଲକ୍ଷ ଟଙ୍କାର ମଦ

ବର୍ଷର ଶେଷ ସପ୍ତାହରେ ରାଜଧାନୀରେ ଦେଶୀ-ବିଦେଶୀ ମିଶେଇ ଲୋକ ପିଇଗଲେ ୪ ଲକ୍ଷ ଲିଟର ମଦ। ବଡ଼ଦିନରୁ ଜିରୋନାଇଟ୍ ସେଲିବ୍ରେସନ ଯାଏଁ ୩୨ କୋଟି ଟଙ୍କାର ମଦ ବିକ୍ରି ହୋଇଛି।

author-image
Tapan Swain
Liquor

Liquor Photograph: (OTV)

ନୂଆବର୍ଷ ମଉଜରେ ମଦ ପିଆରେ ରେକର୍ଡ। ବର୍ଷର ଶେଷ ସପ୍ତାହରେ ରାଜଧାନୀରେ ଦେଶୀ-ବିଦେଶୀ ମିଶେଇ ଲୋକ ପିଇଗଲେ ୪ ଲକ୍ଷ ଲିଟର ମଦ। ବଡ଼ଦିନରୁ ଜିରୋନାଇଟ୍ ସେଲିବ୍ରେସନ ଯାଏଁ ୩୨ କୋଟି ଟଙ୍କାର ମଦ ବିକ୍ରି ହୋଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

୨୦୨୫ ମସିହା ଶେଷ ସପ୍ତାହରେ ଭୁବନେଶ୍ବରରେ ବିକ୍ରି ହୋଇଛି ଅଢେଇ ଲକ୍ଷ ଲିଟର ବିଦେଶୀ ଓ ଦେଢ ଲକ୍ଷ ଲିଟର ଦେଶୀ ମଦ । ୧ ଲକ୍ଷ ୭୮ ହାଜର ଲିଟର ବିୟର୍ ବିକ୍ରି ହୋଇଛି। ବଡ ଦିନଠାରୁ ଜିରୋ ନାଇଟ୍ ମଧ୍ୟରେ ବିଭିନ୍ନ କ୍ଲବ, ପବ, ଅଫ ସପରେ ବିକ୍ରି ହୋଇଛି ୩୨ କୋଟି ୫୫ ଲକ୍ଷରୁ ଅଧିକ ଟଙ୍କା। 

୨୮ କୋଟି ୪ ଲକ୍ଷ ୮୧ ହଜାର ଟଙ୍କାର ବିଦେଶୀ ଓ ୩ କୋଟି ୫୬ ଲକ୍ଷ ୧୧ ହଜାର ଟଙ୍କାର ବିୟର୍ କିଣିଛନ୍ତି ଲୋକେ। ସେହିଭଳି ୯୪ ଲକ୍ଷ ୨୦ ହଜାର ଟଙ୍କାର ଦେଶୀ ମଦ ବିକ୍ରି ହୋଇଛି। ...  

Advertisment

୭ ଦିନରେ ଲୋକ ପିଇଗଲେ ୪ ଲକ୍ଷ ଲିଟର ମଦ

ଅଢେଇ ଲକ୍ଷ ଲିଟର ବିଦେଶୀ ମଦ ବିକ୍ରି
ଦେଢ ଲକ୍ଷ ଲିଟର ଦେଶୀ ମଦ ବିକ୍ରି
୧ ଲକ୍ଷ ୭୮ ହଜାର ଲିଟର ବିୟର୍ ବିକ୍ରି
ମୋଟ ୩୨ କୋଟି ୫୫ ଲକ୍ଷ ଟଙ୍କାର ମଦ ବିକ୍ରି
୨୮ କୋଟି ୪ ଲକ୍ଷ ୮୧ ହଜାର ଟଙ୍କାର ବିଦେଶୀ ମଦ ବିକ୍ରି
୩ କୋଟି ୫୬ ଲକ୍ଷ ୧୧ ହଜାର ଟଙ୍କାର ବିୟର୍ କିଣିଲେ ଲୋକ
୯୪ ଲକ୍ଷ ୨୦ ହଜାର ଟଙ୍କାର ଦେଶୀ ମଦ ବିକ୍ରି


New Year Celebration Liquor
Advertisment
Related Articles
Advertisment