Advertisment

New Hopes New Possibilities: ଦିଅଁ ଦର୍ଶନରୁ ବର୍ଷର ପ୍ରଥମ ଦିନ ଆରମ୍ଭ , ଭୋଜିଭାତ ମଜା ମଉଜରେ କମ୍ପିଲା ପିକନିକ୍ ସ୍ପଟ୍

ଜାନୁଆରୀ ପହିଲା...ପିକନିକ୍ ବି ଜମିଲା। ବୁଲାବୁଲି ସାଙ୍ଗକୁ ଭୋଜି ଭାତର ଜବରଦସ୍ତ ଆସର। ଦିନ ବଢ଼ିବା ସହ ଚଳଚଞ୍ଚଳ ହୋଇଉଠିଥିଲା ପିକନିକ ସ୍ପଟ୍। କୋଣାର୍କ, ନନ୍ଦନକାନନ, ଖଣ୍ଡଗିରି ହେଉ କି ଉଦୟଗିରି। ସବୁଠି ଅସମ୍ଭବ ଭିଡ଼, ପ୍ରବଳ ଗହଳି ।

author-image
OTV Bureau
NEW-YEAR

NEW-YEAR Photograph: (OTV)

ନୂଆ ଆଶା, ନୂଆ ସମ୍ଭାବନା...ପୁଣି ନୂଆବର୍ଷ ଆରମ୍ଭରୁ ଭାବଭକ୍ତିରେ ଜଡ଼ସଡ଼ ହୋଇ ଶ୍ରୀକ୍ଷେତ୍ରରେ ଜଗା ଦର୍ଶନରେ ମନ...ସେଇଥିପାଇଁ ତ କାଳିଆ ଦୂଆରେ ରାତିରୁ ଲାଗିଥିବା ଏ ଭିଡ଼ ସିନ୍ଦୁରା ଫାଟୁ ଫାଟୁ ଆହୁରି ବଢୁଥିଲା...ଘନ କୁହୁଡ଼ି ଘେରା ଆକାଶରୁ ନୀଳଚକ୍ର ପଛପଟେ ବର୍ଷର ପହିଲି ସୂର୍ଯ୍ୟ ଉଙ୍କିମାରିବା ସହ ଅସମ୍ଭାଳ ହୋଇପଡ଼ିଥିଲା। କିଏ ବଡ଼ଦାଣ୍ଡରୁ ଭୁଜ ଟେକି ନିଜକୁ ସଅଁପି ଦେଉଥିଲା, କିଏ ସୁରୁଖୁରୁରେ ଜଗାଦର୍ଶନ କରି କୃତ୍ୟ କୃତ୍ୟ ହୋଇ ପଡୁଥିଲା, ପୁଣି ଆଉ କିଏ ଚକା ଆଖି ସହ ଆଖି ମିଶିଛି ମାନେ ବର୍ଷଟା ଯାକ ଭଲରେ କଟିବା ବିଶ୍ବାସ ସହ ଖୁସିରେ ଫାଟି ପଡୁଥିଲା।...

Advertisment

କେବଳ ଶ୍ରୀମନ୍ଦିର ନୁହେଁ, ଠାକୁର ଦେବଦେବୀ ଦର୍ଶନରୁ ନୂଆବର୍ଷ ଆରମ୍ଭର ଇଚ୍ଛାରୁ ରାଜ୍ୟର ସବୁ ମନ୍ଦିରରେ ବି ଥିଲା ଅସମ୍ଭବ ଗହଳି। ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ହେଉ ଅବା ସମ୍ବଲପୁରର ସମଲେଶ୍ବରୀ, କଟକର ମା କଟକ ଚଣ୍ଡୀ, ଘଟଗାଁର ମା ତାରିଣୀ ହୁଅନ୍ତୁ କି ଝଙ୍କଡ଼ର ଶାରଳା, କେନ୍ଦ୍ରାପଡ଼ା ବଳଦେବଜୀଉ, ଯାଜପୁରର ମା ବିରଜା । ଦେବଦେବୀଙ୍କ ଦର୍ଶନ ପାଇଁ ଦିନ ତମାମ ଭିଡ଼ ଲାଗି ରହିଥିଲା ସବୁ ମନ୍ଦିରରେ।...

ଜାନୁଆରୀ ପହିଲା...ପିକନିକ୍ ବି ଜମିଲା। ବୁଲାବୁଲି ସାଙ୍ଗକୁ ଭୋଜି ଭାତର ଜବରଦସ୍ତ ଆସର। ଦିନ ବଢ଼ିବା ସହ ଚଳଚଞ୍ଚଳ ହୋଇଉଠିଥିଲା ପିକନିକ ସ୍ପଟ୍। କୋଣାର୍କ, ନନ୍ଦନକାନନ, ଖଣ୍ଡଗିରି ହେଉ କି ଉଦୟଗିରି। ସବୁଠି ଅସମ୍ଭବ ଭିଡ଼, ପ୍ରବଳ ଗହଳି । 

ସେପଟେ ଗତକାଲି 2025କୁ ବିଦାୟ ଦେଇ 2026କୁ ସ୍ୱାଗତ ଜଣାଇଥିଲା ସାରାରାଜ୍ୟ। ହୋଟେଲ୍ ,ପବ୍ , ରେସେ୍ତାରାଁ -ସବୁଠି ଥିଲା ଜିରୋ ନାଇଟ୍ ସେଲିବ୍ରେସନର ଧୁମ୍ । ନାଚଗୀତର ତାଳେ ତାଳେ ଝୁମିଥିଲେ, ମଜିଥିଲେ ସମସ୍ତ। ଆଉ ତା ଭିତରେ ଅୟୁତ ସମ୍ଭାବନାର ପସରା ଧରି ଆସିଯାଇଥିଲା ନୂଆବର୍ଷ।

Advertisment
Related Articles
Advertisment