Advertisment

ଜୁନ୍ ୩୦ ଯାଏ ବନ୍ଦ ରହିବ ମନ୍ଦିର, ସପିଙ୍ଗ ମଲ୍‌

ଭୁବନେଶ୍ୱର: ମେ ୩୧ ତାରିଖରେ ଲକ୍‌ଡାଉନ୪.୦ ଶେଷ ହେବା ପରେ ଆଜି ଓଡ଼ିଶାରେ ଜାରି ହୋଇଛି ନୂଆ ଲକ୍‌ଡାଉନ  ଗାଇଡଲାଇନ। ଏହି ଗାଇଡଲାଇନ ଅନୁସାରେ  ୩୦ ଜୁନ୍ ଯାଏ ଧର୍ମୀୟ ସ୍ଥାନକୁ ସର୍ବସାଧାରଣଙ୍କ ପ୍ରବେଶ ମନା କରାଯାଇଛି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ  ସୂଚନା ଦେଇଛନ୍ତି। ସେହିପରି ସପିଙ୍ଗ କଂପ୍ଲେକ୍ସ ମଧ୍ୟ ୩୦ ଜୁନ୍ ଯାଏ ଖୋଲିପାରିବ ନାହିଁ। ତେବେ ହୋଟେଲ ଖୋଲି ପାରବ। କିନ୍ତୁ ସବୁ କର୍ମଚାରୀଙ୍କୁ […]

author-image
Minati Mishra
ଜୁନ୍ ୩୦ ଯାଏ ବନ୍ଦ ରହିବ ମନ୍ଦିର, ସପିଙ୍ଗ ମଲ୍‌

3233232

ଭୁବନେଶ୍ୱର: ମେ ୩୧ ତାରିଖରେ ଲକ୍‌ଡାଉନ୪.୦ ଶେଷ ହେବା ପରେ ଆଜି ଓଡ଼ିଶାରେ ଜାରି ହୋଇଛି ନୂଆ ଲକ୍‌ଡାଉନ  ଗାଇଡଲାଇନ। ଏହି ଗାଇଡଲାଇନ ଅନୁସାରେ  ୩୦ ଜୁନ୍ ଯାଏ ଧର୍ମୀୟ ସ୍ଥାନକୁ ସର୍ବସାଧାରଣଙ୍କ ପ୍ରବେଶ ମନା କରାଯାଇଛି। ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ  ସୂଚନା ଦେଇଛନ୍ତି।

Advertisment

ସେହିପରି ସପିଙ୍ଗ କଂପ୍ଲେକ୍ସ ମଧ୍ୟ ୩୦ ଜୁନ୍ ଯାଏ ଖୋଲିପାରିବ ନାହିଁ। ତେବେ ହୋଟେଲ ଖୋଲି ପାରବ। କିନ୍ତୁ ସବୁ କର୍ମଚାରୀଙ୍କୁ ଆସିବାକୁ ଅନୁମତି ନାହିଁ। ମାତ୍ର  ୩୦% କ୍ଷମତାକୁ ନେଇ ହୋଟେଲ ଖୋଲାଯାଇପାରିବ ବୋଲି କହିଛନ୍ତି ମୁଖ୍ୟ ସଚିବ।

ଅନ୍ୟପକ୍ଷେ ସିନେମା ହଲ୍, ଜିମ୍ନାସିୟମ, ସୁଇମିଂ ପୁଲ୍ ବି ଜୁନ୍ ଶେଷ ଯାଏ ବନ୍ଦ ରହିବ। ସାମାଜିକ, ରାଜନୈତିକ, ଧର୍ମୀୟ ସମାବେଶ ମଧ୍ୟ ବନ୍ଦ ରହିବ।

Advertisment

ସୂଚନା ଥାଉ କି, କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ଗାଇଡ୍‌ ଲାଇନ ଜାରି କରାଯାଇଥିଲା। ୩ଟି ପର୍ଯ୍ୟାୟରେ ଲକ୍‌ଡାଉନ ଖୋଲିବ ବୋଲି କୁହାଯାଇଥିଲା। ଗାଇଡଲାଇନ୍‌ରେ ଜୁନ୍ ୮ ପରେ ଧର୍ମୀୟ ଅନୁଷ୍ଠାନ ଖୋଲିବ ବୋଲି କୁହାଯାଇଥିଲା। ସେହପରି ପରି ହୋଟେଲ, ରେଷ୍ଟୁରାଣ୍ଟ ଖୋଲିବା ପାଇଁ ଅନୁମତି ମିଳିପାରେ। ସପିଂ ମଧ୍ୟ ଖୋଲିବାକୁ ଅନୁମତି ମିଳିପାରେ ବୋଲି କୁହାଯାଇଥିଲା। ହେଲେ ଓଡ଼ିଶାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣାକୁ  କଡାକଡି କରିଛନ୍ତି।

Lockdown 5.0 Unlock 1.0 Corona Guideline Odisha New Corona Guideline
Advertisment
Advertisment