/odishatv-khabar/media/post_attachments/uploadimage/library/16_9/16_9_0/attack-89_1626760640.jpg)
attack
ଭଞ୍ଜନଗର(ପ୍ରଦୀପ କୁମାର ସ୍ୱାଇଁ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଭଣଜାଙ୍କୁ ଆକ୍ରମଣ ହୋଇଛି। ତାଙ୍କ ନାଁ ଅଜିତ ପ୍ରଧାନ।
Advertisment
ଗତକାଲି କୁଲାଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାର୍ଯ୍ୟକ୍ରମ ଥିଲା। ଏହାକୁ ନେଇ ବିଜେପି ଓ ବିଜେଡି କର୍ମୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ତୁରୁମ ଗାଁରେ ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକଙ୍କ ଭଣଜା ଅଜିତଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କ ଦେହର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି।
ଅଜିତଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ବିଜେପି ବିଧାୟକ ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ତଥା ବିଜେଡି ପ୍ରାର୍ଥୀ ବିକ୍ରମ ଆରୁଖଙ୍କ ଇଙ୍ଗିତରେ ତୁରୁମ୍ ଗାଁର ସରପଞ୍ଚ ଟୁଟୁ ପ୍ରଧାନ ଏହି ଆକ୍ରମଣ କରିଛନ୍ତି।
Advertisment
ଏନେଇ ସେ ଭଞ୍ଜନଗର ଥାନାରେ ଏତଲା ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)