Advertisment

ବାଲେଶ୍ୱରରେ ବନ୍ୟା ସ୍ଥିତି: ୪ଟି ବ୍ଲକର ୩ ଶହ ଲୋକ ସ୍ଥାନାନ୍ତର

ବାଲେଶ୍ୱର: ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବୁଢ଼ାବଳଙ୍ଗ, ସୋନ ଓ ଜଳକା ନଦୀରେ ସ୍ଥିତି ଉଦ୍‌ବେଗଜନକ ରହିଛି। ଉପରମୁଣ୍ଡରେ ସୋନ ଓ କାଳ ଡ୍ୟାମର ଗୋଟିଏ ଲେଖାଏଁ ଗେଟ୍ ଖୋଲା ହୋଇଛି। ଡ୍ୟାମ୍ ଖୋଲିବାରୁ ସଦର ଓ ରେମୁଣାର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଇ ଦେଇଛି। ସମ୍ଭାବ୍ୟ ସ୍ଥିତି ପାଇଁ ରେମୁଣା ଓ ବସ୍ତାରେ NDRF ଓ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି। ଜିଲ୍ଲାର ୪ଟି ବ୍ଲକର […]

author-image
Abinash Pati
ଅଦ୍ୟତନ ହୋଇଛି
ବାଲେଶ୍ୱରରେ ବନ୍ୟା ସ୍ଥିତି: ୪ଟି ବ୍ଲକର ୩ ଶହ ଲୋକ ସ୍ଥାନାନ୍ତର

balasore

ବାଲେଶ୍ୱର: ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇଛି। ବୁଢ଼ାବଳଙ୍ଗ, ସୋନ ଓ ଜଳକା ନଦୀରେ ସ୍ଥିତି ଉଦ୍‌ବେଗଜନକ ରହିଛି। ଉପରମୁଣ୍ଡରେ ସୋନ ଓ କାଳ ଡ୍ୟାମର ଗୋଟିଏ ଲେଖାଏଁ ଗେଟ୍ ଖୋଲା ହୋଇଛି। ଡ୍ୟାମ୍ ଖୋଲିବାରୁ ସଦର ଓ ରେମୁଣାର ତଳିଆ ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଇ ଦେଇଛି। ସମ୍ଭାବ୍ୟ ସ୍ଥିତି ପାଇଁ ରେମୁଣା ଓ ବସ୍ତାରେ NDRF ଓ ଓଡ୍ରାଫ୍ ଟିମ୍ ମୁତୟନ କରାଯାଇଛି।Image

Advertisment

ଜିଲ୍ଲାର ୪ଟି ବ୍ଲକର ୩ ଶହ ଲୋକଙ୍କୁ ଉଚ୍ଚସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଜଳକା ବିପଦ ସଂକେତ ଉପରେ ପ୍ରଭାବିତ ହେଉଥିବାରୁ ବସ୍ତା ହସ୍ପିଟାଲ ରେ ମଧ୍ୟରେ ପାଣି ଜମୁଛି। ବନ୍ୟା ଆଶଙ୍କା ଥିବା ଜଲେଶ୍ୱର, ବସ୍ତା, ବାଲିଆପାଳ, ରେମୁଣା ଅଞ୍ଚଳର ସରକାରୀ କର୍ମଚାରୀଙ୍କୁ ଛୁଟି ବାତିଲ କରାଯାଇଛି। ଜିଲ୍ଲାପାଳ ବାଲେଶ୍ୱର ସଦର ଅଞ୍ଚଳରେ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।

Image

ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ଗତକାଲି ଠାରୁ ବର୍ଷା ହେବା ଫଳରେ ନଦୀର ଜଳସ୍ଥଳ ବଢିବାରେ ଲାଗିଛି। ନଦୀର ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ଥିବାବେଳେ ସକାଳ ୬ ସୁଧା ୭.୦୫ ମିଟରରେ ଜଳ ପ୍ରବାହିତ ହେଉଛି. ଫୋଲରେ kati ପୋଲ ଠାରୁ ସାନ ଖୁଡ଼ି ରାସ୍ତାରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହୋଇଛି। ଯଦି ଏହିଭଳି ଭାବରେ ବର୍ଷା ଲାଗିରହେ ତେବେ ବସ୍ତା ବ୍ଳକ୍ ର ୧୦ ଟି ପଞ୍ଚାୟତ ମଠାନୀ, ବାହାରଡା, ପ୍ରତ୍ରଝଡା, ରାଉତପଡା, ବ୍ରହ୍ମହଣ୍ଡା, ସୁନ୍ଦେରହତ, ଦୁଧ ହଂସ, ସଦାନନ୍ଦପୁର ଓ ସଦର ବ୍ଳକ୍ର 2ଟି ପଞ୍ଚାୟତରେ ଶ୍ରୀରାମପୁର, ରସଲପୁରବନ୍ୟା ହେବାର ଆଶଙ୍କା ରହିଛି।

Advertisment
Advertisment
Advertisment