Advertisment

୧୯ରେ ସୁପ୍ରିମ୍‌କୋର୍ଟରେ 'ପରୀ' ଶୁଣାଣି

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ମାମଲର ସୁପ୍ରିମକୋର୍ଟରେ ହେବ। ନାବାଳିକା ମାମଲାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମ୍‌କୋର୍ଟରେ ଆବେଦନ ପ୍ରସଙ୍ଗରେ ଶୁଣାଣି ହେବ। ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶରେ ରାଜ୍ୟ ସରକାର ପ୍ରତିଜବାବ ଦାଖଲ କରି ସାରିଛନ୍ତି। ପ୍ରତି ଜବାବ ଦାଖଲ ପରେ ଆଜି ରେଜିଷ୍ଟ୍ରାର କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମ୍‌କୋର୍ଟ ଏକ ବେଞ୍ଚରେ ହେବ ମାମଲାର ଶୁଣାଣି ହେବ। ଏପ୍ରିଲ୍ ୧୯ରେ ସୁପ୍ରିମ୍‌କୋର୍ଟରେ ହେବ ଶୁଣାଣି ହେବ ବୋଲି ରେଜିଷ୍ଟ୍ରାର କୋର୍ଟ ଶୁଣାଇଛନ୍ତି। ପୁଲିସ ପ୍ରଶାସନଠାରୁ […]

author-image
Chandan Shishu
୧୯ରେ ସୁପ୍ରିମ୍‌କୋର୍ଟରେ 'ପରୀ' ଶୁଣାଣି

pari

ନୟାଗଡ଼: ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟାକାଣ୍ଡ ମାମଲର ସୁପ୍ରିମକୋର୍ଟରେ ହେବ। ନାବାଳିକା ମାମଲାର ସିବିଆଇ ତଦନ୍ତ ଦାବି କରି ସୁପ୍ରିମ୍‌କୋର୍ଟରେ ଆବେଦନ ପ୍ରସଙ୍ଗରେ ଶୁଣାଣି ହେବ। ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶରେ ରାଜ୍ୟ ସରକାର ପ୍ରତିଜବାବ ଦାଖଲ କରି ସାରିଛନ୍ତି। ପ୍ରତି ଜବାବ ଦାଖଲ ପରେ ଆଜି ରେଜିଷ୍ଟ୍ରାର କୋର୍ଟ ନିଷ୍ପତ୍ତି ଶୁଣାଇଛନ୍ତି। ସୁପ୍ରିମ୍‌କୋର୍ଟ ଏକ ବେଞ୍ଚରେ ହେବ ମାମଲାର ଶୁଣାଣି ହେବ। ଏପ୍ରିଲ୍ ୧୯ରେ ସୁପ୍ରିମ୍‌କୋର୍ଟରେ ହେବ ଶୁଣାଣି ହେବ ବୋଲି ରେଜିଷ୍ଟ୍ରାର କୋର୍ଟ ଶୁଣାଇଛନ୍ତି।

Advertisment

ପୁଲିସ ପ୍ରଶାସନଠାରୁ ନିରାଶ ହୋଇ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ। ମାତ୍ର ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମୀମାନେ ସେମାନଙ୍କୁ ଉଦ୍ଧାର କରିଥିଲା। ଏହାକୁ ନେଇ ବିଧାନସଭା ଭିତରେ ଓ ବାହାରେ ତମ୍ୱି ତୋଫାନ ହୋଇଥିଲା। ସ୍ଥିତି ବାହାରକୁ ଯାଇଥିବା ଦେଖି ରାଜ୍ୟ ସରକାର‌ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏସ୍‌ଆଇଟି ତଦନ୍ତ କରି ପରୀ ହତ୍ୟା ମାମଲାରେ ଜଣେ ନାବାଳକକୁ ଗିରଫ କରିଥିଲା। ଏବେ ଅଭିଯୁକ୍ତ ନାବାଳକ ଅନୁଗୋଳ ସୁଧାର ଗୃହରେ ରହିଛି। ମାମଲା ଏବେ ମଧ୍ୟ ବିଚାରାଧୀନ ରହିଛି।

ସେପଟେ ଏସ୍‌ଆଇଟିର ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ପୁରୀ ମାଆ-ବାପା। ଏସ୍‌ଆଇଟି ବଦଳରେ ସିବିଆଇ ତଦନ୍ତ କରିବା ଦାବି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୁରୀର ମାଆ। କୋର୍ଟ ମାମଲାକୁ ଗୁରୁତର ସହ ନେଇ ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରକୁ ମହଲତ ଦେଇଥିଲେ। ଚାରି ସପ୍ତାହ ମଧ୍ୟରେ ସବୁ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ କହିଥିଲେ।

Advertisment
Pari Murder Case
Advertisment
Advertisment