Advertisment

ବନ୍ୟାଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ପଚାରି ବୁଝିଲେ ବୈଜୟନ୍ତ

କେନ୍ଦ୍ରାପଡ଼ା: ବନ୍ୟାରେ ପ୍ରବାଭିତ କେନ୍ଦ୍ରାପଡ଼ା ଜିଲା ଆଳିର ଧୋୟା ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।  ଧୋୟା ଅଞ୍ଚଳର ମାନପୁର, ସଂସିଧା, ଠାକୁରପାଟଣା,ମଙ୍ଗରାଜପୁର ,ପେତପଡା ଆଦି ଗାଁଗୁଡ଼ିକୁ ଭୁଟୁଭୂଟି ସାହାଯ୍ୟରେ ବୁଲି ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ଭଲ ମନ୍ଦ ପଚାରି ବୁଝିଛନ୍ତି। ବନ୍ୟା ପାଣିରେ ଭାସି ଯାଇ ମୃତ୍ୟୁ ହୋଇଥିବା ପେତପଡ଼ା ଗାଁର ମୃତକ କେଶବ ଚନ୍ଦ୍ର ଦାସଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ବୈଜୟନ୍ତ। ଏହି କାର୍ଯ୍ୟକ୍ରମରେ […]

author-image
Abinash Pati
ଅଦ୍ୟତନ ହୋଇଛି
ବନ୍ୟାଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ପଚାରି ବୁଝିଲେ ବୈଜୟନ୍ତ

baijayanta panda

କେନ୍ଦ୍ରାପଡ଼ା: ବନ୍ୟାରେ ପ୍ରବାଭିତ କେନ୍ଦ୍ରାପଡ଼ା ଜିଲା ଆଳିର ଧୋୟା ବନ୍ୟାଞ୍ଚଳ ଗସ୍ତ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।  ଧୋୟା ଅଞ୍ଚଳର ମାନପୁର, ସଂସିଧା, ଠାକୁରପାଟଣା,ମଙ୍ଗରାଜପୁର ,ପେତପଡା ଆଦି ଗାଁଗୁଡ଼ିକୁ ଭୁଟୁଭୂଟି ସାହାଯ୍ୟରେ ବୁଲି ସ୍ଥିତି ସମୀକ୍ଷା କରିବା ସହ ଲୋକଙ୍କ ଭଲ ମନ୍ଦ ପଚାରି ବୁଝିଛନ୍ତି।

Advertisment

ବନ୍ୟା ପାଣିରେ ଭାସି ଯାଇ ମୃତ୍ୟୁ ହୋଇଥିବା ପେତପଡ଼ା ଗାଁର ମୃତକ କେଶବ ଚନ୍ଦ୍ର ଦାସଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇଥିଲେ ବୈଜୟନ୍ତ। ଏହି କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡାଙ୍କ ସହ  ବିଜେପିର ଜିଲା ସଭାପତି କିଶୋର ପଣ୍ଡା, ବିଜେପିର କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ।

ଅନ୍ୟପଟେ ବିଜେପିର ଏକ ଟିମ୍‌ ମଧ୍ୟ ପୁରୀ ଜିଲ୍ଲାର ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ଟିମ୍‌ରେ ଥିଲେ ବିରୋଧୀ ଦଳ  ନେତା ପ୍ରଦୀପ୍ତ ନାୟକ, ମୋହନ ମାଝୀ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଲେଖାଶ୍ରୀ ସାମନ୍ତସିଂହାର।  ବନ୍ୟାରେ ଅଧିକ ପ୍ରଭାବିତ ହୋଇଥିବା ପୁରୀ ଜିଲ୍ଲାର କଣାସ ଅଞ୍ଚଳ ପରିଦର୍ଶନ କରିଥିଲେ ଏମାନେ। କଣ୍ଟି ପଞ୍ଚାୟତକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରି ବୁଝିଥିଲେ। ଏବେ ବି ସେହି ଅଞ୍ଚଳରେ ପାଣି ଛାଡ଼ିନାହିଁ କି ଲୋକଙ୍କ ଦୁର୍ଦ୍ଦଶା କମି ନାହିଁ। ବନ୍ୟା ଘେରରେ ଥିବା ଲୋକଙ୍କୁ ତୁରନ୍ତ ଖାଦ୍ୟ ଓ ପିଇବା ପାଣି ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।

Advertisment
Advertisment
Advertisment