Advertisment

ମୁଣ୍ଡବିହୀନ ମୃତଦେହ କାହାର?

ଭୁବନେଶ୍ୱର: ସକାଳୁ ସକାଳୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଦେଖୁ ଦେଖୁ ବିଜୁଳି ବେଗରେ ବ୍ୟାପିଗଲା ଖବର। ମହିଳାଙ୍କ ମୁଣ୍ଡବିହୀନ ମୃତଦେହକୁ ନେଇ ରାଜଧାନୀରେ ଖେଳିଗଲା ଚାଞ୍ଚଲ୍ୟ। ଆଜି ସମୟ ସକାଳ ପ୍ରାୟ ୮ଟା ବେଳେ ଭୁବନେଶ୍ୱର ଉପକଣ୍ଠ ଦାସପୁରରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିଥିବା ଖବର ମିଳିଥିଲା। ଏହାପରେ ଖବର ବ୍ୟାପିବା ପରେ ଘଟଣା ସ୍ଥଳରେ ଲୋକ ଗହଳି ଲାଗିଥିଲା। ହେଲେ ଶବକୁ କେହି ଚିହ୍ନି ପାରିନଥିଲେ। ଖବର […]

author-image
Abinash Pati
ମୁଣ୍ଡବିହୀନ ମୃତଦେହ କାହାର?

katamunda

ଭୁବନେଶ୍ୱର: ସକାଳୁ ସକାଳୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଦେଖୁ ଦେଖୁ ବିଜୁଳି ବେଗରେ ବ୍ୟାପିଗଲା ଖବର। ମହିଳାଙ୍କ ମୁଣ୍ଡବିହୀନ ମୃତଦେହକୁ ନେଇ ରାଜଧାନୀରେ ଖେଳିଗଲା ଚାଞ୍ଚଲ୍ୟ।

Advertisment

ଆଜି ସମୟ ସକାଳ ପ୍ରାୟ ୮ଟା ବେଳେ ଭୁବନେଶ୍ୱର ଉପକଣ୍ଠ ଦାସପୁରରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ପଡ଼ିଥିବା ଖବର ମିଳିଥିଲା। ଏହାପରେ ଖବର ବ୍ୟାପିବା ପରେ ଘଟଣା ସ୍ଥଳରେ ଲୋକ ଗହଳି ଲାଗିଥିଲା। ହେଲେ ଶବକୁ କେହି ଚିହ୍ନି ପାରିନଥିଲେ।

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଫୋରେନ୍ସିକ ଟିମ୍ ତନ୍ନତନ୍ନ ଯାଞ୍ଚ କରିଥିବାବେଳେ ପାଖରେ ପଡ଼ିଥିବା ଲୁଗା, ଏକ ଗ୍ଲୋବ୍ସ ଓ ଛୁରୀ ଜବତ କରିଛି। ତେବେ ମହିଳାଙ୍କ ମୁଣ୍ଡଟି ଆଖପାଖରେ କେଉଁ ସ୍ଥାନରେ ଫିଙ୍ଗା ଯାଇଥିବା ଅନୁମାନ କରି କମିଶନରେଟ୍ ପୋଲିସ୍ ଡଗ୍ ସ୍କ୍ୱାଡ୍‌ର ସହାୟତା ନେଇଥିଲା। 

Advertisment

publive-image

ଏମିତିକି ମୃତଦେହ ପଡ଼ିଥିବା ସ୍ଥାନରୁ ୫ଶହ ମିଟର ଦୂରରେ ଥିବା ଓଡ଼ିଶା ବାୟୋଟେକ୍ ପାର୍କ ପର୍ଯ୍ୟନ୍ତ କୁକୁର ଯିବାରୁ, ଗେଟ୍ ତାଲା ଭାଙ୍ଗି ପାର୍କରେ ପଶିଥିଲା ପୋଲିସ ହେଲେ ବହୁ ଖୋଜାଖୋଜି ପରେ ବି ମୁଣ୍ଡ ମିଳିନଥିଲା। 

ଘଟଣା ସମ୍ପର୍କରେ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ମୃତଦେହର ଚିହ୍ନଟ ଆମ ପାଇଁ ଚ୍ୟାଲେଞ୍ଜ। ତଦନ୍ତ ଚାଲିଛି, ଏବେ ଘଟଣା ସମ୍ପର୍କରେ କିଛି କହି ହେବ ନାହିଁ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି।

ତେବେ ରାଜଧାନୀ ଉପକଣ୍ଠ ରାସ୍ତାକଡ଼ରୁ ମିଳିଥିବା ଏ ମୁଣ୍ଡବିହୀନ ମୃତଦେହ କାହାର? କିଏ ଓ କେଉଁ ପରିସ୍ଥିତିରେ ମହିଳାଙ୍କୁ ବୀଭତ୍ସ ହତ୍ୟା କଲା ତାହା ପୋଲିସ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ।

ଯେହେତୁ ଘଟଣାସ୍ଥଳରୁ ଏକ ଛୁରୀ ଓ ଗ୍ଲୋବ୍ସ ମିଳିଛି, ତେଣୁ ମହିଳାଙ୍କୁ କେହି ଏହିଠାରେ ହିଁ ହତ୍ୟା କରିଥିବା ଅଧିକ ଆଶଙ୍କା କରାଯାଉଛି। ସେପଟେ ମହିଳାଙ୍କ ହାତରେ ଏକ ଟାଟୁକୁ ନେଇ ବି ପୋଲିସ୍ ସୁରାଗ୍ ଖୋଜୁଛି। ରାଜଧାନୀ ଓ ଏହାର ଆଖପାଖ ସବୁ ଥାନାକୁ ଖବର ଦିଆଯାଇଛି। ସେପଟେ ଅନ୍ଧାରୁଆ ପଞ୍ଚାୟତ ଦାସପୁର ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ନଥିବା ସାଙ୍ଗକୁ ପୋଲିସ୍ ପାଟ୍ରୋଲିଂ ଠିକ୍‌ରେ ହେଉନଥିବାରୁ ଅପରାଧୀଙ୍କୁ ସୁହାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ।

[caption id="attachment_243068" align="alignnone" width="1010"]publive-image ଓଡ଼ିଶା ବାୟୋଟେକ୍ ପାର୍କ ଗେଟ୍‌ ଖୋଲୁଛି ପୋଲିସ[/caption]

ତେବେ କେତେଶୀଘ୍ର ଅଜଣା ମୃତଦେହକୁ ଚିହ୍ନଟ କରି ଘଟଣାର ପର୍ଦ୍ଦାଫାସ୍ କରୁଛି କମିଶନରେଟ୍ ପୋଲିସ୍ ତାକୁ ହିଁ ଅପେକ୍ଷା।

ତେବେ ଦିନକୁ ଦିନ ଅପରାଧପ୍ରବଣ ହେଉଛି ରାଜ୍ୟ ରାଜଧାନୀ। କେତେବେଳେ ଦିନ ଦ୍ୱିପ୍ରହରେ ଖଣ୍ଡା ବୁଲୁଛି ତ ଆଉ କେତେବେଳେ ମଣିଷ ମୁଣ୍ଡରୁ ଗଣ୍ଡି ଅଲଗା କରୁଛି ନିର୍ମମ ମଣିଷ। ଲୁଟ ତରାଜ ଯେମିତି ସାଧାରଣ କଥା ହୋଇଗଲାଣି। ରାସ୍ତା ଘାଟରେ ଅସାମାଜିକ ଯୁବକଙ୍କ ଆଡ୍ଡା, ମାର୍‌ପିଟରେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇଗଲାଣି। କେବେ ଏସବୁରୁ ମୁକ୍ତି ମିଳିବ ତାହା ଦେଖିବା ବାକି ରହିଲା।

Headless Body Of Woman
Advertisment
Advertisment