/odishatv-khabar/media/post_attachments/uploadimage/library/16_9/16_9_0/phulbani-890_1626760396.jpg)
phulbani
ଫୁଲବାଣୀ(ତ୍ରିନାଥ ସାହୁ): ଜଣେ ଗୁରୁତର ଥିବା ପ୍ରସୂତିଙ୍କୁ ନିଜ ଗାଡ଼ିରେ ମେଡିକାଲ ଆଣି ନିଜର ମାନବିକତାର ପରିଚୟ ଦେଇଛନ୍ତି ଜଣେ ଲୋକସଭା ପ୍ରାର୍ଥୀ। ଏଭଳି ମହତ କାମ କରି ଏବେ ସେ ବେଶ୍ ଚର୍ଚ୍ଚା ସାଉଁଟୁଛନ୍ତି। ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ଲୋକସଭା ଆସନର ବିଏସ୍ପି ପ୍ରାର୍ଥୀ ଅମୀୟ ନାୟକ।
Advertisment
ମିଳିଥିବା ଖବର ଅନୁସାରେ, ବାଲିଗୁଡ଼ା ବଡ଼ ଗାଁର ପ୍ରସୂତି ବାଲିଗୁଡ଼ା ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ତାଙ୍କୁ ଡାକ୍ତର ଫୁଲବାଣୀ ମେଡିକାଲକୁ ରେଫର୍ କରିଥିଲେ। ଏଥିପାଇଁ ମହିଳାଙ୍କ ସ୍ୱାମୀ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ତେବେ ଆମ୍ବୁଲାନ୍ସ ଆସିବାରେ ବେଶୀ ବିଳମ୍ବ ହୋଇଥିଲା। ଏନେଇ ବାଲିଗୁଡ଼ା ମେଡିକାଲ ଆସିଥିବା ବିଏସ୍ପି ପ୍ରାର୍ଥୀଙ୍କୁ ଏ ବିଷୟରେ ସୂଚନା ମିଳିଥିଲା। ପରେ ସେ ସାହାଯ୍ୟର ହାତ ବଢ଼ାଇ ନିଜ ଗାଡିରେ ଫୁଲବାଣୀ ମେଡିକାଲକୁ ନେଇ ଆସିଥିଲେ। ଏବେ ପ୍ରସୂତିଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)