/odishatv-khabar/media/post_attachments/uploadimage/library/16_9/16_9_0/aparajita-2_1625217393.jpg)
aparajita
ଭୁବନେଶ୍ୱର: ଓଟିଭି ବିରୋଧରେ ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗରେ ସରକାରଙ୍କ ଆଚରଣକୁ ଦୃଢ଼ ନିନ୍ଦା କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଗଣମାଧ୍ୟମ ଦେଶର ଚତୁର୍ଥ ସ୍ତମ୍ଭ, ତେଣୁ ସରକାରଙ୍କର ଏଭଳି ଆଚରଣ ନିନ୍ଦନୀୟ ବୋଲି କହିଛନ୍ତି ଅପରାଜିତା।
ଏଭଳି ଲୋକପ୍ରିୟ ଚ୍ୟାନେଲକୁ ହଇରାଣ କରିବା ଆଦୌ ଠିକ୍ ନୁହେଁ। ସମସ୍ତେ ସୀମା ଭିତରେ ରହିବା ଉଚିତ୍। ଯଦି କୌଣସି ଚ୍ୟାନେଲ ଦୁର୍ନୀତି ପଦାକୁ ଆଣୁଛି ତାକୁ ସ୍ୱାଗତ କରିବା ଦରକାର ବୋଲି ସାଂସଦ କହିଛନ୍ତି। ତେବେ ଅପରାଜିତାଙ୍କ ଅଭିଯୋଗ ଉପରେ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ଅନ୍ୟପଟେ ଓଟିଭି ବିରୋଧରେ ସରକାରଙ୍କ ଆକ୍ରୋଶମୂଳକ ମନୋଭାବକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ। OTVର ବରିଷ୍ଠ ସାମ୍ବାଦିକଙ୍କ ବିରୋଧରେ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନକୁ ନେଇ ଉଦବେଗ ପ୍ରକାଶ କରିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ।
ଓଟିଭିକୁ ଦୁର୍ବଳ କରିବାକୁ ଏଣୁତେଣୁ ବିଭିନ୍ନ ପ୍ରକାର ମାମଲାରେ ଛନ୍ଦି ଓଟିଭି କର୍ମଚାରୀଙ୍କୁ ସାଂଘାତିକ ହଇରାଣ କରାଯାଉଛି। ନିକଟରେ ହେଲିକପ୍ଟରରେ ବନ୍ୟାଞ୍ଚଳ ପରିଦର୍ଶନ ସଂପର୍କିତ ଏକ ଖବର ଓଟିଭିରେ ପ୍ରସାରିତ ହେବା ପରେ ଜଣେ ବରିଷ୍ଠ ସାମ୍ବାଦିକଙ୍କୁ ପୋଲିସ ଉଠାଇ ନେଇଥିଲା। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଏହାକୁ ଗଣମାଧ୍ୟମର ସ୍ୱାଧୀନତା ଉପରେ ସିଧାସଳଖ ହସ୍ତକ୍ଷେପ ବୋଲି କହିଛି ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ। ଏଭଳି ଘଟଣା ତୁରନ୍ତ ବନ୍ଦ ହେବା ଦରକାର ବୋଲି କୁହାଯାଇଛି। ସାମ୍ବାଦିକ ରମେଶ ରଥଙ୍କ ପ୍ରତି ଆକ୍ରୋଶମୂଳକ ପଦକ୍ଷେପ ଅତି ନିନ୍ଦନୀୟ ବୋଲି କହିଛି ଏଡିଟର୍ସ ଗିଲ୍ଡ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)