Advertisment

ଅପରାଜିତା ଷଡଙ୍ଗୀ ହେଲେ ଶ୍ରେଷ୍ଠ ସାଂସଦ

ଭୁବନେଶ୍ୱର:ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଏକ ସର୍ଭେ ପରେ ସେ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି । ଏନେଇ ଘୋଷଣା ହେବା ପରେ ସାଂସଦ ଅପରାଜିତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ସର୍ବଶ୍ରେଷ୍ଠ ସାଂସଦ ବିବେଚିତ ହେବା ପରେ ଟ୍ୱିଟରରେ ନିଜେ ପ୍ରତିକ୍ରିୟା ବି ରଖିଛନ୍ତି । ଅପରାଜିତା କହିଛନ୍ତି ଲୋକଙ୍କ […]

author-image
Minati Mishra
ଅପରାଜିତା ଷଡଙ୍ଗୀ ହେଲେ ଶ୍ରେଷ୍ଠ ସାଂସଦ

Aprajita-2

ଭୁବନେଶ୍ୱର:ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ସର୍ବଭାରତୀୟ ସ୍ତରରେ ଏକ ସର୍ଭେ ପରେ ସେ ଦେଶର ସର୍ବଶ୍ରେଷ୍ଠ ସାଂସଦ ଭାବେ ବିବେଚିତ ହୋଇଛନ୍ତି । ଏନେଇ ଘୋଷଣା ହେବା ପରେ ସାଂସଦ ଅପରାଜିତାଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Advertisment

ସର୍ବଶ୍ରେଷ୍ଠ ସାଂସଦ ବିବେଚିତ ହେବା ପରେ ଟ୍ୱିଟରରେ ନିଜେ ପ୍ରତିକ୍ରିୟା ବି ରଖିଛନ୍ତି । ଅପରାଜିତା କହିଛନ୍ତି ଲୋକଙ୍କ ପାଇଁ ଗତବର୍ଷ ସେ କରିଥିବା କାମର ଏହା ପୁରସ୍କାର, ଯାହାକି ତାଙ୍କୁ ଅନେକ କିଛି ଶିଖାଇବ । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

୫୧ ବର୍ଷୀୟା ଅପରାଜିତା ୧୯୯୪ ବ୍ୟାଚ ଓଡ଼ିଶା କ୍ୟାଡର ଆଇଏଏସ୍‌।   ଭାରତୀୟ ପ୍ରଶାସନିକ ସେବା ଛାଡ଼ି ୨୦୧୮  ନଭେମ୍ବର ୨୭ରେ ବିଜେପିରେ ଯୋଗ ଦେଇଥିଲେ।  ୨୦୧୯ ସାଧାରର ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ଆଇପିଏସ ଅରୂପ ପଟ୍ଟନାୟକଙ୍କ ବିରୋଧରେ ଲଢି ଭୁବନେଶ୍ୱରରୁ ବିଜେପି ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

Advertisment

ଏହା ପୂର୍ବରୁ ଅପରାଜିତା ୨୦୧୨ରେ ଶକ୍ତି ସମ୍ମାନ ପୁରସ୍କାର ପାଇଥିଲେ। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟର ଜଏଣ୍ଟ ସେକ୍ରେଟେରୀ ଭାବେ କାମ କରିଥିଲଷ। ଏଥିସହିତ ଭୁବନେଶ୍ୱର ମ୍ୟୁନିସିପାଲ କମିଶନର ଭାବେ ୨୦୦୬ରୁ ୨୦୦୯ ଦାୟିତ୍ୱ ତୁଲାଇ ଥିଲେ। ମ୍ୟୁନିସିପାଲ କମିଶନର ଥିବାସମୟରେ ବୁଲା ଦୋକାନୀଙ୍କ ପାଇଁ ଭେଣ୍ଡିଂ ଜୋନ୍‌ କରିବା, ସହରକୁ ସ୍ୱଚ୍ଛ ରଖିବା ପାଇଁ ବ୍ୟକ୍ତିଗତ ଭାବେ ବୁଲି  ତଦାରଖ କରିବା ଆଦି ଅନେକ କାମ ପାଇଁ ସେ ସେତେବେଳେ ଚର୍ଚ୍ଚାରେ ଥିଲେ।   ଗଣଶିକ୍ଷା ବିଭାଗର ସେକ୍ରେଟେରୀ ଭାବେ ମଧ୍ୟ କାମ କରିଥିଲେ। ତାଙ୍କ ସମୟରେ ଗଣ ଶିକ୍ଷା ବିଭାଗରେ ଅନେକ ସଂସ୍କାର ଆସିଥିଲା। ଏହା ପରେ ସେ ୫ ବର୍ଷ ପାଇଁ ସେଣ୍ଟ୍ରାଲ ଡେପୁଟେସନରେ ଯାଇଥିଲେ।

ସାଂସଦ ଅପରାଜିତା ୧୯୯୪ରେ ପ୍ରଥମ ଚାନ୍ସରେ ଆଇଏଏସ ପାଇଥିଲେ।

ନଭେମ୍ବର ୧୭ରେ ତାଙ୍କୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ରାଜ୍ୟଗୋଷ୍ଠୀ ରାଷ୍ଟ୍ରସମୂହ ମହିଳା ସଞ୍ଚାଳନା ସମିତିରେ ପ୍ରତିନିଧି ଦାୟିତ୍ୱ ଦିଆଯାଇଥିଲା। 

ସାଂସଦ ହେବା ପରେ ଅପରାଜିତା ନିରବଚ୍ଛିନ୍ନ ଭାବେ ଲୋକଙ୍କ ସେବା କରି ଆସୁଛନ୍ତି। ବିଭିନ୍ନ ଘଟଣାରେ ବିଜେଡି ସରକାରଙ୍କୁ ସମାଲୋଚନା କରି ଟାର୍ଗେଟକୁ ଆସିଛନ୍ତି। ଏପରିକି  କୋଭିଡ ସମୟରେ ତାଙ୍କ ବିରୋଧରେ ନିୟମ ଉଲ୍ଲଘଂନ କରିଥିବା ଅଭିଯୋଗ ଆଣିଥିଲା BMC। ଏ ନେଇ  BMC ୧୫ ଦିନ ପାଇଁ ତାଙ୍କ ଅଫିସ ସିଲ୍ କରିଥିଲା । ହେଲେ ୮ ଦିନ ପରେ ଖୋଲିଥିଲା ଅଫିସ୍।

Advertisment
Advertisment