Advertisment

ବନ୍ୟାଞ୍ଚଳ ଦେଖିବାକୁ ଯାଇଥିଲେ ଅନୁଭବ; ଘେରିଗଲେ ଲୋକେ

କେନ୍ଦ୍ରାପଡ଼ା; ବନ୍ୟାଞ୍ଚଳ ପରିଦର୍ଶନ ବେଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। ସାଂସଦଙ୍କୁ ଦେଖିବା ପରେ ତାଙ୍କୁ ଘେରି ଯାଇଥିଲେ ବନ୍ୟା ପୀଡ଼ିତ। ବନ୍ୟାର ଏତେ ଦିନ ପରେ ଗତକାଲି ରାତି ପ୍ରାୟ ସାଢ଼େ ଆଠଟାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଗାଁରେ ପହଞ୍ଚିଥିଲେ ଅନୁଭବ। ତାଙ୍କୁ ଦେଖିବା ପରେ ଘେରି ଯାଇଥିଲେ ସ୍ଥାନୀୟ ଲୋକେ ଏବଂ ନିଜ ନିଜର ଦୁଃଖ ଦୁର୍ଦ୍ଦଶା କହିବା ସହିତ ଅସନ୍ତୋଷ ପ୍ରକାଶ ମଧ୍ୟ […]

author-image
Abinash Pati
ଅଦ୍ୟତନ ହୋଇଛି
ବନ୍ୟାଞ୍ଚଳ ଦେଖିବାକୁ ଯାଇଥିଲେ ଅନୁଭବ; ଘେରିଗଲେ ଲୋକେ

anubhab

କେନ୍ଦ୍ରାପଡ଼ା; ବନ୍ୟାଞ୍ଚଳ ପରିଦର୍ଶନ ବେଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। ସାଂସଦଙ୍କୁ ଦେଖିବା ପରେ ତାଙ୍କୁ ଘେରି ଯାଇଥିଲେ ବନ୍ୟା ପୀଡ଼ିତ। ବନ୍ୟାର ଏତେ ଦିନ ପରେ ଗତକାଲି ରାତି ପ୍ରାୟ ସାଢ଼େ ଆଠଟାରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଳପୁଆ ଗାଁରେ ପହଞ୍ଚିଥିଲେ ଅନୁଭବ। ତାଙ୍କୁ ଦେଖିବା ପରେ ଘେରି ଯାଇଥିଲେ ସ୍ଥାନୀୟ ଲୋକେ ଏବଂ ନିଜ ନିଜର ଦୁଃଖ ଦୁର୍ଦ୍ଦଶା କହିବା ସହିତ ଅସନ୍ତୋଷ ପ୍ରକାଶ ମଧ୍ୟ କରିଥିଲେ।

Advertisment

ସାଂସଦଙ୍କ ମୁହଁରେ ସିଧାସଳଖ ସେମାନେ ଅଭିଯୋଗ କରିଥିଲେ, ଆପଣ କେବେ ଆମ ଏରିଆକୁ ଆସୁ ନାହାନ୍ତି। ଯେତେବେଳେ ଆଜିର ବନ୍ୟା ସମୟରେ ଆସିଛନ୍ତି, ତେବେ ସବୁଆଡ଼େ ବୁଲନ୍ତୁ। ବିଶେଷ କରି ତଳିଆ ଅଞ୍ଚଳକୁ ଯାଇ ଦେଖନ୍ତୁ ଲୋକେ କିପରି ଅଛନ୍ତି। ସେମାନେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହେଲେ ଅନୁଭବ ମହାନ୍ତି, ବନ୍ୟା ପୀଡ଼ିତଙ୍କ ଦୁଃଖ ବୁଝିବେ କଣ, ଓଲଟି ସେମାନଙ୍କ ଉପରେ ବିରକ୍ତି ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ବନ୍ୟା ପୀଡ଼ିତ ସ୍ଥାନୀୟ ଲୋକଙ୍କ କଥା ଶୁଣିବା ବଦଳରେ ବିରକ୍ତ ହୋଇ ଅନୁଭବ ମହାନ୍ତି ସେଠାରୁ ପଳାଇ ଯାଇଥିବା ଲୋକେ ଅଭିଯୋଗ କରିଛନ୍ତି।

ସେପଟେ ଖୋର୍ଦ୍ଧା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। ବନ୍ୟା ପ୍ରଭାବିତଙ୍କ ସହିତ ସେମାନଙ୍କ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି। ପାଣି ଘେରରେ ରହିଥିଲେ ମଧ୍ୟ ଲୋକଙ୍କ ପାଖକୁ ଠିକ୍ ସମୟରେ ଓ ପର୍ଯ୍ୟାପ୍ତ ପରିମାଣରେ ରିଲିଫ ମିଳିନଥିବା ଲୋକେ ସୁରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ତେବେ ହୋହାଲ୍ଲା କରାଯିବା ପରେ ଲୋକଙ୍କ ପାଖରେ ରିଲିଫ ସାମଗ୍ରୀ ପହଞ୍ଚିଛି।

Advertisment
Advertisment
Advertisment