Advertisment

କରୋନା ସଂକ୍ରମଣ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

ଭୁବନେଶ୍ୱର: କରୋନା ସଂକ୍ରମଣ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ସାମାଜିକ ଦୂରତା ଓ କରୋନା କଟକଣା ମାନି ପ୍ରଥମ ଦିନରେ ବସିଛି ଗୃହ। ବିଧାନସଭାରେ ୮୫ ଓ ଗୃହ ବାହାରେ ୯ ସଦସ୍ୟଙ୍କୁ ମିଶାଇ ମୋଟ୍ ୯୪ ଜଣ ଆଜି ପ୍ରଥମ ଦିନରେ ଗୃହ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଗୃହକୁ ଛାଡ଼ି କିଛି ବିଧାୟକ, ମନ୍ତ୍ରୀ ନିଜ ଜିଲ୍ଲାରେ ଭିଡିଓ କନ୍‌ଫରନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ। ଏଥିସହିତ ଚଳିତ ଅଧିବେଶନରେ ୧୧ଟି […]

author-image
Abinash Pati
କରୋନା ସଂକ୍ରମଣ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ

assembly

ଭୁବନେଶ୍ୱର: କରୋନା ସଂକ୍ରମଣ ଭିତରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ସାମାଜିକ ଦୂରତା ଓ କରୋନା କଟକଣା ମାନି ପ୍ରଥମ ଦିନରେ ବସିଛି ଗୃହ। ବିଧାନସଭାରେ ୮୫ ଓ ଗୃହ ବାହାରେ ୯ ସଦସ୍ୟଙ୍କୁ ମିଶାଇ ମୋଟ୍ ୯୪ ଜଣ ଆଜି ପ୍ରଥମ ଦିନରେ ଗୃହ କାର୍ଯ୍ୟରେ ସାମିଲ ହୋଇଛନ୍ତି।

Advertisment

ଗୃହକୁ ଛାଡ଼ି କିଛି ବିଧାୟକ, ମନ୍ତ୍ରୀ ନିଜ ଜିଲ୍ଲାରେ ଭିଡିଓ କନ୍‌ଫରନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ଯୋଗ ଦେଇଥିଲେ। ଏଥିସହିତ ଚଳିତ ଅଧିବେଶନରେ ୧୧ଟି ଅଧ୍ୟାଦେଶକୁ ଆଗତ କରାଯିବ ବୋଲି ଗୃହକୁ ସୂଚନା ଦିଆଯାଇଥିଲା। ସେହିପରି ୭ଟି ବିଲ୍ ଉପସ୍ଥାପନ କରାଯିବ। ଏଥିମଧ୍ୟରେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ମଧ୍ୟ ରହିଛି।

କରୋନା ସଂକ୍ରମଣର ଭୟବହତାକୁ ନଜରରେ ରଖି ଅଧିବେଶନରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି। ଏଥିଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାସଭବନରୁ ଅଧିବେଶନରେ ଯୋଡ଼ି ହୋଇଥିଲେ। ସେପଟେ ଅଧିବେଶନ ପୂର୍ବରୁ ବିଧାୟକ, ବିଧାନସଭା କର୍ମଚାରୀ, ଅଧିକାରୀ ଓ ସାମ୍ବାଦିକଙ୍କ କରୋନା ଟେଷ୍ଟ କରାଯାଇଛି।

Advertisment

ଏମାନଙ୍କ ମଧ୍ୟରୁ ୧୯ ଜଣ ବିଧାୟକ ଓ ମନ୍ତ୍ରୀଙ୍କଠାରେ ପଜିଟିଭ୍ ଆସିଥିବାରୁ ସେମାନେ ଅଧିବେଶନରୁ ଦୂରେଇ ରହିଛନ୍ତି। ଦିନ ୧୧ଟାରୁ ଆରମ୍ଭ ହୋଇଥିବା ଗୃହକାର୍ଯ୍ୟରେ ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ଦିବଂଗତ ଦୁଇ ବିଧାୟକ, ପୂର୍ବତନ ନେତା, ସହିଦଙ୍କ ସମେତ ୧୮ ଜଣ ଏବଂ କୋଭିଡ୍ ଯୋଦ୍ଧାଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା।

Advertisment
Advertisment