Advertisment

ଏ ବର୍ଷ କମିବ ମୌସୁମୀ ବର୍ଷା !

ଭୁବନେଶ୍ୱର: ଏ ବର୍ଷ କମିପାରେ ମୌସୁମୀ ବର୍ଷା। ପାଣିପାଗ ପୂର୍ବାନୁମାନ କରୁଥିବା ସଂସ୍ଥା ସ୍କାଇମେଟ୍ ଏହି ଆଶଙ୍କା ପ୍ରକାଶ କରିଛି। ପ୍ରଶାନ୍ତ ମହାସାଗରରେ ପାଗ ଅନୁକୂଳ ନଥିବାରୁ ଏଥର ଅପେକ୍ଷାକୃତ ବର୍ଷା କମ୍ ହେବ ବୋଲି ଏହି ସଂସ୍ଥା ଆକଳନ କରିଛି। ଗତ ୫-୬ ବର୍ଷ ହେଲା ପର୍ଯ୍ୟାପ୍ତ ବର୍ଷା ହେଉ ନାହିଁ। ଏଥର ବି ସେମିତି ପରିସ୍ଥିତି ସୃଷ୍ଟି ହୋଇପାରେ। ଜୁନ୍‌-ଜୁଲାଇରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ। ଏହାର ମୁଖ୍ୟ କାରଣ ଏଲ୍‌ନିନୋ ବୋଲି କୁହାଯାଉଛି।  […]

author-image
Jyotsnamayee Pradhan
ଏ ବର୍ଷ କମିବ ମୌସୁମୀ ବର୍ଷା !

rain

ଭୁବନେଶ୍ୱର: ଏ ବର୍ଷ କମିପାରେ ମୌସୁମୀ ବର୍ଷା। ପାଣିପାଗ ପୂର୍ବାନୁମାନ କରୁଥିବା ସଂସ୍ଥା ସ୍କାଇମେଟ୍ ଏହି ଆଶଙ୍କା ପ୍ରକାଶ କରିଛି। ପ୍ରଶାନ୍ତ ମହାସାଗରରେ ପାଗ ଅନୁକୂଳ ନଥିବାରୁ ଏଥର ଅପେକ୍ଷାକୃତ ବର୍ଷା କମ୍ ହେବ ବୋଲି ଏହି ସଂସ୍ଥା ଆକଳନ କରିଛି।

Advertisment

ଗତ ୫-୬ ବର୍ଷ ହେଲା ପର୍ଯ୍ୟାପ୍ତ ବର୍ଷା ହେଉ ନାହିଁ। ଏଥର ବି ସେମିତି ପରିସ୍ଥିତି ସୃଷ୍ଟି ହୋଇପାରେ। ଜୁନ୍‌-ଜୁଲାଇରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବ। ଏହାର ମୁଖ୍ୟ କାରଣ ଏଲ୍‌ନିନୋ ବୋଲି କୁହାଯାଉଛି।  ଅଷ୍ଟ୍ରେଲିଆର ପାଣିପାଗ ବିଭାଗର ସୂଚନା ଅନୁସାରେ ଏ ବର୍ଷ ମଧ୍ୟ ଏଲ୍‌ନିନୋ ହେବାର ୭୦ ପ୍ରତିଶତ ସମ୍ଭାବନା ଅଛି। ଏହାର ପ୍ରଭାବରେ ସମୁଦ୍ରରେ ତାପମାତ୍ରା ଅପେକ୍ଷାକୃତ ଅଧିକ ରହିବ। ଏହାର ପ୍ରତିକୂଳ ପ୍ରଭାବ ଭାରତର ମୌସୁମୀ ବର୍ଷା ଉପରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି।

ତେବେ ଭାରତର ପାଣିପାଗ ସଂସ୍ଥା ପକ୍ଷରୁ ଗତ ମାସରେ କୁହାଯାଇଥିଲା ଯେ, ମେ’ ମାସ ଯାଏ ଏଲ୍‌ନିନୋ ପ୍ରଭାବ ରହିବ। ତା’ ପରେ ଏହା ହ୍ରାସ ପାଉଥିବାରୁ ଦେଶରେ ମୌସୁମୀ ବର୍ଷାରେ ତାର ପ୍ରଭାବ ପ୍ରାୟତଃ ପଡ଼ିବ ନାହିଁ।

Advertisment
Advertisment
Advertisment