/odishatv-khabar/media/post_attachments/uploadimage/library/16_9/16_9_0/mo-bus-2_1625476863.jpg)
mo-bus-2
ଭୁବନେଶ୍ୱର: ଆଜିଠାରୁ ଟ୍ୱିନ୍ ସିଟିରେ ଆରମ୍ଭ ହେଲା ‘ମୋ ବସ୍’ ସେବା। ଲକ୍ଡାଉନ୍ ପରେ ପୁଣି ରାଜଧାନୀରେ ଗଡ଼ିଛି ମୋ ବସ୍। ଯାତ୍ରୀଙ୍କ ସୁବିଧା ପାଇଁ ୮ଟି ରୁଟ୍ରେ ଗଡ଼ିଛି ନନ୍-ଏସି ବସ୍।
ରୁଟ୍- ୧୧, ୧୬, ୧୮, ୨୦, ୨୩, ୨୫, ୨୭, ୩୩ରେ ଗଡ଼ିଛି ବସ୍। ସକାଳ ୭ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ଚଳାଚଳ ପାଇଁ ସମୟ ଧାର୍ଯ୍ୟ କରାଯାଇଛି। କେବଳ ଏହି ସମୟରେ ହିଁ ମୋ ବସ୍ ସେବା ଚାଲି ପାରିବ। ତେବେ ଅଗଷ୍ଟ ମାସରେ ମୋ ବସ୍ ସେବା ସପ୍ତାହାନ୍ତ ବନ୍ଦ ରହିବ ବୋଲି CRUT ପକ୍ଷରୁ ସୂଚନା ଦିଆଯାଇଛି।
ଯେଉଁ ରୁଟ୍ଗୁଡ଼ିକରେ ମୋ ବସ୍ ଚାଲିବ ସେଗୁଡ଼ିକ ହେଲା- ୧୧ ନମ୍ବର ନନ୍ଦନ ବିହାର-ଲିଙ୍ଗିପୁର, ୧୬ ନମ୍ବର ମାଷ୍ଟର କ୍ୟାଣ୍ଟିନରୁ କଟକ ବିଜୁ ପଟ୍ଟନାୟକ ପାର୍କ, ୧୮ ନମ୍ବର-ବରମୁଣ୍ଡାରୁ ଜଗତପୁର, ୨୦ ନମ୍ବର-ମାଷ୍ଟର କ୍ୟାଣ୍ଟିନରୁ ଖୋର୍ଦ୍ଧା ଭାୟା ବାଣୀବିହାର, ୨୩ ନମ୍ବର-ମାଷ୍ଟର କ୍ୟାଣ୍ଟିନରୁ ସମ୍ ହସ୍ପିଟାଲ, ୨୫ ନମ୍ବର ଡୁମଡୁମାରୁ ମଞ୍ଚେଶ୍ୱର, ୨୭ ନମ୍ବର ମାଷ୍ଟର କ୍ୟାଣ୍ଟିନରୁ ଏମ୍ସ, ୩୩ ନମ୍ବର ମାଷ୍ଟର କ୍ୟାଣ୍ଟିନରୁ ପିପିଲି ପର୍ଯ୍ୟନ୍ତ ମୋ ବସ୍ ଚାଲିବ।
ସେହିଭଳି ରାଜ୍ୟରେ ହୋଟେଲ୍ ଓ ରେଷ୍ଟ୍ରୁରାଣ୍ଟ ଖୋଲିବା ନେଇ ମଧ୍ୟ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ରାସ୍ତା କଡ଼ରେ ଥିବା ଢାବା ବି ଖୋଲିବ। ତେବେ ଏଥିପାଇଁ କିଛି ସର୍ତ୍ତ ରଖିଛନ୍ତି ସରକାର।
ସର୍ତ୍ତଅନୁସାରେ, ହୋଟେଲରେ ଥିବା ରେଷ୍ଟୁରାଣ୍ଟ କେବଳ ଇନ୍-ହାଉସ୍ ଅତିଥିଙ୍କ ପାଇଁ ଖୋଲିବ। ଅନ୍ୟ ରେଷ୍ଟୁରାଣ୍ଟ ଓ ହୋଟେଲ ଚାଲିପାରିବ। କିନ୍ତୁ ସେଠାରେ ବସି ଖାଇହେବ ନାହିଁ। ସେମାନେ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ।
ରେଷ୍ଟୁରାଣ୍ଟରୁ ହୋମ୍ ଡେଲିଭରି କିମ୍ବା ଖାଦ୍ୟ ପାର୍ସଲ ନିଆଯାଇପାରିବ। ରାସ୍ତା କଡ଼ରେ ଥିବା ଢାବା ମଧ୍ୟ କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ବୋଲି ରାଜ୍ୟ ସରକାର ସର୍ତ୍ତ ରଖିଛନ୍ତି।
ପ୍ରକାଶ ଥାଉକି, ଗତ ଶନିବାର ଭୁବନେଶ୍ୱର ମହାନଗର ନିଗମ ରାଜଧାନୀରେ ସପିଂ ମଲ୍ ଖୋଲିବାକୁ ସର୍ତ୍ତ ଅନୁସାରେ ଅନୁମତି ଦେଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)