Advertisment

Missing Dhenkanal student: ଦୀର୍ଘ ୧୫ ଦିନ ପରେ ଠାବ ହେଲା ସୁମିତ , କଟକ ସାଲେପୁରରୁ ଉଦ୍ଧାର

ଢେଙ୍କାନାଳରୁ ନିଖୋଜ ଛାତ୍ର କଟକ ସାଲେପୁରରୁ ଉଦ୍ଧାର। ଦୀର୍ଘ ୧୫ ଦିନ ପରେ ଠାବ ହୋଇଛନ୍ତି ଦଶମ ଶ୍ରେଣୀ ଛାତ୍ର ସୁମିତ କୁମାର ମହାପାତ୍ର। ସୁମିତ ଗତ ୨୪ ତାରିଖ ଦିନ ସଦରଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ସ୍ଥିତ ଏକ ଘରୋଇ ହଷ୍ଟେଲରୁ ବାହାରି ପଳାଇଥିଲେ।

author-image
Manas Ranjan Mohanty
NIKHOJ

NIKHOJ Photograph: (OTV)

ଢେଙ୍କାନାଳରୁ ନିଖୋଜ ଛାତ୍ର କଟକ ସାଲେପୁରରୁ ଉଦ୍ଧାର। ଦୀର୍ଘ ୧୫ ଦିନ ପରେ ଠାବ ହୋଇଛନ୍ତି ଦଶମ ଶ୍ରେଣୀ ଛାତ୍ର ସୁମିତ କୁମାର ମହାପାତ୍ର। ସୁମିତ ଗତ ୨୪ ତାରିଖ ଦିନ ସଦରଥାନା ଅନ୍ତର୍ଗତ ଅଙ୍କରାନ୍ତିପୁର ସ୍ଥିତ ଏକ ଘରୋଇ ହଷ୍ଟେଲରୁ ବାହାରି ପଳାଇଥିଲେ।

Advertisment

ସୁମିତ ଅଙ୍କରାନ୍ତିପୁର ସ୍ଥିତ ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିଲେ। କୌଣସି କାରଣରୁ ମାନସିକ ଅଶାନ୍ତି ହୋଇ ହଷ୍ଟେଲ ଛାଡି ପଳାଇଥିଲେ ବୋଲି ଜଣାପଡିଛି। ସୁମିତ ଏକ ଟାଟା ଏସି ଗାଡ଼ିରେ ବସି କଟକ ପଳାଇଥିଲେ।

ସାଲେପୁର ଅଞ୍ଚଳରେ ସେ ଜଣଙ୍କ ଘରେ ଆଶ୍ରୟ ନେଇଥିଲେ। ପରେ ସୋସିଆଲ ମିଡିଆରେ ସେ ନିଖୋଜ ଥିବା ଖବର ଜାଣିବା ପରେ ସେଥିରେ ଦିଆଯାଇଥିବା ଘର ନମ୍ବରକୁ ଫୋନ୍ କରି ସବୁ କଥା କହିଥିଲେ ତାଙ୍କୁ ଘରେ ଆଶ୍ରୟ ଦେଇଥିବା ବ୍ୟକ୍ତି । ସାଲେପୁର ପୋଲିସ ତାଙ୍କୁ ଉଦ୍ଧାର କରିଛି। ୧୫ ଦିନ ପରେ ନିଖୋଜ ପୁଅକୁ ପାଇ ଖୁସି ବ୍ୟକ୍ତ କରିଛନ୍ତି ପରିବାର।

Advertisment

ନିଖୋଜ ଛାତ୍ର କଟକ ସାଲେପୁରରୁ ଉଦ୍ଧାର
ଦୀର୍ଘ ୧୫ ଦିନ ପରେ ଠାବ ହେଲା ସୁମିତ କୁମାର ମହାପାତ୍ର
ଦଶମ ଶ୍ରେଣୀ ଛାତ୍ର ସୁମିତ କୁମାର ମହାପାତ୍ର
ମାନସିକ ଅଶାନ୍ତି ହୋଇ ହଷ୍ଟେଲ ଛାଡି ପଳାଇଥିବା ସୂଚନା

Advertisment
Related Articles
Advertisment