Advertisment

ଚେକିଂ ଆଳରେ ନକଲି ତୀର୍ଥଯାତ୍ରୀଙ୍କ ଠାରୁ ଲୁଟିନେଲେ ଟଙ୍କା ଓ ସୁନା

ଜଳେଶ୍ୱର(ଅଜିତ ଦାସ): ଟୋଲ୍‌ ଗେଟ୍‌ରେ ନକଲି ଏମ୍‌ଭିଆଇଙ୍କ ଦୌରାତ୍ମ୍ୟ। ଚେକିଂ ଆଳରେ ତୀର୍ଥଯାତ୍ରୀଙ୍କୁ ଲୁଟ୍‌ପାଟ୍‌ କରିବା ସହିତ ନିସ୍ତୁକ ମାଡ଼ ମାରିଲେ। ଏପରି ଘଟଣା ଆଜି ସକାଳେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଟୋଲ୍‌ ଗେଟ୍‌ରେ ଘଟିଛି। ତେବେ ଠେଲାଠେଲି ବେଳେ ତୀର୍ଥଯାତ୍ରୀମାନେ ୫ ଜଣଙ୍କୁ କାବୁ କରି ନେଇଥିଲେ। ଏଥିରେ ପୁଲିସର ହାତ ଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବିହାରରୁ ୫ଟି ତୀର୍ଥଯାତ୍ରୀ ବସ୍‌ କୋଲକାତା ଭାୟା ଜଳେଶ୍ୱର ଦେଇ ପୁରୀ ଅଭିମୁଖେ ଆସୁଥିଲା। ତେବେ ଓଡ଼ିଶା-ପଶ୍ଚିମବଙ୍ଗ […]

author-image
Abinash Pati
ଚେକିଂ ଆଳରେ ନକଲି ତୀର୍ଥଯାତ୍ରୀଙ୍କ ଠାରୁ ଲୁଟିନେଲେ ଟଙ୍କା ଓ ସୁନା

tirtha

ଜଳେଶ୍ୱର(ଅଜିତ ଦାସ): ଟୋଲ୍‌ ଗେଟ୍‌ରେ ନକଲି ଏମ୍‌ଭିଆଇଙ୍କ ଦୌରାତ୍ମ୍ୟ। ଚେକିଂ ଆଳରେ ତୀର୍ଥଯାତ୍ରୀଙ୍କୁ ଲୁଟ୍‌ପାଟ୍‌ କରିବା ସହିତ ନିସ୍ତୁକ ମାଡ଼ ମାରିଲେ। ଏପରି ଘଟଣା ଆଜି ସକାଳେ ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଟୋଲ୍‌ ଗେଟ୍‌ରେ ଘଟିଛି। ତେବେ ଠେଲାଠେଲି ବେଳେ ତୀର୍ଥଯାତ୍ରୀମାନେ ୫ ଜଣଙ୍କୁ କାବୁ କରି ନେଇଥିଲେ। ଏଥିରେ ପୁଲିସର ହାତ ଥିବା ସାଧାରଣରେ ଚର୍ଚ୍ଚା ହେଉଛି।

Advertisment

ବିହାରରୁ ୫ଟି ତୀର୍ଥଯାତ୍ରୀ ବସ୍‌ କୋଲକାତା ଭାୟା ଜଳେଶ୍ୱର ଦେଇ ପୁରୀ ଅଭିମୁଖେ ଆସୁଥିଲା। ତେବେ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଲକ୍ଷ୍ମଣନାଥ ଟୋଲ୍‌ ଗେଟ୍‌ଠାରୁ ୩୦୦ ମିଟର ଦୂରରେ କେତେକ ଦୁର୍ବୃତ୍ତ ବସ୍‌ଟିକୁ ଅଟକାଇ ଥିଲେ। କିଏ ନିଜକୁ ଏମ୍‌ଭିଆଇର ପରିଚୟ ଦେଇଥିଲା ତ ଆଉ କିଏ ଟ୍ରାଫିକ୍ ପୁଲିସ ବୋଲି କହୁଥିଲେ। ଏପରିକି ସେମାନେ ଗାଡ଼ିର କାଗଜପତ୍ର ମାଗିଥିଲେ। ଗାଡ଼ି ଚାଳକ ଏମ୍‌ଭିଆଇ କର୍ମଚାରୀ ଭାବି ତଳକୁ ଓହ୍ଲାଇ କାଗଜପତ୍ର ଦେଖାଇଥିଲେ। ଏହା ସତ୍ତ୍ୱେ ସେମାନେ ବସ୍‌ ପିଛା ୭୦୦୦ ଟଙ୍କା ଲେଖାଏ ଫାଇନ୍‌ କରିଥିଲେ। ମାତ୍ର ତୀର୍ଥଯାତ୍ରୀମାନେ ଫାଇନ୍‌ ଦେବାକୁ ମନା କରିଦେଇଥିଲେ। ଏପରିକି ତୀର୍ଥଯାତ୍ରୀମାନେ ସେମାନଙ୍କୁ ପରିଚୟପତ୍ର ମାଗିଥିଲେ। ମାତ୍ର ସେମାନେ ନିଜର ପରିଚୟପତ୍ର ଦେଇପାରିଲେ ନାହିଁ।

publive-image

ଏହି ସମୟରେ ସେଠାରେ ଉପସ୍ଥିତ ଥିବା କେତେକ ତୀର୍ଥଯାତ୍ରୀ ବସ୍‌ରୁ ଓହ୍ଲାଇ ମୋବାଇଲ୍‌ରେ ରେକଡିଂ କରିବା ଆରମ୍ଭ କରିଦେଇଥିଲେ। ଯାହାକୁ ନକଲି ଏମ୍‌ଭିଆଇ କର୍ମଚାରୀମାନେ ବିରୋଧ କରିଥିଲେ। ଏପରିକି ସେମାନଙ୍କଠାରୁ ମୋବାଇଲ୍‌ ଛଡ଼ାଇ ଭାଙ୍ଗି ଦେଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ନକଲି ଏମ୍‌ଭିଆଇ କର୍ମଚାରୀମାନେ ତୀର୍ଥଯାତ୍ରୀଙ୍କୁ ଆକ୍ରମଣ କରିଥିଲେ। ଧୀରେ ଧୀରେ ମାମଲା ଉଗ୍ରରୂପ ଧାରଣ କରିଥିଲା। ଏହି ଆକ୍ରମଣ ଓ ପ୍ରତିଆକ୍ରମଣ ଭିତରେ ଉତ୍ତ୍ୟକ୍ତ ତୀର୍ଥଯାତ୍ରୀମାନେ ଦୁର୍ବୃତ୍ତମାନଙ୍କ ମଧ୍ୟରୁ ୫ ଜଣଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ପୁଲିସ ସେମାନଙ୍କୁ ଗିରଫ କରିଛି। ସେମାନେ ହେଲେ ବାସୁଦେବ ସେଠୀ, ମାଣିକ ସାମଲ, ତପନ କୁମାର ଜେନା, ଅରିନ୍ଦମ ମହାନ୍ତି ଓ ଜୀବନ କୁମର ଜେନା।

Advertisment
ଅନ୍ୟପକ୍ଷରେ ଆହତ ହୋଇଥିବା ତୀର୍ଥଯାତ୍ରୀ ଓ ବସ୍‌ ଡ୍ରାଇଭରଙ୍କୁ ଜଳେଶ୍ୱର ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ୨୪ ଘଣ୍ଟା ଚଳଚଞ୍ଚଳଥିବା ଲକ୍ଷ୍ମଣନାଥ ଟୋଲଗେଟ୍‌ ସାମ୍ନାରେ ଏଭଳି ଜୁଲମ୍ କରାଗଲା କେମିତି ?ପୁଲିସ ଓ ଟୋଲଗେଟ କର୍ମଚାରୀଙ୍କ ମଧୁଚନ୍ଦ୍ରିକାରେ ଏଭଳି କାରବାର ଚାଲୁନି ତ? ତେବେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହାକୁ ଗୁରୁତର ସହ ନେଇ ଭବିଷ୍ୟତରେ ଯେଭଳି ଏମିତି ଜୁଲମ୍ ନହୁଏ, ସେଥିପ୍ରତି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Advertisment
Advertisment