Advertisment

ଶ୍ରୀମନ୍ଦିର ଦୁଆରେ ଟଳିଗଲା ବଡ଼ ଅଘଟଣ

ପୁରୀ: ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଟଳିଗଲା ବଡ଼ ଅଘଟଣ। କାଳିଆର କରୁଣାରୁ ବଞ୍ଚିଗଲା କଅଁଳ ଶିଶୁର ଜୀବନ। ଆଜି ଶ୍ରୀମନ୍ଦିର ଉତ୍ତର ଦ୍ୱାର ସାମ୍ନା ଜୋତା ଷ୍ଟାଣ୍ଡ ନିକଟରେ ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତିଯାଇଛି ୪ ବର୍ଷୀୟ ନାବାଳିକା। ସମୟ ପ୍ରାୟ ଗୋଟାଏ।  ଭବାନୀପାଟଣାରୁ ପରିବାର ସହ ପୁରୀ ଆସିଥିବା ରାମନାରାୟଣ ରଥ ମହାପ୍ରଭୁଙ୍କ ଦର୍ଶନ ସାରି ମୋବାଇଲ ଷ୍ଟାଣ୍ଡ୍ ଯାଇ ମୋବାଇଲ ଆଣୁଥିଲେ। ଠିକ୍ ସେହି ସମୟରେ ଏଇ ବ୍ୟାରିକେଡ ଭିତରେ ଅଜାଣତରେ ମୁଣ୍ଡ ଗଳାଇ […]

author-image
Chandan Shishu
ଶ୍ରୀମନ୍ଦିର ଦୁଆରେ ଟଳିଗଲା ବଡ଼ ଅଘଟଣ

jagannath-temple

ପୁରୀ: ଶ୍ରୀମନ୍ଦିର ଉତ୍ତର ଦ୍ୱାରରେ ଟଳିଗଲା ବଡ଼ ଅଘଟଣ। କାଳିଆର କରୁଣାରୁ ବଞ୍ଚିଗଲା କଅଁଳ ଶିଶୁର ଜୀବନ। ଆଜି ଶ୍ରୀମନ୍ଦିର ଉତ୍ତର ଦ୍ୱାର ସାମ୍ନା ଜୋତା ଷ୍ଟାଣ୍ଡ ନିକଟରେ ଏକ ନିଶ୍ଚିତ ଅଘଟଣରୁ ବର୍ତ୍ତିଯାଇଛି ୪ ବର୍ଷୀୟ ନାବାଳିକା। ସମୟ ପ୍ରାୟ ଗୋଟାଏ।  ଭବାନୀପାଟଣାରୁ ପରିବାର ସହ ପୁରୀ ଆସିଥିବା ରାମନାରାୟଣ ରଥ ମହାପ୍ରଭୁଙ୍କ ଦର୍ଶନ ସାରି ମୋବାଇଲ ଷ୍ଟାଣ୍ଡ୍ ଯାଇ ମୋବାଇଲ ଆଣୁଥିଲେ। ଠିକ୍ ସେହି ସମୟରେ ଏଇ ବ୍ୟାରିକେଡ ଭିତରେ ଅଜାଣତରେ ମୁଣ୍ଡ ଗଳାଇ ଦେଇଥିଲା ତାଙ୍କ କୁନି ଝିଅ। ରାମନାରାୟଣ ମୁହଁ ଫେରାଇ ଦେଖିବା ବେଳକୁ ସ୍ଥିତି ସାଂଘାତିକ।

Advertisment

ଛୁଆଟି ଆଉ ମୁଣ୍ଡ କାଢ଼ି ନପାରି ବିକଳ ହୋଇ କାନ୍ଦିବାରୁ ଖାଲି ବାପା-ମାଆ ନୁହନ୍ତି, ବରଂ ସେଠାରେ ଉପସ୍ଥିତ ଲୋକଙ୍କର ବି ଅକଲ ଗୁଡୁମ୍ ହୋଇସାରିଥିଲା। ଏ ଆକସ୍ମିକ ଘଟଣାକୁ ନେଇ ଆତଙ୍କିତ ହୋଇପଡ଼ିଥିଲା ପୁରା ଅଞ୍ଚଳ ପିଲାଟିକୁ ସୁରକ୍ଷିତ ଉଦ୍ଧାର ପାଇଁ ଆରମ୍ଭ ହୋଇଥିଲା ଧାଁ ଦୌଡ଼। ପ୍ରାୟ ୨୦ ମିନିଟର ସଂଘର୍ଷ ପରେ କଟର୍‌ରେ ଲୁହା ପାଇପ କାଟି ଛୁଆଟିକୁ ଉଦ୍ଧାର କରିଥିଲେ ଶ୍ରୀମନ୍ଦିର କର୍ମଚାରୀ, ସ୍ଥାନୀୟ ପୋଲିସ ଓ ପ୍ରତ୍ୟକ୍ଷଦର୍ଶୀ। ସେତେବେଳକୁ ଭୟ, କୋହ ଓ ଲୁହରେ ଭିଜି ସାରିଥିଲେ। ରାମ ନାରାୟଣଙ୍କ ପରିବାର। ଜୟ ଜଗନ୍ନାଥ ଧ୍ୱନୀରେ କମ୍ପି ଉଠିଥିଲା ପରିବେଶ।

ଏ ଘଟଣା ପ୍ରଚାର ହେବା ମାତ୍ରେ ଲୋକାରଣ୍ୟ ହୋଇ ଉଠିଥିଲା ଉତ୍ତର ଦ୍ୱାର ସମ୍ମୁଖ ଅଞ୍ଚଳ। ଘଟଣାସ୍ଥଳରେ ପହଞ୍ଚିଥିଲେ ପୁରୀ ଏସ୍‌ପି ଓ ଦମକଳ ବାହିନୀ। ତେବେ ସେତେବେଳକୁ ଟଳି ସାରିଥିଲା ବିପତ୍ତି ହେଲେ ଆଜିର ଏ ଘଟଣା ପାଇଁ ପ୍ରଶାସନ ଉପରେ ଅସନ୍ତୋଷ ଝାଡ଼ିଥିଲେ ଲୋକେ। ଅନେକ ବାରିକେଡ୍‌ରେ ଗ୍ୟାପ୍ କମାଇବାକୁ ଦାବି କରିଥିବା ବେଳେ ଆଉ କିଛି ଏଭଳି ଅଘଟଣ ଏଡାଇବାକୁ ତାର ଜାଲି ଲଗାଇବା ସପକ୍ଷରେ ମତ ଦେଇଥିଲେ।

Advertisment

Puri Srimandir
Advertisment
Advertisment