Advertisment

ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କେନ୍ଦୁଝର (ପ୍ରଣୟ ପାଣି): ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି କରିଛି। ଗତ ୨୧ ତାରିଖ ଯୋଡ଼ା ଥାନା ଅଞ୍ଚଳରୁ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଜଣେ ଯୁବକ ଅପହରଣ କରିନେଇଥିଲା। ତାଙ୍କୁ ଏକ ଘରେ ରଖି ନିଶା ଦୁଷ୍କର୍ମ କରିଥିଲେ। […]

author-image
Abinash Pati
ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

kkdf

କେନ୍ଦୁଝର (ପ୍ରଣୟ ପାଣି): ନିଶା ଦେଇ ନାବାଳିକାକୁ ଦୁଷ୍କର୍ମ। ଏପରି ଅଭିଯୋଗ ଆସିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅଞ୍ଚଳରୁ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି କରିଛି।

Advertisment

ଗତ ୨୧ ତାରିଖ ଯୋଡ଼ା ଥାନା ଅଞ୍ଚଳରୁ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଜଣେ ଯୁବକ ଅପହରଣ କରିନେଇଥିଲା। ତାଙ୍କୁ ଏକ ଘରେ ରଖି ନିଶା ଦୁଷ୍କର୍ମ କରିଥିଲେ। ଦୀର୍ଘ ୭ ଦିନ ଧରି ତାଙ୍କୁ ବାରମ୍ୱାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଝିଅକୁ ନପାଇ ପରିବାର ଲୋକେ ଚାରିଆଡ଼େ ଖୋଜି ପାଇନଥିଲେ। ତେବେ ଗତକାଲି ନାବାଳିକାଙ୍କୁ ଯୋଡା ବସ୍‌ଷ୍ଟାଣ୍ଡରେ ଅଚେତ ଅବସ୍ଥାରେ ପଡ଼ିଥିଲା। ଖବର ପାଇ ପରିବାର ଲୋକେ ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଚିକିତ୍ସା ବେଳେ ପୀଡ଼ିତା ପୂରା ଘଟଣା କହିଥିଲା।

ନାବାଳିକାଙ୍କ ବାପା ଏନେଇ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ନାବାଳିକାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ବେଳେ ୩ ଜଣ ସହଯୋଗ କରିଥିବା ଏଫ୍‌ଆଇଆର୍‌ରେ ଉଲ୍ଲେଖ ରହିଛି।

Advertisment
Advertisment
Advertisment