Advertisment

Iran Warns US After Alleged Submarine Attack: ଇରାନୀୟ ଯୁଦ୍ଧ ଜାହାଜ ଉପରେ ଆମେରିକାର ଆକ୍ରମଣକୁ ନେଇ ପାଚି ଲାଲ୍ ଇରାନ୍

ଇରାନ ଯୁଦ୍ଧ ଜାହାଜ ଉପରେ ହମଲାର ବଦଲା ନେବ ଇରାନ୍। ନୃଶଂସତାର ସଂଘାତିକ ପରିଣାମ ଭୋଗିବାକୁ ଚେତାବନୀ। ସମୁଦ୍ର ଭିତରେ ଭୟଙ୍କର ଆକ୍ରମଣ ପାଇଁ ଇରାନର ଚେତାବନୀ। ଇରାନ ନୌସେନାକୁ ଶକ୍ତିହୀନ କରିବା ପେଣ୍ଟାଗନର ଲକ୍ଷ୍ୟ। ଆକ୍ରମଣ ପାଇଁ ଭାରତୀୟ ବେସ୍ ବ୍ୟବବାରକୁ MEAର ଖଣ୍ଡନ।

author-image
Pramod Behera
Iran Warns US After Alleged Submarine Attack

ଇରାନୀୟ ଯୁଦ୍ଧ ଜାହାଜ ଉପରେ ଆମେରିକାର ଆକ୍ରମଣକୁ ନେଇ ପାଚି ଲାଲ୍ ଇରାନ୍ Photograph: (OTV)

ଇରାନୀୟ ଯୁଦ୍ଧ ଜାହାଜ ଉପରେ ଆମେରିକାର ଆକ୍ରମଣକୁ ନେଇ ପାଚି ଲାଲ୍ ଇରାନ୍। ଅନ୍ତର୍ଜାତୀୟ ଜଳଭାଗରେ ଥିବା ଜାହାଜକୁ ବିନା ୱାର୍ଣ୍ଣିଂରେ ଆକ୍ରମଣକୁ ବର୍ବବତା ବୋଲି କହିଛି ଇରାନ। ଆଉ ଆଗକୁ ଏହାର ପରିଣାମ ଅତି ଭୟଙ୍କର ହେବ ବୋଲି ଚେତାବନୀ ବି ଦେଇଛି। 

Advertisment

ସେପଟେ ଇରାନର ନୌସେନା ଉପରେ ଘନ ଘନ ଘାତକ ଆକ୍ରମଣ କରି ଏହାକୁ ସମ୍ପୂର୍ଣ୍ଣ ଦୁର୍ବଳ କରିବାକୁ ଆମେରିକା ଯୋଜନା କରିଥିବା କହିଛି ପେଣ୍ଟାଗନ। ଏପଟେ ଆକ୍ରମଣର ଶୀକାର ଯୁଦ୍ଧ ଜାହାଜଟି ଭାରତରୁ ଫେରୁଥିବାରୁ ଆକ୍ରମଣର ସ୍ଥାନ ଆଉ ସମୟକୁ ନେଇ ସୃଷ୍ଟି ହୋଇଛି ବିତର୍କ।

ନୌସେନା ଯୁଦ୍ଧ ଜାହାଜ ଉପରେ ଆକ୍ରମଣର ଭୟରଙ୍କ ବଦଲା ନେବ ଇରାନ । ନିରୀହଙ୍କ ଉପରେ ନୃଶଂସତାର ଅତି ସାଂଘାତିକ ପରିଣାମ ଭୋଗିବ ଆମେରିକା । ମଙ୍ଗଳବାର ରାତିରେ ଭାରତ ମହାସାଗରରେ ଇରାନୀୟ ଯୁଦ୍ଧ ଜାହାଜକୁ ସବମେରିନ୍ ଆକ୍ରମଣ କରି ବୁଡାଇ ଦେବା ପରେ ଏବେ ରକ୍ତମୁଖା ତେହରାନ। ଏ ଘଟଣାକୁ ନେଇ ବିଶ୍ବବ୍ୟାପୀ ଚର୍ଚ୍ଚା ଭିତରେ, ଏବେ ଇରାନ ଏହାକୁ ସମୁଦ୍ର ଭିତରେ ଆମେରିକାର ବର୍ବରତା ବୋଲି କହିଛି। 

Advertisment

ଇରାନ ବୈଦେଶିକ ମନ୍ତ୍ରୀ ସୟେଦ ଆବ୍ବାସ ଆରଘଛି କହିଛନ୍ତି, ଆମେରିକା ବିନା ୱାର୍ଣ୍ଣିଂରେ ଅନ୍ତର୍ଜାତୀୟ ଜଳରାଶିରେ ଥିବା ଯୁଦ୍ଧ ଜାହାଜକୁ ଆକ୍ରମଣ କରି ବୁଡାଇଦେବା ନୃଶଂସତାର ପରିଚୟ। ଇରାନ ଉପକୂଳରୁ ପ୍ରାୟ 2 ହଜାର ମାଇଲ ଦୂରରେ ଏକ ନିର୍ବିବାଦୀୟ ସ୍ଥାନରେ ଥିବା ଏକ ଜାହାଜକୁ ଟାର୍ଗେଟ କରାଯାଇଛି। ଯାହା ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନର ଉଲ୍ଲଂଘନ। ଏହାର ପରିଣାମ ଅତି ଭୟଙ୍କର ହେବ ବୋଲି ଚେତାଇ ଦେଇଛି ଇରାନ୍। 

ସେପଟେ ଶତ୍ରୁ ରାଷ୍ଟ୍ରକୁ ଗୋଟିଏ ପରେ ଗୋଟିଏ ଚକମା ଦେବା ଯୋଜନାରେ ଥିବା ଆମେରିକା କହିଛି, ଏଇ ଯୁଦ୍ଧ ଭିତରେ ହିଁ ଘନ ଘନ ଆକ୍ରମଣ କରି ଇରାନ ନୈାସେନା ଶକ୍ତିକୁ ଦୁର୍ବଳ କରିବା ପେଣ୍ଟାଗନର ପ୍ରଥମ ଟାର୍ଗେଟ୍। ୟା ଭିତରେ ଆମେରିକା ଇରାନର 20ରୁ ଅଧିକ ନୌସେନା ଜାହାଜକୁ ନଷ୍ଟ କରି ସାରିଥିବା ଦାବି କରିଛନ୍ତି ଆମେରିକା ସେନାର ବରିଷ୍ଠ ଅଧିକାରୀ। ଏ ଭିତରେ ଏବେ ଶ୍ରୀଲଙ୍କା ଉପକୂଳରେ ଇରାନ ଆଉ ଏକ ଜାହାଜ ଆଶ୍ରୟ ନେଇଥିବାରୁ ଏହାକୁ ବି ଟାର୍ଗେଟର ଆଶଙ୍କା ବଢ଼ିଛି।

ଭାରତରେ ମିଳିତ ସମରାଭ୍ୟାସ ମିଲନ ୨୦୨୬ରେ ଯୋଗଦେଇ ଇରାନ ଫେରୁଥିବା ବେଳେ ଆକ୍ରମଣର ଶିକାର ଇରାନ ନୌସେନାର ଯୁଦ୍ଧ ଜାହାଜ ଆଇରିସ ଡେନା। ଯାହାକୁ ମଙ୍ଗଳାବାର ରାତିରେ ଶ୍ରୀଲଙ୍କା ଉପକୂଳ ନିକଟରେ ଟାର୍ଗେଟ୍ କରିଥିଲା ଆମେରିକା। ସବମେରିନରୁ ଟର୍ପେଡୋ ନିକ୍ଷେପ କରି ଏହି ବିଶାଳ ଯୁଦ୍ଧ ହାଜାଜକୁ ବୁଡାଇ ଦେଇଥିଲା। 

କୁହାଯାଉଛି, ମଧ୍ୟପ୍ରାଚ୍ୟ ଯୁଦ୍ଧରେ ପ୍ରଥମ କରି ଇରାନ ଯୁଦ୍ଧ ଜାହାଜ ଉପରେ ଟର୍ପେଡୋ ଆକ୍ରମଣ କରିଛି ଆମେରିକା। ଯାହାକି ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ ଘଟଣା। ଏପଟେ ଜାହାଜଟି ଭାରତରୁ ଫେରୁଥିବାରୁ ଏହାକୁ ଟାର୍ଗେଟ୍ କରାଯାଇଥିବାରୁ, ଏ ଘଟଣା ପଛରେ ଭାରତର ହାତ ଥିବା ନେଇ ସୋସିଆଲ ମିଡିଆରେ ଭାଇରାଲ ହେଉଛି କିଛି ଆମେରିକୀୟ ଗଣମାଧ୍ୟମର ଦାବି। ଯେଉଁଥିରେ ଏ ଆକ୍ରମଣ ପାଇଁ ଆମେରିକା ଭାରତର ନାଭାଲ ବେସ୍ ବ୍ୟବହାର କରାଯାଇଥିବା କୁହାଯାଉଛି। 

ତେବେ ଏ ଘଟଣା ସାମ୍ନାକୁ ଆସିବା ପରେ ବିଦେଶ ମନ୍ତ୍ରାଳୟର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଏହାର ଦୃଢ ଖଣ୍ଡନ କରିଛି। ଆଉ ଆମେରିକୀୟ ଗଣମାଧ୍ୟମର ଏ ଖବରକୁ ନକଲି ଓ ଭିତ୍ତିହୀନ ଦର୍ଶାଇ ଏଭଳି ବିଭ୍ରାନ୍ତିକର ଖବର ନେଇ ଚେତାବନୀ ବି ଦେଇଛି MEA।

ଫେବ୍ରୁଆରୀ ୧୫ରୁ ୨୫ ମଧ୍ୟରେ ଭାରତରେ ଆୟୋଜିତ ହୋଇଥିଲା ବହୁ ଦେଶୀୟ ମିଳିତ ସମରାଭ୍ୟାସ ମିଲାନ୍ ୨୦୨୬। ବିଶାଖାପାଟଣା ଉପକୂଳରେ ହୋଇଥିବା ଏହି ସମରାଭ୍ୟାସରେ ଇରାନ୍ ସମେତ ୭୪ ଦେଶର ୪୨ଟି ଜାହାଜ ୨୯ଟି ଏୟାରକ୍ରାଫ୍ଟ ସାମିଲ ହୋଇଥିଲେ। ଏପରିକି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ IRIS ଡେନାର ଫ୍ଲିଟ୍ ରିଭ୍ୟୁ କରିଥିଲେ। 

ତେବେ ଆମେରିକା ଏହି ସମରାଭ୍ୟାସକୁ କେବଳ ସୈନ୍ୟ ପ୍ରତିନିଧି ପଠାଇ, ଯୁଦ୍ଧ ଜାହାଜ ପଠାଇ ନଥିବାରୁ ହୁଏତ ଟ୍ରମ୍ପ ଯୁଦ୍ଧ ପାଇଁ ଆଗୁଆ ପ୍ରସ୍ତୁତ ଥିବାର ଚର୍ଚ୍ଚା ଜୋର ଧରିଛି।

War Iran War Powers Resolution US Iran War
Advertisment
Advertisment