/odishatv-khabar/media/post_attachments/uploadimage/library/16_9/16_9_0/school-890_1626760578.jpg)
school
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକ ଉପରବାହାଲ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଗତ ୯ ଦିନ ହେଲା ମଧ୍ୟାହ୍ନ ଭୋଜନ ବନ୍ଦକୁ ନେଇ ଉତ୍ତେଜନା ଦେଖାଦେଇଛି। ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଦିଆଯାଉ ନଥିବାରୁ ଅଭିଭାବକମାନେ ହୋହାଲ୍ଲା କରିବା ସହିତ ପ୍ରଧାନଶିକ୍ଷକଙ୍କୁ ଅଟକ ରଖିଥିଲେ।
Advertisment
ଜାଳେଣି କାଠ ଅଭାବରୁ ମଧ୍ୟାହ୍ନ ଭୋଜନ ରନ୍ଧା ଯାଇ ନଥିବା ପ୍ରଧାନଶିକ୍ଷକ କହିଛନ୍ତି। ଘଟଣାର ତଦନ୍ତ କରାଯାଇ ଦୋଷୀ ବିରୋଧରେ ଦଣ୍ଡ ଓ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ମଧ୍ୟାହ୍ନ ଭୋଜନ ଦେବାକୁ ଅଭିଭାବକମାନେ ଦାବି କରିଛନ୍ତି।
ତେବେ ଘଟଣାର ତଦନ୍ତ କରାଯିବ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)