Advertisment

ଅସହାୟତାର ସୁଯୋଗ ନେଇ କେହି ଜଣେ ପଶୁ ସାଜିଥିଲା; ଏମାନେ କିନ୍ତୁ ଦେବତା ହୋଇ ଉଦ୍ଧାର କଲେ

ଭଦ୍ରକ: ଯୁବକଙ୍କ ଉଚିତ୍ ପଦକ୍ଷେପ ଯୋଗୁ ବଞ୍ଚିଗଲା ମା’ ପୁଅର ଜୀବନ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଛକରେ। ଉଦ୍ଧାର ହୋଇଥିବା ମହିଳା ଜଣଙ୍କ ଜଣେ ମାନସିକ ରୋଗୀ ବୋଲି ଜଣାପଡ଼ିଛି। କିଛିମାସ ତଳେ ମାନସିକ ବିକୃତି ଓ ଅସହାୟତାର ସୁଯୋଗ ନେଇ କେହି ଦୁବୃର୍ତ୍ତ ଏହି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାପରେ ସେ ଗର୍ଭବତୀ ଥିଲେ। ଗତକାଲି ମହିଳା ଜଣଙ୍କ ବନ୍ତ ଛକ ନିକଟରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେବାସହ […]

author-image
Abinash Pati
ଅସହାୟତାର ସୁଯୋଗ ନେଇ କେହି ଜଣେ ପଶୁ ସାଜିଥିଲା; ଏମାନେ କିନ୍ତୁ ଦେବତା ହୋଇ ଉଦ୍ଧାର କଲେ

manasika rogi

ଭଦ୍ରକ: ଯୁବକଙ୍କ ଉଚିତ୍ ପଦକ୍ଷେପ ଯୋଗୁ ବଞ୍ଚିଗଲା ମା’ ପୁଅର ଜୀବନ। ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବନ୍ତ ଛକରେ। ଉଦ୍ଧାର ହୋଇଥିବା ମହିଳା ଜଣଙ୍କ ଜଣେ ମାନସିକ ରୋଗୀ ବୋଲି ଜଣାପଡ଼ିଛି।

Advertisment

କିଛିମାସ ତଳେ ମାନସିକ ବିକୃତି ଓ ଅସହାୟତାର ସୁଯୋଗ ନେଇ କେହି ଦୁବୃର୍ତ୍ତ ଏହି ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏହାପରେ ସେ ଗର୍ଭବତୀ ଥିଲେ। ଗତକାଲି ମହିଳା ଜଣଙ୍କ ବନ୍ତ ଛକ ନିକଟରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେବାସହ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ।

publive-image

ଏନେଇ ଖବର ପାଇବା ପରେ କିଛି ସାମାଜିକ କର୍ମୀ ସେଠାରେ ପହଞ୍ଚି ମହିଳା ଓ ନବଜାତ ଶିଶୁକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଉଭୟ ମା’ ପୁଅ ସୁସ୍ଥ ଥିବା ଡାକ୍ତର କହିଛନ୍ତି। ତେବେ ମହିଳା ଜଣଙ୍କ ମାନସିକ ରୋଗୀ ହୋଇଥିବାରୁ ତାଙ୍କର ଓ ତାଙ୍କ ସ୍ୱାମୀଙ୍କ ପରିଚୟ ମିଳିପାରିନାହିଁ।

Advertisment
Advertisment
Advertisment