Advertisment

ଏହି ବ୍ୟକ୍ତି ଓଡ଼ିଶାର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ବନ୍ଧୁ; କିନ୍ତୁ ସମୟ ତାଙ୍କୁ ଭିକାରି ସଜାଇ ଦେଲା

ଭୁବନେଶ୍ୱର: ଜୀର୍ଣ୍ଣଶୀର୍ଣ୍ଣ ଶରୀର। ନୁଖୁରା କେଶ ସାଙ୍ଗକୁ ଅସନା ବେଶଭୂଷା। କେତେବେଳେ ନିଜ ସହ ଗୁଣୁଗୁଣୁ ହେଉଥିଲେ ତ ଆଉ କେତେବେଳେ ଖବରକାଗଜ ଧରି କଣ ସବୁ ପଢ଼ି ଯାଉଥିଲେ। ପୁରୀ ବଡ଼ଦାଣ୍ଡରେ ଯିଏ ତାଙ୍କୁ ଦେଖୁଥିଲା, କହୁଥିଲା ଇଏ ଭିକାରି ନଚେତ୍ ପାଗଳ। କିନ୍ତୁ କେହି ବି ଜାଣିନଥିଲେ ସେ ଜଣେ ମେଧାବୀ, ଆଉ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ରାଜ୍ୟର ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବନ୍ଧୁ ବୋଲି। ତାଙ୍କର ନାଁ ହେଉଛି ସୁଜିତ […]

author-image
Abinash Pati
ଏହି ବ୍ୟକ୍ତି ଓଡ଼ିଶାର ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ବନ୍ଧୁ; କିନ୍ତୁ ସମୟ ତାଙ୍କୁ ଭିକାରି ସଜାଇ ଦେଲା

masd-750x420

ଭୁବନେଶ୍ୱର: ଜୀର୍ଣ୍ଣଶୀର୍ଣ୍ଣ ଶରୀର। ନୁଖୁରା କେଶ ସାଙ୍ଗକୁ ଅସନା ବେଶଭୂଷା। କେତେବେଳେ ନିଜ ସହ ଗୁଣୁଗୁଣୁ ହେଉଥିଲେ ତ ଆଉ କେତେବେଳେ ଖବରକାଗଜ ଧରି କଣ ସବୁ ପଢ଼ି ଯାଉଥିଲେ। ପୁରୀ ବଡ଼ଦାଣ୍ଡରେ ଯିଏ ତାଙ୍କୁ ଦେଖୁଥିଲା, କହୁଥିଲା ଇଏ ଭିକାରି ନଚେତ୍ ପାଗଳ। କିନ୍ତୁ କେହି ବି ଜାଣିନଥିଲେ ସେ ଜଣେ ମେଧାବୀ, ଆଉ ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସହ ରାଜ୍ୟର ଅନେକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ବନ୍ଧୁ ବୋଲି। ତାଙ୍କର ନାଁ ହେଉଛି ସୁଜିତ ପାଢ଼ୀ। ଡାକ ନାଁ ବୁଟୁ। ଘର ବଡ଼ଶଙ୍ଖ ନୂଆସାହିରେ। ହେଲେ ଏବେ କିନ୍ତୁ ତାଙ୍କ ଜୀବନରେ ଆସିଛି ନୂଆ ମୋଡ। ତାଙ୍କୁ ଉଦ୍ଧାର କରି ସହପାଠୀମାନେ କଟକ ବଡ଼ ମେଡ଼ିକାଲ୍‌ର ମାନସିକ ରୋଗ ବିଭାଗରେ ଭର୍ତ୍ତି କରାଇଛନ୍ତି। ସାଙ୍ଗମାନେ ଆଶା ରଖିଛନ୍ତି, ଶୀଘ୍ର ଆରୋଗ୍ୟ ଲାଭ କରି ବୁଟୁ ପୂର୍ବାବସ୍ଥାକୁ ଫେରି ଆସିବ।

Advertisment

ଛାତ୍ର ସମୟରେ ଭଲ ବକ୍ତା ଭାବେ ପରିଚିତ ଥିଲେ ସୁଜିତ। ଓଏଏସ୍ ପରୀକ୍ଷାରେ ଦୁଇ ଦୁଇ ଥର ପ୍ରିଲିମ କ୍ୱାଲିଫାଏ କରିଥିଲେ। କିନ୍ତୁ ଇଣ୍ଟରଭ୍ୟୁ କ୍ୱାଲିଫାଏ କରିନପାରିବାରୁ ଭୟଙ୍କର ମାନସିକ ଧକ୍କା ପାଇଥିଲେ। ପରବର୍ତ୍ତୀ ସମୟରେ ଏକ ଘରୋଇ ସ୍କୁଲରେ ଶିକ୍ଷକ ଭାବେ ଯୋଗଦେଇଥିଲେ। ଦୁର୍ଯୋଗକୁ ତାହା ବି ବନ୍ଦ ହୋଇଗଲା। ତା’ପରଠୁ ମାନସିକ ଭାରସାମ୍ୟ ହରାଇ ବସିଥିଲେ ସୁଜିତ। ସ୍ଥିତି ଏପରି ହେଲା ଯେ, ପରିବାର ଲୋକଙ୍କୁ ବି ଭିନ୍ନ ଆଚରଣ ଦେଖାଉଥିଲେ। ପରବର୍ତ୍ତୀ ସମୟରେ ପୁରୀ ବଡ଼ଦାଣ୍ଡରେ ପାଗଳ ଅବସ୍ଥାରେ ବୁଲୁଥିଲେ। ତେବେ ଶ୍ରୀଜିତଙ୍କ ରେଭେନ୍ସା ଓ ପୁରୀ ଏସ୍‌ସିଏସ୍ କଲେଜ ବେଳର ବନ୍ଧୁମାନେ ଦେବଦୂତ ସାଜି ଉଦ୍ଧାର କରିଛନ୍ତି ତାଙ୍କୁ। ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀଙ୍କ ସମେତ ଅନ୍ୟ ସାଙ୍ଗ ଓ ସାହିବାସିନ୍ଦା ମିଶି ସବୁ ଚିକିତ୍ସା ଦାୟିତ୍ୱ ବହନ କରିଛନ୍ତି।

Advertisment
Advertisment