Advertisment

ଭୁବନେଶ୍ୱରରେ ଦୁର୍ଗାପୂଜା ନେଇ ବୈଠକ: ନିରାଡ଼ମ୍ବର ପୂଜା ନେଇ ପ୍ରସ୍ତାବ

ଭୁବନେଶ୍ୱର: ଭୁବନେଶ୍ୱର ଦୁର୍ଗାପୂଜାକୁ ନେଇ କମିଶନରେଟ ପୋଲିସ ଭସାଣି କମିଟି ସହିତ ବୈଠକ ହୋଇଛି। କରୋନା କଟକଣା ଭିତରେ ଏଥର କିପରି ଦୁର୍ଗାପୂଜା କରାଯାଇପାରିବ, ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଛି। ଏଥର ନିରାଡ଼ମ୍ବର ଭାବେ ପୂଜା କରିବାକୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଭୁବନେଶ୍ୱର ଭସାଣ ସମିତିର ସଂପାଦକ ଦିଲୀପ ମହାନ୍ତି। ସେ କହିଛନ୍ତି, ଏଥର କମ୍ ଖର୍ଚ୍ଚ କରାଯିବ। ପୂର୍ବ ବର୍ଷଗୁଡ଼ିକରେ ଯେତେ ଖର୍ଚ୍ଚ କରାଯାଉଥିଲା ତାଠାରୁ କମ୍ ଖର୍ଚ୍ଚ କରାଯିବ। ଘର ଘର ବୁଲି […]

author-image
Abinash Pati
ଅଦ୍ୟତନ ହୋଇଛି
ଭୁବନେଶ୍ୱରରେ ଦୁର୍ଗାପୂଜା ନେଇ ବୈଠକ: ନିରାଡ଼ମ୍ବର ପୂଜା ନେଇ ପ୍ରସ୍ତାବ

accident-11

ଭୁବନେଶ୍ୱର: ଭୁବନେଶ୍ୱର ଦୁର୍ଗାପୂଜାକୁ ନେଇ କମିଶନରେଟ ପୋଲିସ ଭସାଣି କମିଟି ସହିତ ବୈଠକ ହୋଇଛି। କରୋନା କଟକଣା ଭିତରେ ଏଥର କିପରି ଦୁର୍ଗାପୂଜା କରାଯାଇପାରିବ, ସେ ସଂପର୍କରେ ବୈଠକରେ ଆଲୋଚନା ହୋଇଛି।

Advertisment

ଏଥର ନିରାଡ଼ମ୍ବର ଭାବେ ପୂଜା କରିବାକୁ ପ୍ରସ୍ତାବ ଦିଆଯାଇଥିବା କହିଛନ୍ତି ଭୁବନେଶ୍ୱର ଭସାଣ ସମିତିର ସଂପାଦକ ଦିଲୀପ ମହାନ୍ତି। ସେ କହିଛନ୍ତି, ଏଥର କମ୍ ଖର୍ଚ୍ଚ କରାଯିବ। ପୂର୍ବ ବର୍ଷଗୁଡ଼ିକରେ ଯେତେ ଖର୍ଚ୍ଚ କରାଯାଉଥିଲା ତାଠାରୁ କମ୍ ଖର୍ଚ୍ଚ କରାଯିବ।

ଘର ଘର ବୁଲି ଚାନ୍ଦା ଆଦାୟ କରାଯିବ ନାହିଁ। ଯେଉଁଠି ଚାନ୍ଦା ମଗାଯିବ, ସେଠାରେ ସାନିଟାଇଜ୍ କରାଯିବ।  ବିଶେଷ ସାଜସଜ୍ଜା କି ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ନାହିଁ। ଭସାଣ ମଧ୍ୟ ଧୁମଧାମରେ ହେବ ନାହିଁ ବୋଲି ପ୍ରସ୍ତାବ ଦେଇଛି ଭୁବନେଶ୍ୱର ଭସାଣ ସମିତି।

Advertisment

ବୈଠକର ନିଷ୍ପତ୍ତି ଅନୁସାରେ, ତୋରଣ ସହ ଆଲୋକମାଳା ହେବନି। ମାଇକ ବାଜିବ ନାହିଁ, ତେବେ ମନ୍ତ୍ରପାଠ ପାଇଁ ମାଇକକୁ ଅନୁମତି ଦିଆଯିବ କି ନାହିଁ ସେ ନେଇ ପରବର୍ତ୍ତି ସମୟରେ ନିଷ୍ପତ୍ତି ନିଆଯିବ। କମିଟିର ମାତ୍ର ୧୦ ଜଣ ସଦସ୍ୟକୁ ନେଇ ପୂଜା କରିବାକୁ ଅନୁମତି ଦିଆଯିବ।

ଭକ୍ତ ମଣ୍ଡପକୁ ନ ଆସି ଘରେ ରହି ପୂଜା ଦେଖିବାକୁ ଅନୁରୋଧ କରାଯିବ। ତା ସହିତ ମୂର୍ତ୍ତିର ଉଚ୍ଚତା ୪ରୁ୫ ଫୁଟ୍‌ ଭିତରେ ରହିବ।  ସେହିଭଳି ଏଥର ରାବଣ ପୋଡ଼ି କି ଭସାଣ ଉତ୍ସବ ହୋଇପାରିବ ନାହିଁ। ନିରାଡ଼ମ୍ବରେ ମୂର୍ତ୍ତି ବିସର୍ଜନ କରାଯିବ। ଦୁର୍ଗାପୂଜା ଏବେ ଡେରି ଥିବାରୁ ପୁଣିଥରେ ବୈଠକ ହୋଇ ନିଷ୍ପତ୍ତି ନିଆଯିବ ବୋଲି କମିଟି କହିଛି।

Advertisment
Advertisment