/odishatv-khabar/media/post_attachments/uploadimage/library/16_9/16_9_0/farmer-111_1626162023.jpg)
farmer-111
ଚତ୍ରକୋଣ୍ଡା(ରତ୍ନାକର ପ୍ରଧାନ): କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଶହଶହ ଚାଷୀ ଦିଲ୍ଲୀ ସୀମାରେ ଧାରଣାରେ ବସିଛନ୍ତି। କୃଷକଙ୍କୁ ବୁଝାଇବା ପାଇଁ କେନ୍ଦ୍ର ସରକାର ବହୁ ଚେଷ୍ଟା କରି ମଧ୍ୟ ସଫଳ ହୋଇ ପାରି ନାହାନ୍ତି। ଯଦିଓ ଓଡ଼ିଶାରେ କୃଷି ଆଇନକୁ ନେଇ ଚାଷୀମାନେ ଧାରଣାକୁ ଓହ୍ଲାଇ ନାହାନ୍ତି ତେବେ ଏହି ଆନ୍ଦୋଳନକୁ ନକ୍ସଲପନ୍ଥୀମାନେ ସମର୍ଥନ କରୁଛନ୍ତି।
ମାଓନେତା ଗଣେଶ ତେଲେଗୁ ଭାଷାର ଏକ ଚିଠି ଦେଇ କୃଷି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି। ମୋଦୀ ସରକାର ଆଣିଥିବା କୃଷି ଆଇନ ବିରୁଦ୍ଧରେ ମାସେ ଧରି ଚାଲିଆସୁଥିବା କୃଷି ଆନ୍ଦୋଳନକୁ ମାଓବାଦୀ ଦଳ ସମ୍ପୂର୍ଣ୍ଣ ସମର୍ଥନ ଦେବ । ଏଭଳି ନିଷ୍ପତି ନେଇଛନ୍ତି ଆନ୍ଧ୍ର ଓଡ଼ିଶା ବୋର୍ଡର ସ୍ପେଶଲ ଜୋନାଲ କମିଟି ମାଓ ସଂଗଠନ।
ଗଣେଶ ଅଭିଯୋଗ କରିଛନ୍ତି ଯେ, ବିଜେପି ଏବଂ ଆରଏସଏସ ଆଇଟି ପ୍ରଫେସନାଲମାନଙ୍କ ସହ ଗଣମାଧ୍ୟମରେ ବହୁ ପରିମାଣରେ ମିଥ୍ୟା ତଥ୍ୟ ପ୍ରଚାର କରି ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଆନ୍ଦୋଳନରେ ଏ ପର୍ଯ୍ୟନ୍ତ ଆତ୍ମହତ୍ୟା ଏବଂ ଶହୀଦ ହୋଇ ପ୍ରାଣ ହରାଇଥିବା ୪୦ ରୁ ଅଧିକ କୃଷକଙ୍କୁ ଆମେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।
କୃଷି ସଙ୍କଟ ଦୂର କରିବାର ଆଉ ଏକ ଉପାୟ ଅଛି। ଆତ୍ମହତ୍ୟା ଏହାର ସମାଧାନ ନୁହେଁ। ବରଂ ଦେଶରୁ ପୁଞ୍ଜିପତିଙ୍କୁ ହଟେଇବା ଆମର ଲକ୍ଷ୍ୟ ବୋଲି ଏହି ଚିଠିରେ ଉଲ୍ଲେଖ କରାଯାଇଛି।
ସୂଚନାଥାଉ କି, କେନ୍ଦ୍ର ସରକାରଙ୍କ କୃଷିନୀତିକୁ ବିରୋଧ କରି ଆସୁଛି ଚାଷୀ ସଂଗଠନ। ଚାଷୀ ଦାବି କରିଛନ୍ତି, ନୂଆ କୃଷି ଆଇନକୁ ରଦ୍ଦ କରାଯାଉ। ଏମଏସପି ଉପରେ ଗ୍ୟାରେଣ୍ଟି ଦିଆଯାଉ। ଏହି ଦାବି ପୂରଣ ପାଇଁ ଦୀର୍ଘ ୩୮ ଦିନ ହେବ ଧାରଣାରେ ବସିଛନ୍ତି ଚାଷୀ। ଥଣ୍ଡା କାକରରେ ପଡି ଶୁକ୍ରବାର ଜଣେ ଚାଷୀଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବାବେଳେ ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି। ଥଣ୍ଡା କାକରରେ ବସି ଧାରଣା ଦେଉଥିବା ଚାଷୀଙ୍କ ମଧ୍ୟରୁ ଶୁକ୍ରବାର ଜଣଙ୍କର ହୃଦଘାତରେ ମୃତ୍ୟୁ ଘଟିଥିବାବେଳେ ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି।
ସରକାରଙ୍କ ସହ ବାରମ୍ବାର ଅଲୋଚନା କରି ବିଫଳ ହେବା ପରେ ଏବେ ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ଚାଷୀ।
/odishatv-khabar/media/post_attachments/wp-content/uploads/2021/01/mao.jpg)
ଯଦି ଦାବି ପୂରଣ ନ ହୁଏ ତେବେ ହରିଆଣାର ସମସ୍ତ ପେଟ୍ରୋଲ ପମ୍ପ ଏବଂ ସପିଂ ମଲ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଏଥିସହ ଜାନୁଆରୀ ୬ ତାରିଖରେ କେନ୍ଦ୍ର ସରକାରଙ୍କ କୃଷି ନୀତି ବିରୋଧରେ ଟ୍ରାକ୍ଟର ରାଲି ବାହାର କରାଯିବ ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି।
ତେବେ ଜାନୁଆରୀ ୪ ତାରିଖ କେନ୍ଦ୍ର ସରକାର ଓ ଚାଷୀ ସଂଗଠନ ମଧ୍ୟରେ ଏ ନେଇ ପୁଣି ଆଲୋଚନା ହେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)