/odishatv-khabar/media/post_attachments/uploadimage/library/16_9/16_9_0/dd_1625451932.jpg)
dd
ବରଗଡ଼: ବରଗଡ଼ ଜିଲ୍ଲା ପାଇକମାଳ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡରେ ମାଓକ୍ୟାମ୍ପ ଠାବ ହୋଇଛି। ମାଓବାଦୀଙ୍କ ଏହି କ୍ୟାମ୍ପରୁ ଗୁଳି ସହ ସେମାନଙ୍କ ବ୍ୟବହୃତ ସାମଗ୍ରୀକୁ ସୁରକ୍ଷାକର୍ମୀ ଜବତ କରିଛନ୍ତି। ଏହି ଅଞ୍ଚଳରେ ବରଗଡ଼ ଓ ବଲାଙ୍ଗିର ଏସଓଜି ମିଳିତ କମ୍ବିଂ କରିବା ବେଳେ ଏକ ମାଓ କ୍ୟାମ୍ପ ଥିବା ସୂଚନା ପାଇଥିଲେ। ସୁରକ୍ଷାକର୍ମୀ ଆସିବା ଦେଖି ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ।
Advertisment
/odishatv-khabar/media/post_attachments/wp-content/uploads/2020/08/bargarh.jpg)
କିଛି ସମୟ ଧରି ସୁରକ୍ଷାକର୍ମୀ ଓ ମଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପ୍ରବଳ ବର୍ଷା ଯୋଗୁଁ ମାଓବାଦୀ ମାନେ ଜଙ୍ଗଲ ମଧ୍ୟକୁ ପଳାଇଥିଲେ। ଏହି ଘଟଣାପରେ ସେହି ଅଞ୍ଚଳରେ ସର୍ଚ ଅପରେସନକୁ ଜୋରଦାର କରାଯାଇଛି। ଏହି କ୍ୟାମ୍ପରେ ୧୦ରୁ ୧୫ ଜଣ ମାଓବାଦୀ ଥିବା ସନ୍ଦେହ କରିଛି ପୋଲିସ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)