/odishatv-khabar/media/post_attachments/uploadimage/library/16_9/16_9_0/BJP_1622715339_1622724941.jpg)
manmohan samal
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନା ନେଇ ପ୍ରଶ୍ନ ଉଠାଇଲା ବିଜେପି । ବାତ୍ୟା ପରିଚାଳନାରେ ସରକାର ବିଫଳ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପୂର୍ବତନ ରାଜସ୍ୱ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ମନମୋହନ ସାମଲ । ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବାତ୍ୟା ପୂର୍ବରୁ ସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ । ତେବେ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଏଥିଲାଗି ପ୍ରାକ୍ ପ୍ରସ୍ତୁତି କରି ନ ଥିଲା ।
ମନମୋହନ ଆହୁରି କହିଛନ୍ତି, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଏବେ ମଧ୍ୟ ବହୁ ଲୋକ ପାଣି ଘେରରେ ଅଛନ୍ତି । ଏବେ ବି ଅନେକ ସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ । ଏପଯର୍ଯ୍ୟନ୍ତ ଘର ଭଙ୍ଗା ତଦନ୍ତ ଆରମ୍ଭ ହୋଇପାରିନାହିଁ । ଆରଆଇ ପହଞ୍ଚି ନାହାନ୍ତି । ରାସ୍ତା ପୁନରୁଦ୍ଧାର ହୋଇପାରିନାହିଁ । ଏଭଳି ସମସ୍ୟା ପାଇଁ ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ବିଜେପି ପକ୍ଷରୁ ଦାବି କରାଯାଇଛି ।
ପ୍ରଧାନମନ୍ତ୍ରୀ ୮ ଲକ୍ଷରୁ ଅଧିକ ପକ୍କାଘର ଘୋଷଣା କରିଛନ୍ତି । ରାଜ୍ୟ ସରକାର ବାତ୍ୟାଞ୍ଚଳ ଗୁଡ଼ିକରେ ସମସ୍ତ କଚ୍ଚାଘରକୁ ପକ୍କାଘରରେ ପରିଣତ କରାନ୍ତୁ ବୋଲି ଦାବି କରିଛି ବିଜେପି । ସେହିପରି ଫସଲ ନଷ୍ଟ ବାବଦକୁ ତୁରନ୍ତ କ୍ଷତିପୂରଣ ଦିଆଯାଉ । ଘରଭଙ୍ଗା ଟଙ୍କା ୧୪ ଦିନ ଭିତରେ ପ୍ରଦାନ କରିବା ସହ ବାତ୍ୟା ଅଞ୍ଚଳରେ କୃଷକଙ୍କ ପାଇଁ ଋଣ ଛାଡ ଏବଂ ଅଗ୍ରୀମ ଋଣ ପ୍ରଦାନ ବ୍ୟବସ୍ଥା କରାଯାଉ । ଏହାସହ ଚିଙ୍ଗୁଡି ଚାଷୀଙ୍କୁ କ୍ଷତିପୂରଣ ଦିଆଯାଉ ବୋଲି ମଧ୍ୟ ବିଜେପି ଦାବି କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)