/odishatv-khabar/media/post_attachments/uploadimage/library/16_9/16_9_0/murder-123_1626758134.jpg)
murder
ଉଦଳା(ମାନସ ପାଣି): ଘରୋଇ କଳିରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ୱାମୀ। ଏ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ଚତୁରିସାହି ଗାଁରେ।
Advertisment
ଗତକାଲି ସ୍ୱାମୀ ହାଡ଼ିଆ ଖିଲାର ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗ଼ଡା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ହାଡ଼ିଆ ଏକ ବାଡ଼ିରେ ସ୍ତ୍ରୀକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ମୃତଦେହକୁ ଘର ଭିତରେ ଥୋଇ ସେ ଫେରାର ହୋଇଯାଇଥିଲା।
ପୁଲିସ୍ ଖବର ପାଇ ମୃତଦେହ ଜବତ କରିବା ପରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)