Advertisment

ପାଚେରୀ ଭଙ୍ଗା ଘଟଣାରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲା ସାରୁଅ ମହିଳା ସମିତି

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅ ମହିଳା ସମିତିର ଗୃହ ପାଚେରୀ ଭଙ୍ଗା ଘଟଣାର ପ୍ରତିବାଦ ସ୍ୱର। ପ୍ରଶାସନ ବିନା ନୋଟିସରେ ପାଚେରୀ ଭାଙ୍ଗି ଥିବାରୁ ଏହାର ତୀବ୍ର ବିରୋଧ ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛି ମହିଳା ସମିତି। ଆଜି ସମିତି ସଭାପତି ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ ଓ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ମହିଳା ସମିତି ଗୃହ ପାଚେରୀ ଭାଙ୍ଗି ଦିଆଯାଇଥିବାରୁ ଏଠାରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମିବ […]

author-image
Abinash Pati
ପାଚେରୀ ଭଙ୍ଗା ଘଟଣାରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ହେଲା ସାରୁଅ ମହିଳା ସମିତି

sarua-mahila-sametee

ଖୋର୍ଦ୍ଧା: ଖୋର୍ଦ୍ଧା ସାରୁଅ ମହିଳା ସମିତିର ଗୃହ ପାଚେରୀ ଭଙ୍ଗା ଘଟଣାର ପ୍ରତିବାଦ ସ୍ୱର। ପ୍ରଶାସନ ବିନା ନୋଟିସରେ ପାଚେରୀ ଭାଙ୍ଗି ଥିବାରୁ ଏହାର ତୀବ୍ର ବିରୋଧ ସହ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ହୋଇଛି ମହିଳା ସମିତି। ଆଜି ସମିତି ସଭାପତି ଜୟନ୍ତୀ ସାହୁଙ୍କ ନେତୃତ୍ୱରେ ସମ୍ପାଦକ, ସହ ସମ୍ପାଦକ, କୋଷାଧ୍ୟକ୍ଷ ଓ ଅନ୍ୟ କର୍ମକର୍ତ୍ତା ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। ମହିଳା ସମିତି ଗୃହ ପାଚେରୀ ଭାଙ୍ଗି ଦିଆଯାଇଥିବାରୁ ଏଠାରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମିବ ବୋଲି ଆଶଙ୍କା କରିଛି ସମିତି।

Advertisment

ସେପଟେ ପ୍ରଶାସନ ବିନା ନୋଟିସରେ କାହିଁକି ପାଚେରୀ ଭାଙ୍ଗିଲା ସେ ଘଟଣାର ମଧ୍ୟ ତଦନ୍ତ କରିବାକୁ ଦାବି କରାଯାଇଛି। ସମିତି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ଦିଆଯିବା ସହ ନ୍ୟାୟ ପ୍ରଦାନ ପାଇଁ ଦାଦି କରିଛି। ସମିତି ଗତକାଲି ସକାଳେ ଖୋର୍ଦ୍ଧା ଉପଜିଲ୍ଲାପାଳ ଓ ବେଗୁନିଆ ତହସିଲଦାରଙ୍କ ଉପସ୍ଥିତିରେ ମହିଳା ସମିତିର ପାଚେରୀଙ୍କୁ ଭାଙ୍ଗି ଦେଇଥିଲା ପ୍ରଶାସନ। ତେବେ ଏ ନେଇ ପ୍ରଶାସନ ପକ୍ଷରୁ କାହାରି ପ୍ରତିକ୍ରିୟା ହସ୍ତଗତ ହୋଇ ପାରିନି।

Advertisment
Advertisment