Advertisment

ଆଜି ବଙ୍ଗୋପ ସାଗରରେ ସକ୍ରିୟ ହେବ ଲଘୁଚାପ

ଭୁବନେଶ୍ୱର: ଆଜି ବଙ୍ଗୋପ ସାଗରରେ ସକ୍ରିୟ ହେବ ଲଘୁଚାପ। ଏହାର ପ୍ରଭାବରେ ୭ ତାରିଖ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟର ୧୭ଟି ଜିଲ୍ଲାରେ ୟେଲୋ ଓ୍ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ। ଏସବୁ ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ଗଞ୍ଜାମ, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଝାରସୁଗୁଡ଼ା। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ। ସେହିପରି ସମ୍ବଲପୁର, ବରଗଡ଼ […]

author-image
Abinash Pati
ଆଜି ବଙ୍ଗୋପ ସାଗରରେ ସକ୍ରିୟ ହେବ ଲଘୁଚାପ

rain

ଭୁବନେଶ୍ୱର: ଆଜି ବଙ୍ଗୋପ ସାଗରରେ ସକ୍ରିୟ ହେବ ଲଘୁଚାପ। ଏହାର ପ୍ରଭାବରେ ୭ ତାରିଖ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା ରହିଛି। ଏଥିପାଇଁ ରାଜ୍ୟର ୧୭ଟି ଜିଲ୍ଲାରେ ୟେଲୋ ଓ୍ୱାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ।

Advertisment

ଏସବୁ ଜିଲ୍ଲା ଗୁଡ଼ିକ ମଧ୍ୟରେ ରହିଛି ଗଞ୍ଜାମ, ବଲାଙ୍ଗିର, ବୌଦ୍ଧ, କନ୍ଧମାଳ, ମୟୂରଭଞ୍ଜ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଏବଂ ଝାରସୁଗୁଡ଼ା। ଏହି ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହେବ।

ସେହିପରି ସମ୍ବଲପୁର, ବରଗଡ଼ ଓ କୋରାପୁଟ ଜିଲ୍ଲାରେ ମଧ୍ୟ ଜୋର୍ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପକୁ ଦେଖି ଆସନ୍ତା ୬ ତାରିଖ ଯାଏଁ ସମୁଦ୍ର ଭିତରକୁ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

Advertisment
Advertisment
Advertisment