Advertisment

୨୦ରୁ ପ୍ରବଳ ବର୍ଷା; ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନେଇ ଗଞ୍ଜାମରେ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ୧୯ରୁ ୨୧ ଯାଏଁ ବର୍ଷା ସମ୍ଭାବନା ରହିଛି। ୧୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୧୯ରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳି ବର୍ଷିବା ନେଇ ପୂର୍ବାନୁମାନ କରାଯାଇଛି। ସେହିଭଳି ୨୦ ତାରିଖରେ ଗଞ୍ଜାମ, ଗଜପତି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ଆଲର୍ଟ ସହ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। […]

author-image
Abinash Pati
ଅଦ୍ୟତନ ହୋଇଛି
୨୦ରୁ ପ୍ରବଳ ବର୍ଷା; ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ନେଇ ଗଞ୍ଜାମରେ ପ୍ରସ୍ତୁତି ବୈଠକ

rain

ଭୁବନେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ପ୍ରଭାବରେ ୧୯ରୁ ୨୧ ଯାଏଁ ବର୍ଷା ସମ୍ଭାବନା ରହିଛି। ୧୯ ତାରିଖରେ ରାଜ୍ୟର ୫ଟି ଜିଲ୍ଲାକୁ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୧୯ରୁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳି ବର୍ଷିବା ନେଇ ପୂର୍ବାନୁମାନ କରାଯାଇଛି।

Advertisment

ସେହିଭଳି ୨୦ ତାରିଖରେ ଗଞ୍ଜାମ, ଗଜପତି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ଆଲର୍ଟ ସହ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ୨୦ ଓ ୨୧ରେ ମଧ୍ୟ ମାଲକାନଗିରି, କୋରାପୁଟ, ରାୟଗଡ଼ା ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ସବୁ ଜିଲ୍ଲା ପାଇଁ ମଧ୍ୟ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।

ଏପଟେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାରେ ପ୍ରସ୍ତୁତି ବୈଠକ ହୋଇଛି। ଲଘୁଚାପ ଯୋଗୁଁ ଆସନ୍ତା ୧୯ ଓ ୨୦ରେ ପ୍ରବଳ ବର୍ଷା ଆଶଙ୍କାକୁ ଭିଡିଓ କନଫେରେନ୍ସିଂ ଯୋଗେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ବୈଠକ କରିଥିଲେ।  ବର୍ଷା ସମ୍ଭାବନା ଦୃଷ୍ଟିରୁ ଜିଲ୍ଲାର ସବୁ ବିଭାଗକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ହେଡକ୍ୱାର୍ଟର୍ସ ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖାଲୁଆ ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରଣ ବେଳେ କୋଭିଡ୍ ନିୟମ ପାଳନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment
Advertisment
Advertisment