Advertisment

ଚଳନ୍ତା ଗାଡ଼ିରୁ ଚେନ୍ ଝାମ୍ପିନେଲେ ଲୁଟେରା

ଭୁବନେଶ୍ୱର: ରାଜଧାନୀରେ ଲୁଟେରା ରାଜ୍। ପୁଣି ଚଳନ୍ତା ଗାଡ଼ିରୁ ଚେନ୍ ଝାମ୍ପିନେଲେ ଲୁଟେରା। ଏଥର ଘଟଣା ଘଟିଛି ଭୁବନେଶ୍ୱର ଆଚାର୍ଯ୍ୟ ବିହାର ରାସ୍ତାରେ। ଅପରାହ୍ନ ସାଢ଼େ ୪ଟାରୁ ୫ଟା ଭିତରେ ଜଣେ ଯୁବତୀ ଆପୋଲୋ ହସ୍ପିଟାଲ୍ ନିକଟରେ ସ୍କୁଟିରେ ଯାଉଥିଲା ବେଳେ ଚଳନ୍ତା ଗାଡ଼ିରୁ ହଠାତ୍ ତାଙ୍କ ବେକରୁ ଚେନ୍ ଝାମ୍ପି ଫେରାର ହୋଇଯାଇଥିଲେ ଲୁଟେରା। ଫଳରେ ଭାରସାମ୍ୟ ହରାଇ ତଳେପଡ଼ି ଆହତ ହୋଇଛନ୍ତି ଯୁବତୀ। ହସ୍ପିଟାଲ୍‌ରେ ଚିକିତ୍ସା ପରେ ସହିଦ ନଗର ଥାନାରେ ଆସି ଘଟଣା […]

author-image
Abinash Pati
ଚଳନ୍ତା ଗାଡ଼ିରୁ ଚେନ୍ ଝାମ୍ପିନେଲେ ଲୁଟେରା

samching

ଭୁବନେଶ୍ୱର: ରାଜଧାନୀରେ ଲୁଟେରା ରାଜ୍। ପୁଣି ଚଳନ୍ତା ଗାଡ଼ିରୁ ଚେନ୍ ଝାମ୍ପିନେଲେ ଲୁଟେରା। ଏଥର ଘଟଣା ଘଟିଛି ଭୁବନେଶ୍ୱର ଆଚାର୍ଯ୍ୟ ବିହାର ରାସ୍ତାରେ। ଅପରାହ୍ନ ସାଢ଼େ ୪ଟାରୁ ୫ଟା ଭିତରେ ଜଣେ ଯୁବତୀ ଆପୋଲୋ ହସ୍ପିଟାଲ୍ ନିକଟରେ ସ୍କୁଟିରେ ଯାଉଥିଲା ବେଳେ ଚଳନ୍ତା ଗାଡ଼ିରୁ ହଠାତ୍ ତାଙ୍କ ବେକରୁ ଚେନ୍ ଝାମ୍ପି ଫେରାର ହୋଇଯାଇଥିଲେ ଲୁଟେରା। ଫଳରେ ଭାରସାମ୍ୟ ହରାଇ ତଳେପଡ଼ି ଆହତ ହୋଇଛନ୍ତି ଯୁବତୀ। ହସ୍ପିଟାଲ୍‌ରେ ଚିକିତ୍ସା ପରେ ସହିଦ ନଗର ଥାନାରେ ଆସି ଘଟଣା ନେଇ ଏତଲା ଦେଇଛନ୍ତି ଯୁବତୀ।

Advertisment

ଗତ ସପ୍ତାହରେ ପଳାଶୁଣି କେନାଲ୍ ରୋଡ୍‌ରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା। ସ୍କୁଟିରେ ଯାଉଥିବା ଜଣେ ଯୁବତୀଙ୍କ ଠାରୁ ଦୁର୍ବୃତ୍ତ ମୋବାଇଲ୍ ଝାମ୍ପିନେବାରୁ ତଳେ ପଡ଼ି ସେ ଗୁରୁତର ଆହତ ହୋଇଥିଲେ। ବାରମ୍ବାର ଭୁବନେଶ୍ୱରରେ ବଢିଚାଲିଥିବା ଲୁଟେରାଙ୍କ ଦୌରାତ୍ମ୍ୟ ଉଦ୍‌ବେଗ ସୃଷ୍ଟି କରିଛି। କେତେବେଳ ଲୁଟ୍‌, ଛିନାତାଇ ତ ଆଉ କେତେବେଳେ ଗୋଡ଼େଇ ଗୋଡ଼େଇ ହତ୍ୟା ଘଟଣା ରାଜଧାନୀକୁ ଅସୁରକ୍ଷିତ କରିଦେଇଛି। ସାଧାରଣ ଲୋକେ ଏବେ ଏକଲା ଯିବାକୁ ବି ଭୟ କରୁଛନ୍ତି।

Advertisment
Advertisment