/odishatv-khabar/media/post_attachments/uploadimage/library/16_9/16_9_0/loot_210_1626759445.jpg)
loot
ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ଧରୁଆଡ଼ିହି ଥାନା ଅନ୍ତର୍ଗତ ଗଡ଼ିଆଯୋର ପାଖରେ ଥିବା ବିଧାତା ପେଟ୍ରୋଲ ପମ୍ପରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତିରେ ୫ ଜଣ ଦୁର୍ବୃତ୍ତ ବନ୍ଧୁକ ମୁନରେ ଟଙ୍କା ଲୁଟି ନେଇଛନ୍ତି।
Advertisment
ଦୁଇଟି ବାଇକରେ ଆସିଥିବା ୫ ଜଣ ଦୁର୍ବୃତ୍ତଙ୍କ ମଧ୍ୟରେ ୩ ଜଣ ବନ୍ଧୁକ ଧରି ପେଟ୍ରୋଲ ପମ୍ପରେ ଥିବା ଲୋକଙ୍କୁ ଆତଙ୍କିତ କରିଥିଲେ। ଦୁର୍ବୃତ୍ତଙ୍କ ମାଡ଼ରେ ପେଟ୍ରୋଲ ପମ୍ପ୍ ମ୍ୟାନେଜର ଆହତ ହୋଇଛନ୍ତି। ଲୁଟେରାମାନେ ସ୍ଥାନୀୟ ଭାଷାରେ କଥାବାର୍ତ୍ତା ହେଉଥିବାରୁ ସେମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ପୁଲିସ୍ ଅନୁମାନ କରିଛି।
ଘଟଣାସ୍ଥଳରେ ଏସପି ସୌମ୍ୟା ମିଶ୍ର ପହଞ୍ଚି ଯାଞ୍ଚ କରିଥିଲେ।ଏହାସହ ଟାଉନ ଥାନା, ସଦର ଥାନା ଏବଂ ଅନ୍ୟ ଅଧିକାରୀଙ୍କ ସହିତ ସାଇଣ୍ଟିଫିକ୍ ଟିମ୍ ତଦନ୍ତ ଆରମ୍ଭ କରିଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)