/odishatv-khabar/media/post_attachments/uploadimage/library/16_9/16_9_0/gun-1_1625221323.jpg)
gun
ଭୁବନେଶ୍ୱର: STF କବ୍ଜାରେ ୨ ଚୋରା ବନ୍ଧୁକ ବେପାରୀ। ଖୋର୍ଦ୍ଧା ଓ ଆଖପାଖ ଅଞ୍ଚଳରୁ ୨ ଜଣଙ୍କୁ ଧରିଛି କ୍ରାଇମବ୍ରାଞ୍ଚ STF । ଦୁଇ ଅଭିଯୁକ୍ତ ହେଲେ ରାକେଶ ଜେନା ଏବଂ ବିକାଶ ବେହେରା। ଧରାପଡ଼ିଥିବା ଦୁଇ ଜଣ ଚୋରା ବନ୍ଧୁକ ବେପାରର ମାଷ୍ଟରମାଇଣ୍ଡ ବୋଲି ଜଣାପଡ଼ିଛି। ଦୁହିଁଙ୍କ ଠାରୁ ୮ଟି ପିସ୍ତଲ ଓ ୧୦ ରାଉଣ୍ଡ ଗୁଳି ଜବତ ହୋଇଛି।
Advertisment
ଜବତ ବନ୍ଧୁକ ମଧ୍ୟରେ ଦୁଇଟି ୭ ଏମ୍ଏମ୍ ପିସ୍ତଲ ସହ ମାଗାଜିନ୍, ଗୋଟିଏ ରିଭଲଭର, ୪ଟି ଦେଶୀ ବନ୍ଧୁକ ଓ ଗୋଟିଏ SBML ଗନ୍ ଏବଂ ଆଉ ଗୋଟିଏ SLR ଗନ୍ ରହିଛି। ଚନ୍ଦକା ଥାନା ଅନ୍ତର୍ଗତ ଦାସପୁର ବ୍ରିଜ ନିକଟରେ ଉଭୟଙ୍କୁ ଧରିଥିଲା କ୍ରାଇମବ୍ରାଞ୍ଚ୍। ଏସ୍ଟିଏଫ୍ର ଟିମ୍ ସେମାନଙ୍କୁ ଗିରଫ କରିବା ପରେ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯାଇଛି।
ମାମଲାରେ ସାମିଲ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଧରିବାକୁ ଛାନଭିନ୍ ଚଳାଇଛି ଏସ୍ଟିଏଫ୍। ଚଳିତ ବର୍ଷ ବିଭିନ୍ନ ସ୍ଥାନରେ ଚଢାଉ କରି ବର୍ତ୍ତମାନ ସୁଦ୍ଧା ୧୪ଟି ବନ୍ଧୁକ ସହ ୪୨ ରାଉଣ୍ଡ ଗୁଳି ଜବତ କରିଛି ଏସ୍ଟିଏଫ୍।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)