Advertisment

Kalinga Stadium: କଳିଙ୍ଗ ଷ୍ଟାଡିୟମକୁ ବିଡ଼ା ବିଡ଼ା କଣ୍ଡୋମ କିଏ ନେଉଥିଲା ? ତନାଘନା ଆରମ୍ଭ

କଳିଙ୍ଗ ଷ୍ଟାଡିୟମ ପରିସରରେ କେବଳ, ଆଥଲେଟ ଓ କୋଚ ରହୁଛନ୍ତି । ହେଲେ ନାମିଦାମି ବ୍ରାଣ୍ଡର ବ୍ୟବହୃତ ମାଳମାଳ କଣ୍ଡୋମ ଏବଂ ବିଭିନ୍ନ ବ୍ରାଣ୍ଡର ମଦ ବୋତଲ ଏଠି ପଡ଼ି ରହିଛି । କଥା ସେତିକିରେ ସରିନାହିଁ, ବ୍ୟବହୃତ ସିରିଞ୍ଜ ଓ ଛୁଞ୍ଚି ଷ୍ଟାଡିୟମ୍ ସାରା ବିଛେଇ ହୋଇପଡ଼ିଛି ।

author-image
Manas Ranjan Mohanty
BBSR-Kalinga-Stadium-Controversy

BBSR-Kalinga-Stadium-Controversy Photograph: (OTV)

ଟଏଲେଟ୍ ବାହାରେ କଣ୍ଡୋମ । ଟଏଲେଟ୍ ଭିତରେ ବି କଣ୍ଡୋମ । ବ୍ୟବହୃତ କଣ୍ଡୋମରେ ଭର୍ତ୍ତି ହୋଇଛି ପୂରା ପରିସର । ଏ ଦୃଶ୍ୟ କେଉଁ ହୋଟେଲ କି ଗେଷ୍ଟ ହାଉସର ନୁହେଁ । ଖୋଦ୍ କଳିଙ୍ଗ ଷ୍ଟାଡିୟମ ଭିତରର ଏ ଅବସ୍ଥା । ଗୋଟିଏ ପଦରେ କହିବାକୁ ଗଲେ, କଳିଙ୍ଗ ଷ୍ଟାଡିୟମରେ କଣ୍ଡୋମ ଗୋଦାମ । ଏନେଇ ଅଭିଯୋଗ ଆସିବା ପାରେ ଆମ ସିନିୟର୍ ରିପୋର୍ଟର କଳିଙ୍ଗ ଷ୍ଟାଡିୟମ୍ ଯାଇ ଟୟେଲେଟ ଗୁଡ଼ିକ ସହ ବିଭିନ୍ନ ଗଳିକନ୍ଦି ଦେଖିଥିଲେ । ଯାହା ସବୁ ଆମ କ୍ୟାମେରା କଏଦ ହୋଇଛି ।

Advertisment



କଳିଙ୍ଗ ଷ୍ଟାଡିୟମ ପରିସରରେ କେବଳ, ଆଥଲେଟ ଓ କୋଚ ରହୁଛନ୍ତି । ହେଲେ ନାମିଦାମି ବ୍ରାଣ୍ଡର ବ୍ୟବହୃତ ମାଳମାଳ କଣ୍ଡୋମ ଏବଂ ବିଭିନ୍ନ ବ୍ରାଣ୍ଡର ମଦ ବୋତଲ ଏଠି ପଡ଼ି ରହିଛି । କଥା ସେତିକିରେ ସରିନାହିଁ, ବ୍ୟବହୃତ ସିରିଞ୍ଜ ଓ ଛୁଞ୍ଚି ଷ୍ଟାଡିୟମ୍ ସାରା ବିଛେଇ ହୋଇପଡ଼ିଛି । ଗଦାଗଦା କଣ୍ଡୋମ ପ୍ୟାକେଟ୍ ସାଙ୍ଗକୁ ବ୍ୟବହୃତ କଣ୍ଡୋମ ସବୁ କିଛି କହୁଛି । ଆଉ ସାଧାରଣରେ ଏହାକୁ ନେଇ ଉଠିଛି ଅନେକ ପ୍ରଶ୍ନ, ବିଭିନ୍ନ ବ୍ରାଣ୍ଡର ମଦ ବୋତଲ ସାଙ୍ଗକୁ କଣ୍ଡୋମ ପ୍ୟାକେଟ୍ ଆସିଲା କେଉଁଠୁ ? ଡ୍ରଗ୍ସ ମାଫିଆଙ୍କ ଏଠି ଚାଲିଛି କି ଆଡ୍ଡା ? ସିରିଞ୍ଜ ଓ ଛୁଞ୍ଚି ଷ୍ଟାଡିୟମରେ ଆବଶ୍ୟକ କ’ଣ ? ଏ ସମ୍ପର୍କରେ ଅବଗତ ଅଛି ତ କ୍ରୀଡା ବିଭାଗ ? 

ଏନେଇ ଆମେ କ୍ରୀଡ଼ା ବିଭାଗର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ । ହେଲେ ବିଭାଗର ପ୍ରତିକ୍ରିୟା ମିଳିପାରିନାହିଁ । କିନ୍ତୁ ଖବର ପାଇ ତନାଘନା ଆରମ୍ଭ କରିଛି  ।

Advertisment
Related Articles
Advertisment