Advertisment

Murder of Bihar Cop: ଡ୍ୟାନ୍ସ ଦେଖିବାକୁ ଡାକିଲେ, ହତ୍ୟା କରିଦେଲେ...୨ ମହିଳା ସମେତ ୭ ଗିରଫ

ଦୀପାବଳିରେ ଏଏସ୍‌ଆଇ ଇମରାନ୍‌ ଓ ତାଙ୍କ ସହଯୋଗୀ ଅନିରୁଦ୍ଧ କୁମାରଙ୍କ ମଧ୍ୟରେ ବାଦ-ବିବାଦ ହୋଇଥିଲା। ଏହା ପରେ ଇମରାନ୍‌ ତାଙ୍କ ଅନ୍ୟ ସହଯୋଗୀମାନଙ୍କ ସହିତ ମିଶି ଅନିରୁଦ୍ଧ କୁମାରଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ।

author-image
Manas Ranjan Mohanty
murder

murder Photograph: (OTV)

ବିହାରର ସୀୱାନ୍‌ରେ ଜଣେ ପୋଲିସ୍‌ କର୍ମୀଙ୍କ ହତ୍ୟା ମାମଲାରେ ଦୁଇ ମହିଳାଙ୍କ ସମେତ ସାତଜଣଙ୍କୁ ଗିରଫ କରାଯାଇଛି। ପୋଲିସ୍‌ ପ୍ରାରମ୍ଭିକ ଯାଞ୍ଚର ଆଧାରରେ କହିଛି ଯେ ଏହି ହତ୍ୟା ‘ପାରସ୍ପରିକ ବିବାଦ’ ଯୋଗୁଁ ଘଟିଥିଲା । 

Advertisment

ଦରୋଦା ଥାନାରେ ନିୟୋଜିତ ଥିବା ଏଏସ୍‌ଆଇ ଅନିରୁଦ୍ଧ କୁମାରଙ୍କୁ ୨୯ ଓ ୩୦ ଅକ୍ଟୋବରର ମଝି ରାତିରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ବିହାର ପୋଲିସ୍‌ର ହେଡ୍‌କ୍ୱାର୍ଟର୍ସ୍‌ ଏଣ୍ଡ୍‌ ଅପରେସନ୍‌ର ଅତିରିକ୍ତ ନିର୍ଦ୍ଦେଶକ ମହାନିର୍ଦ୍ଦେଶକ (ଏଡିଜି) କୁନ୍ଦନ୍‌ କୃଷ୍ଣନ୍‌ କହିଛନ୍ତି ଜଣେ ଅଭିଯୁକ୍ତ ନେପାଳର ନେପାଳଗଞ୍ଜର ଇମରାନ୍‌ ଅଂସାରି ଭାବେ ଚିହ୍ନଟ କରାଯାଇଛି । ତାଙ୍କ ପତ୍ନୀ ଏକ ସ୍ଥାନୀୟ ମଣ୍ଡଳୀରେ ଡ୍ୟାନ୍ସର ଭାବେ କାମ କରୁଥିଲେ। ଇମରାନ୍‌ଙ୍କୁ ସନ୍ଦେହ ହୋଇଥିଲା ଯେ ତାଙ୍କ ପତ୍ନୀ ଏଏସ୍‌ଆଇଙ୍କ ସମ୍ପର୍କରେ ଥିଲେ। 

ଏହାକୁ ନେଇ ଦୀପାବଳିରେ ଏଏସ୍‌ଆଇ ଇମରାନ୍‌ ଓ ତାଙ୍କ ସହଯୋଗୀ ଅନିରୁଦ୍ଧ କୁମାରଙ୍କ ମଧ୍ୟରେ ବାଦ-ବିବାଦ ହୋଇଥିଲା। ଏହା ପରେ ଇମରାନ୍‌ ତାଙ୍କ ଅନ୍ୟ ସହଯୋଗୀମାନଙ୍କ ସହିତ ମିଶି ଅନିରୁଦ୍ଧ କୁମାରଙ୍କ ହତ୍ୟାର ଷଡ଼ଯନ୍ତ୍ର ରଚିଥିଲେ। 

Advertisment

ରିପୋର୍ଟ ଅନୁଯାୟୀ ଏଡିଜି କୁନ୍ଦନ୍‌ କୃଷ୍ଣନ୍‌ କହିଛନ୍ତି ଅଭିଯୁକ୍ତ ମାନେ ଏଏସ୍‌ଆଇ ଅନିରୁଦ୍ଧ କୁମାରଙ୍କୁ ଏକ ନୃତ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ଲୋଭ ଦେଇଥିଲେ। ତା’ପରେ ସେମାନଙ୍କୁ ଦରୋଉଦା ଥାନା ଅଞ୍ଚଳର ସିରସାଁ ଗ୍ରାମର ଏକ ଜମିକୁ ନେଇଯାଇଥିଲେ। ସେଠାରେ ଏକ ଧାରୁଆ ଅସ୍ତ୍ରରେ ଏଏସ୍‌ଆଇ ଅନିରୁଦ୍ଧ କୁମାରଙ୍କୁ ହତ୍ୟା କରିଥିଲେ । 

ଦରୋଦା ପୋଲିସ୍‌ ଷ୍ଟେସନ୍‌ରେ ବିଏନ୍‌ଏସ୍‌ର ଧାରା ୧୦୩(୧), ୨୩୮, ୬୧(୨) ଓ ୩(୫) ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି। ପୋଲିସ ଏହି ମାମଲାରେ ଦୁଇ ମହିଳା ସମେତ ୭ ଜଣଙ୍କୁ ଗିରଫ କରିଛି ।

Advertisment
Related Articles
Advertisment