/odishatv-khabar/media/post_attachments/uploadimage/library/16_9/16_9_0/kendujhar-murder_1625359128.jpg)
kendujhar murder
କେନ୍ଦୁଝର: ଗୁଣି ଗାରେଡ଼ି ସନ୍ଦେହରେ କେନ୍ଦୁଝର ଜଜାଙ୍ଗରାଜନ ବସ୍ତି ଡବଲ ମର୍ଡର ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡାଦେଶ। ମାମଲାର ଶୁଣାଣି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ।
Advertisment
ଦୋଷୀକୁ ୫ ହଜାର ଟଙ୍କା ଜରିମାନା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୭ ଜଣ ସାକ୍ଷୀଙ୍କ ବୟାନ, ଡାକ୍ତରୀ ମାଇନା ରିପୋର୍ଟକୁ ଭିତ୍ତିକରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି ଜିଲ୍ଲା ଦୌରାଜଜ।
୨୦୧୭ରେ ଘଟିଥିଲା ଏ ହତ୍ୟାକାଣ୍ଡ। ଜଜାଙ୍ଗରାଜନ ବସ୍ତିର ଦିବାଇ ନାଗରର ପୁଅ ହତ୍ୟା ଘଟଣାର ପାଂଚ ମାସ ପୂର୍ବରୁ ମୃତ୍ୟୁ ହୋଇଥିଲା। ଦିବାଇ ଗୁଣିଆ ପରାମର୍ଶ ନେବାରୁ ଛୁଆକୁ ଗୁଣି କରି ମାରିଦିଆଯାଇଥିବା ସନ୍ଦେହ କରିଥିଲା। ସେହି ଗାଁର ଲକ୍ଷ୍ମୀ ନାଏକ ଉପରେ ସନ୍ଦେହ ବଢିବାରୁ ଲକ୍ଷ୍ମୀ ଓ ତାର ପୁଅକୁ ଆକ୍ରମଣ କରି ହତ୍ୟା କରିଥିଲା ଦିବାଇ। ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)