/odishatv-khabar/media/post_attachments/uploadimage/library/16_9/16_9_0/bjp-12_1626757235.jpg)
bjp
ଭୁବନେଶ୍ୱର: ବାଲେଶ୍ୱର ସାଂସଦ ରବୀନ୍ଦ୍ର ଜେନାଙ୍କୁ ବିଜେପି ଟାର୍ଗେଟ୍ କରିଛି। ଏକ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,“ କେନ୍ଦ୍ରୀୟ ଯୋଜନାକୁ ରାଜ୍ୟର କହି ସାଂସଦ ରବୀନ୍ଦ୍ର ଜେନା ବାଲେଶ୍ୱରରେ ହୋର୍ଡିଂ ମାରିଛନ୍ତି। ନିର୍ବାଚନ ପୂର୍ବରୁ ଲୋକଙ୍କୁ ଭୂଆଁ ବୁଲାଇ ଅନୁକମ୍ପା ନେବାକୁ ସାଂସଦ ଏପରି କରୁଛନ୍ତି। ସେ ଚିଟ୍ଫଣ୍ଡ ଦୁର୍ନୀତିରେ ସଂପୃକ୍ତ ଥିବା ସହ ସିବିଆଇ ଜେରାର ସାମ୍ନା କରିଥିବା ସାଂସଦ ଏବେ ନିଜର ଭାବମୂର୍ତ୍ତି ତିଆରି ପାଇଁ ମିଛ ପ୍ରଚାର କରୁଛନ୍ତି।”
Advertisment
ସେ ଆହୁରି କହିଛନ୍ତି,“ନିଜ ଅଞ୍ଚଳର ବିକାଶ ପାଇଁ ସେ କ’ଣ କରିଛନ୍ତି, ତାହାର ହିସାବ ଦିଅନ୍ତୁ। କେବଳ ଏତିକି ନୁହେଁ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଚାପ ପକାଇ ମିଛ ଖବର ପ୍ରକାଶ କରୁଛନ୍ତି। ମିଛୁଆ ରାଧୁଆ ସରକାରଙ୍କ ଏ ହେଉଛନ୍ତି ଆଉ ଜଣେ ମିଛୁଆ ରାଧୁଆ।”
ତେବେ ଏ ନେଇ ସାଂସଦ ରବୀନ୍ଦ୍ର ଜେନାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)