Advertisment

Abhijit Majumdar Laid to Rest: ମେଲୋଡି କିଙ୍ଗ ଅଭିଜିତ ମଜୁମଦାରଙ୍କ ଶେଷକୃତ୍ୟ ସଂପନ୍ନ, ପୁଅ ଦେଲେ ମୁଖାଗ୍ନି

ପଞ୍ଚଭୂତରେ ବିଲୀନ ହୋଇଗଲେ ମେଲୋଡ଼ି କିଙ୍ଗ୍ ଅଭିଜିତ ମଜୁମଦାର୍। ପୁରୀ ସ୍ବର୍ଗଦ୍ବାରରେ ଦାଦାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅଭିଜିତଙ୍କ ପୁଅ ମୁଖାଗ୍ନି ପ୍ରଦାନ କରିଥିବାବେଳେ ଶହ ଶହ ପ୍ରଶଂସକ, ଆତ୍ମୀୟ ପରିଜନ ଓ କଳାକାର ଉପସ୍ଥିତ ରହିଥିଲେ।

author-image
Tapan Swain
Abhijit Majumdar

Abhijit Majumdar Photograph: (OTV)

ପଞ୍ଚଭୂତରେ ବିଲୀନ ହୋଇଗଲେ ମେଲୋଡ଼ି କିଙ୍ଗ୍ ଅଭିଜିତ ମଜୁମଦାର୍। ପୁରୀ ସ୍ବର୍ଗଦ୍ବାରରେ ଦାଦାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଅଭିଜିତଙ୍କ ପୁଅ ମୁଖାଗ୍ନି ପ୍ରଦାନ କରିଥିବାବେଳେ ଶହ ଶହ ପ୍ରଶଂସକ, ଆତ୍ମୀୟ ପରିଜନ ଓ କଳାକାର ଉପସ୍ଥିତ ରହିଥିଲେ। ସମସ୍ତେ ଲୁହ ଛଳଛଳ ଆଖିରେ ଅଭିଜିତଙ୍କୁ ଶେଷ ବିଦାୟ ଜଣାଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।... 

Advertisment

ଅଭିଜିତ୍ ଦା । କେବଳ ନାମ ହିଁ କାଫି। ଯାହାଙ୍କ କଣ୍ଠସ୍ବର ଶୁଣି ଫ୍ୟାନ୍ ମତୁଆଲା ହୁଏ, ଯାହାଙ୍କ ସଂଗୀତର ଯାଦୁରେ ଯୁବପୀଢ଼ିଙ୍କ ପାଦ ଅମାନିଆ ହୋଇଯାଏ...
ଗେଲୁ ତୁ ଚିପୁଡ଼ି ଦେଲୁ ଦିଲ୍ ଟା...।

ଏଇ ଗୀତ ସାରା ଓଡ଼ିଶାରେ ଆଜି ବି ଭାରି ହିଟ୍, ହେଲେ ସେ ପପୁଲାର ଗୀତର ସ୍ରଷ୍ଟା ଯେ କୋଟି କୋଟି ପ୍ରଂଶସକଙ୍କ ଦିଲକୁ ଧୋକା ଦେଇ ଆରପାରିରେ, ଶୁଣି ଅବିଶ୍ବାସ ଲାଗୁଛି... 
ଭକ୍ତି ସଙ୍ଗୀତ ହେଉ ଅବା ସମ୍ବଲପୁରୀ, ଓଲିଉଡ ସଙ୍ଗ୍ କି ଆଲବମ୍- ସବୁଥିରେ ମାହିର ଓଡି଼ଆ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଅତିପ୍ରିୟ 'ଦାଦା' ଅଭିଜିତ୍ ମଜୁମଦାର।

Advertisment

ତାଙ୍କ ମିଠା ମିଠା ଗୀତର ଫର୍ଦ୍ଦ ଲେଉଟାଇବା ବି ଆମ ପାଇଁ ମୁସ୍କିଲ। କାରଣ ୭ ଶହରୁ ଅଧିକ ଗୀତ ଭେଟି ଦେଇ ସତେ ଯେମିତି ସେ ଓଡ଼ିଆ ସଂଗୀତ ଜଗତ ପାଇଁ ଛାଡ଼ି ଯାଇଛନ୍ତି ଅଭୁଲା ସ୍ବରର ଅବିନାଶି ଫୁଆରା...

୧୯୭୧ ମସିହାରେ ସମ୍ବଲପୁରରେ ଜନ୍ମିତ ଅଭିଜିତ୍ ମଜୁମଦାରଙ୍କ ଜୀବନ ସଂଗୀତ ଦୁନିଆ ପାଇଁ ଥିଲା ଉତ୍ସର୍ଗୀକୃତ। ୧୯୯୧ରେ 'ଦସ୍କି ଗଲା' ସହ ସଙ୍ଗୀତ ଜଗତରେ ପାଦ ଥାପିଥିଲେ ଦାଦା, ହେଲେ ପରେ ଜଣେ ଅଧ୍ୟାପକ ଭାବେ ଚାକିରି ଆରମ୍ଭ କରି ୧୯୯୬ରେ ତାକୁ ଛାଡ଼ି କଟକକୁ ବାଛିଥିଲେ କର୍ମଭୂମୀ ଭାବେ, ୨ ହଜାର ମସିହାରେ କାଶିଆ କପିଳା ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଓଲିଉଡରେ ଡେବ୍ୟୁ କରିଥିଲେ ଦାଦା। ତା ପରେ ଆରମ୍ଭ ହୋଇଥିଲା ତାଙ୍କ ହିଟ୍ ଗୀତର ଧାରା...ଓଡ଼ିଆ ସିନେମା ଓ ସଙ୍ଗୀତ ଇଣ୍ଡଷ୍ଟ୍ରିରେ ଦୀର୍ଘ ୩୦ ବର୍ଷ ଧରି ଚଳାଇଥିଲେ ରାଜ୍।

Abhijit Majumdar
Advertisment
Related Articles
Advertisment