Advertisment

ଫସର ଫାଟିଲା ଷଡ଼ଯନ୍ତ୍ର: ପଦାରେ ପଡ଼ିଲା ଓଟିଭି ବିରୋଧରେ ମିଛ ଅଭିଯୋଗ

ଭୁବନେଶ୍ୱର: ଫସର ଫାଟିଲା ଷଡ଼ଯନ୍ତ୍ର। ପଦାରେ ପଡ଼ିଲା ଓଟିଭି ବିରୋଧରେ ମିଛ ଅଭିଯୋଗ। ଖୋର୍ଦ୍ଧା ସାରୁଅରେ ଓଡ଼ିଶା ଟେଲିଭିଜନ ନାଁରେ ଜମି ଜବରଖଲର ମିଛ ଅଭିଯୋଗ ପରେ ଆଜି ଘଟଣାସ୍ଥଳରେ ଜମି ମାପଚୁପରୁ ଜବରଦଖଲ ହୋଇ ନଥିବା ସ୍ପଷ୍ଟ ହୋଇଛି। ଭୁବନେଶ୍ୱର ଉପକଣ୍ଠ ଓଡ଼ିଶା ଟେଲିଭିଜନ ନାମରେ ଜମି ଜବର ଦଖଲ ଅଭିଯୋଗ ମାମଲାର ତଦନ୍ତ ହୋଇଛି। ଘଟଣାସ୍ଥଳରେ ଜମି ମାପଚୁପ କରି ଜବର ଦଖଲ ହୋଇନି ବୋଲି କହିଛନ୍ତି ତହସିଲ ପକ୍ଷରୁ ନିଯୁକ୍ତ ସରକାରୀ ଅମିନ […]

author-image
Abinash Pati
ଅଦ୍ୟତନ ହୋଇଛି
ଫସର ଫାଟିଲା ଷଡ଼ଯନ୍ତ୍ର: ପଦାରେ ପଡ଼ିଲା ଓଟିଭି ବିରୋଧରେ ମିଛ ଅଭିଯୋଗ

sarua

ଭୁବନେଶ୍ୱର: ଫସର ଫାଟିଲା ଷଡ଼ଯନ୍ତ୍ର। ପଦାରେ ପଡ଼ିଲା ଓଟିଭି ବିରୋଧରେ ମିଛ ଅଭିଯୋଗ। ଖୋର୍ଦ୍ଧା ସାରୁଅରେ ଓଡ଼ିଶା ଟେଲିଭିଜନ ନାଁରେ ଜମି ଜବରଖଲର ମିଛ ଅଭିଯୋଗ ପରେ ଆଜି ଘଟଣାସ୍ଥଳରେ ଜମି ମାପଚୁପରୁ ଜବରଦଖଲ ହୋଇ ନଥିବା ସ୍ପଷ୍ଟ ହୋଇଛି। ଭୁବନେଶ୍ୱର ଉପକଣ୍ଠ ଓଡ଼ିଶା ଟେଲିଭିଜନ ନାମରେ ଜମି ଜବର ଦଖଲ ଅଭିଯୋଗ ମାମଲାର ତଦନ୍ତ ହୋଇଛି। ଘଟଣାସ୍ଥଳରେ ଜମି ମାପଚୁପ କରି ଜବର ଦଖଲ ହୋଇନି ବୋଲି କହିଛନ୍ତି ତହସିଲ ପକ୍ଷରୁ ନିଯୁକ୍ତ ସରକାରୀ ଅମିନ ଶଙ୍କର୍ଷଣ ପାଇକରାୟ।

Advertisment

୧୮୨୯ ନମ୍ବର ପ୍ଲଟ ମାପଚୁପ କରିବାକୁ ଆମକୁ ନିର୍ଦ୍ଦେଶ ଥିଲା, ସେହି ଅନୁଯାୟୀ ପ୍ଲଟ ମାପ କଲା ବେଳେ ନକ୍ସା ମୁତାବକ ସରଜମିନ ଠିକ ରହିଛି ବୋଲି ଅମିନ କହିଛନ୍ତି। ପ୍ଲଟ ଯେତିକି ରହିବା କଥା ନକ୍ସା ଅନୁସାରେ ଠିକ ୭୦୫ ଡେସିମିଲ୍ ରହିଛି। ହେଲେ କେହି ଜବରଦଖଲ କରିନାହାନ୍ତି ବୋଲି ମାପଚୁପରୁ ସ୍ପଷ୍ଟ ଜଣାପଡୁଛି। ତା' ସହ ଧାନ ବିଲ ଅଛି, ଚାଷ ବି ହୋଇଛି ବୋଲି ଅମିନ କହିଛନ୍ତି। ଖୋର୍ଦ୍ଧା ସାରୁଅରେ ଜମି ଜବର ଦଖଲ ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା।

Advertisment
Advertisment